Advertisment

ସାର୍ଟଲେସ୍‌ ଫଟୋ ପାଇଁ ଟ୍ରୋଲ୍ ହେଲେ ତୁଷାର କପୁର

ବଲିଉଡ୍ ଅଭିନେତା ତୁଷାର କପୁର ଆଜିକାଲି ନିଜର କିଛି ଫଟୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ତୁଷାର କପୁର ସୋସିଆଲ୍ ମିଡିଆରେ ତାଙ୍କର ଏକ ସାର୍ଟଲେସ୍‌ ଫଟୋ ଶେୟାର କରିଥିଲେ। ଏହାକୁ ଦେଖି ଲୋକେ ତାଙ୍କୁ ଜମେଇକି କମେଣ୍ଟ କରିବା ଆରମ୍ଭ କରିଛନ୍ତି। ବିଗତ ଦିନର ସୁପର୍‌ଷ୍ଟାର୍‌ ଜିତେନ୍ଦ୍ରଙ୍କ ପୁଅ ତଥା ଟିଭି ଦୁନିଆ ଓ ବଲିଉଡର ଜଣାଶୁଣା ପ୍ରଯୋଜକ ଏକ୍‌ତା କପୁରଙ୍କ ଭାଇ ତୁଷାରଙ୍କ ଏହି ସାର୍ଟଲେସ୍ ଫଟୋ ଭାଇରାଲ୍ ହେବାରେ ଲାଗିଛି।

author-image
Pramod Behera
Tusshar Kapoor got trolled

Tusshar Kapoor got trolled

ମୁମ୍ବାଇ : ବଲିଉଡ୍ ଅଭିନେତା ତୁଷାର କପୁର ଆଜିକାଲି ନିଜର କିଛି ଫଟୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ତୁଷାର କପୁର ସୋସିଆଲ୍ ମିଡିଆରେ ତାଙ୍କର ଏକ ସାର୍ଟଲେସ୍‌ ଫଟୋ ଶେୟାର କରିଥିଲେ। ଏହାକୁ ଦେଖି ଲୋକେ ତାଙ୍କୁ ଜମେଇକି କମେଣ୍ଟ କରିବା ଆରମ୍ଭ କରିଛନ୍ତି। ବିଗତ ଦିନର ସୁପର୍‌ଷ୍ଟାର୍‌ ଜିତେନ୍ଦ୍ରଙ୍କ ପୁଅ ତଥା ଟିଭି ଦୁନିଆ ଓ ବଲିଉଡର ଜଣାଶୁଣା ପ୍ରଯୋଜକ ଏକ୍‌ତା କପୁରଙ୍କ ଭାଇ ତୁଷାରଙ୍କ ଏହି ସାର୍ଟଲେସ୍ ଫଟୋ ଭାଇରାଲ୍ ହେବାରେ ଲାଗିଛି।

Advertisment

ତୁଷାର କପୁର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଦୁ‍ଇଟି ଫଟୋ ଶେୟାର କରିଛନ୍ତି। ତେବେ ଫଟୋ ପାଇଁ ସେ କୌଣସି କ୍ୟାପ୍‌ସନ୍‌ ଲେଖି ନାହାନ୍ତି। ଶେୟାର ହୋଇଥିବା ତାଙ୍କର ଏହି ସେଲ୍ଫିକୁ ଦେଖି ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ତାଙ୍କ ବୟସକୁ ନେଇ ଟ୍ରୋଲ୍ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ମଧ୍ୟ ଏକ ହାସ୍ୟାତ୍ମକ କମେଣ୍ଟ କରିଛନ୍ତି। ସେଲିନା ଲେଖିଛନ୍ତି ଯେ “ହମଦର୍ଦର ଟନିକ୍ ହୋଇପାରେ ସବୁଠାରୁ ଭଲ ବିକଳ୍ପ।” ସେହିପରି ଆଉ ଜଣେ ଉପଭୋକ୍ତା କହିଛନ୍ତି, “କ’ଣ ବୁଢା ହୋଇଗଲ ଗୁରୁ।” ଆଉ ଜଣେ କମେଣ୍ଟ କରି ଲେଖିଛନ୍ତି “ବୁଢା ଲାଗୁଛ ରାମୁ କାକା।”

Advertisment
Tusshar Kapoor got trolled ଟ୍ରୋଲ୍ ହେଲେ ତୁଷାର କପୁର

ପ୍ରକାଶଥାଉ ଯେ ତୁଷାର କପୁର ୨୦୦୧ରେ ‘ମୁଝେ କୁଛ କହନା ହୈ’ରେ ବଲିଉଡ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତୁଷାର କପୁରଙ୍କ ବିପକ୍ଷରେ କରୀନା କପୁର ଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ମେଲ୍ ଡେବ୍ୟୁ ଅଭିନେତା ପୁରଷ୍କାର ମିଳିଥିଲା। ଏହା ପରେ ତୁଷାର ‘କ୍ୟା ଦୀଲ ନେ କହା’, ‘ୟେ ଦୀଲ୍’, ‘ଜୀନା’, ‘ଜୀନା ସିର୍ଫ ମେରେ ଲିଏ’ ଓ ‘କୁଛ ତୋ ହୈ’ ଭଳି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଇଥିଲେ ବି ଏହା ସବୁ ପ୍ଲପ୍ ହୋଇଥିଲା।

ଏତେ ସବୁ ଫିଲ୍ମ ଫ୍ଲପ୍ ହେବା ପରେ ୨୦୦୪ରେ ଆସିଥିବା ‘ଗାୟବ’ ରେ ତୁଷାରଙ୍କୁ ସଫଳତା ମିଳିଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ପ୍ରଶଂସା କରାଯାଇଥିଲା। ଏହି ଫିଲ୍ମକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏଥିରେ ତୁଷାରଙ୍କ କାମକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଏହା ପରେ ତୁଷାର ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ଗୋଲମାଲ’ରେ କାମ କଲେ, ଯାହା ବ୍ଲକ୍‌ବଷ୍ଟର୍‌ ହୀଟ୍ ହୋଇଥିଲା। ଏହି ଫିଲ୍ମ ୨୦୦୬ରେ ରିଲିଜ୍ ହୋଇଥିଲା। ଏହାର ଦୁଇଟି ସିକ୍ୱେଲ୍ ଆସିଥିବା ବେଳେ ତୁଷାର ଉଭୟରେ କାମ କରିଥିଲେ। ଏହାପରେ ସେ କିଛିଦିନ ସିନେ ଜଗତରୁ ଦୂରେଇ ଯାଇ ପରେ କିଛି ଫିଲ୍ମରେ କାମ କରିଥିଲେ। ଏହା ପରେ ସେ ପ୍ରଯୋଜନା ଭୂମିକା ନିଭାଇଥିଲେ।

Tusshar Kapoor Bollywood
Advertisment
Advertisment