Advertisment

ମା’ କାଖରେ ବଲିଉଡର ଜଣେ ବଡ ଅଭିନେତ୍ରୀ, ଚିହ୍ନନ୍ତୁ କିଏ?

ଆଜିକାଲି ବଲିଉଡ୍ ତାରକାଙ୍କ ଥ୍ରୋବ୍ୟାକ୍‌ ଫଟୋ ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କରୁଛି। କିଛି ଦିନ ହେବ କୌଣସି ନା କୌଣସି ସେଲିବ୍ରିଟିଙ୍କ ପିଲାଦିନର ବା ଷ୍ଟ୍ରଗ୍ଲିଂ ଦିନର ଫଟୋ ଭାଇରାଲ ହେଉଛି। ଏହି ଅବସରରେ ଏବେ ଆଉ ଜଣେ ବଡ ଅଭିନେତ୍ରୀଙ୍କ ଫଟୋ ସାମ୍ନାକୁ ଆସିଛି। ଏହା ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛି। ଏହି ଫଟୋରେ ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ତାଙ୍କ ମା’ଙ୍କ କାଖରେ ଅଛନ୍ତି। ଅଭିନେତ୍ରୀଙ୍କ ଏହି ପିଲାଦିନର ଫଟୋକୁ ଚିହ୍ନିବା ନେଇ ଲୋକେ ଲାଗିପଡିଛନ୍ତି।

author-image
Pramod Behera
This girl in mother lap is a big bollywood actress

This girl in mother lap is a big bollywood actress

ନୂଆଦିଲ୍ଲୀ : ଆଜିକାଲି ବଲିଉଡ୍ ତାରକାଙ୍କ ଥ୍ରୋବ୍ୟାକ୍‌ ଫଟୋ ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟି କରୁଛି। କିଛି ଦିନ ହେବ କୌଣସି ନା କୌଣସି ସେଲିବ୍ରିଟିଙ୍କ ପିଲାଦିନର ବା ଷ୍ଟ୍ରଗ୍ଲିଂ ଦିନର ଫଟୋ ଭାଇରାଲ ହେଉଛି। ଏହି ଅବସରରେ ଏବେ ଆଉ ଜଣେ ବଡ ଅଭିନେତ୍ରୀଙ୍କ ଫଟୋ ସାମ୍ନାକୁ ଆସିଛି। ଏହା ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛି। ଏହି ଫଟୋରେ ବଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ ତାଙ୍କ ମା’ଙ୍କ କାଖରେ ଅଛନ୍ତି। ଅଭିନେତ୍ରୀଙ୍କ ଏହି ପିଲାଦିନର ଫଟୋକୁ ଚିହ୍ନିବା ନେଇ ଲୋକେ ଲାଗିପଡିଛନ୍ତି। ତେବେ ଏହି ଫଟୋଟି ହେଉଛି ବଲିଉଡ୍‌ର ସବୁଠୁ କ୍ୟୁଟ୍ ଓ ଆଗଧାଡିର ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର।

Advertisment
This girl in mother lap is a big bollywood actressମା’ କାଖରେ ବଲିଉଡର ଜଣେ ବଡ କଳାକାର, ଚିହ୍ନନ୍ତୁ କିଏ?

ତେବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଥିବା ଏହି ଫଟୋକୁ ଚିହ୍ନିବା ବହୁତ କଷ୍ଟ ହୋଇପଡିଛି। କିନ୍ତୁ ବଲିଉଡ୍ ପ୍ରେମୀ ଓ ଅନୁଷ୍କାଙ୍କ ଅଧିକାଂଶ ପ୍ରଶଂସକ କେମିତି ନା କେମିତି ତାଙ୍କୁ ଚିହ୍ନି ନେଉଛନ୍ତି। ଏହି ଫଟୋରେ ଦେଖାଯାଉଛି ଅନୁଷ୍କାଙ୍କ ମା ତାଙ୍କୁ କାଖରେ ଧରି କିଛି ଖୁଆଇ ଦେଉଛନ୍ତି। ଭାଇରାଲ ହେଉଥିବା ଅନୁଷ୍କାଙ୍କ ଏହି କୌତୁକିଆ ଫଟୋରେ ତାଙ୍କ ପ୍ରଶଂସକମାନେ ଖୁବ୍ ପ୍ରତିକ୍ରିୟା ଦେଉଥିବା ଦେଖାଯାଏ।

This girl in mother lap is a big bollywood actressମା’ କାଖରେ ବଲିଉଡର ଜଣେ ବଡ କଳାକାର, ଚିହ୍ନନ୍ତୁ କିଏ?
Advertisment

ଅନୁଷ୍କା ଶର୍ମାଙ୍କ ନାମରେ ବଲିଉଡ୍‌ରେ ବଡ଼ ସଫଳତା ତାଲିକାରେ ରହିସାରିଛି। ସେ ବର୍ତ୍ତମାନ ଜଣେ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା ମଧ୍ୟ। ଅନୁଷ୍କା ତାଙ୍କ ପ୍ରଡକ୍ସନ୍ ହାଉସ୍‌ ବ୍ୟାନରରେ ଅନେକ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ପ୍ରସ୍ତୁତ କରିଛନ୍ତି। ଏହି ଅଭିନେତ୍ରୀ ହେଉଛନ୍ତି ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଏବଂ ଉଭୟଙ୍କ କିଛି ନା କିଛି ଫଟୋ ପ୍ରତିଦିନ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହୁଏ। ଅନୁଷ୍କାଙ୍କ କାମର କଥା କହିବାକୁ ଗଲେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ଶାହାରୁଖ ଖାନଙ୍କ ଅଭିନୀତ ‘ଜିରୋ’। ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Anushka Sharma Mumbai Bollywood
Advertisment
Advertisment