• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଅକ୍ଷୟ କୁମାର ଫିଲ୍ମ ପୋଷ୍ଟରକୁ ନେଇ ଦେଖାଯାଇଛି ବିବାଦ

  • ପରିବର୍ତ୍ତନ କରାଯିବ ଗୋର୍ଖା ଫିଲ୍ମ ପୋଷ୍ଟର

ନୂଆଦିଲ୍ଲୀ: ଆସୁଛି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଗୋର୍ଖା । ଗତ ଶୁକ୍ରବାର ସିନେମାର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ବିବାଦ । ପୋଷ୍ଟରରେ ଦେଖା ଯାଇଥିବା ଶସ୍ତ୍ର ଖୁକ୍ରୀ ନୁହେଁ ବୋଲି ଗୋର୍ଖା ରାଇଫଲ୍ସର ପୂର୍ବତନ ସେନା ଅଧିକାରୀ ଟ୍ୱିଟ୍ କରିବା ସହ ଏହାକୁ ସୁଧାରିବାକୁ ଲେଖିଛନ୍ତି । ତେବେ ଏହି ଭୁଲ୍‌କୁ ଗ୍ରହଣ କରିବା ସହ ଆଗାମୀ ଦିନରେ ସିନେମାରେ ଯେଭଳି କୌଣସି ଭୁଲ୍ ନହୁଏ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି ଅକ୍ଷୟ ।

ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ଅକ୍ଷୟ କୁମାରଙ୍କ ଅଭିନିତ ଗୋର୍ଖା ଫିଲ୍ମ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ପଛର କାରଣ ହେଉଛି ଏହି ଫିଲ୍ମର ପୋଷ୍ଟରକୁ ନେଇ ଜଣେ ପୂର୍ବତନ ସେନା ଅଧିକାରୀ ଆପତ୍ତି ଉଠାଇଛନ୍ତି । ଯେଉଁଥିରେ ସେ ଏକ ଟ୍ୱିଟ କରିକହିଛନ୍ତି ଯେ ପୋଷ୍ଟରରେ ଅକ୍ଷୟ କୁମାର ଏକ ଶସ୍ତ୍ର ଧରିଥିବା ଦେଖିବାକୁ ମିଳୁଛି ଗୋର୍ଖା ମାନେ ସାଧାରଣଃ ଧରୁଥିବା ଶସ୍ତ୍ରକୁ ଖୁକ୍ରୀ କୁହାଯାଏ । ପୋଷ୍ଟରରେ ଦେଖାଯାଇଥିବା ଶସ୍ତ୍ର ଖୁକ୍ରୀ ଭଳି ଆଦୌ ଦେଖାଯାଉନଥିବାରୁ ସେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ।

GORHA

ଏହା ସହ ସେ କହିଛନ୍ତି, ଗୋର୍ଖା ଉପରେ ସିନେମା ନିର୍ମାଣ କରୁଥିବାରୁ ସେ ଅକ୍ଷୟକୁମାରଙ୍କୁ ଧନ୍ୟବାଦ ଜଣାଇଥିବା ସହ ପୋଷ୍ଟରରେ ଦେଖାଯାଉଥିବା ଖୁକ୍ରୀକୁ ପରିବର୍ତ୍ତନ କରି ଠିକ୍ କରିବାକୁ ସେ ଅନୁରୋଧ କରିଛନ୍ତି । ପୋଷ୍ଟରେ ଦେଖାଯାଇଥିବା ଖୁକ୍ରୀର ଆକାର ଠିକ୍ ନୁହେଁ ବୋଲି ପୂର୍ବତନ ସେନା ଅଧିକାରୀ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି । ଖୁକ୍ରୀର ଧାର ଭିତର ପାଖରେ ଥାଏ ଏହା ଖୁକ୍ରୀ ନୁହେଁ ବୋଲି ମଧ୍ୟ କହିଛନ୍ତି । ସେ ଟ୍ୱିଟ୍‌ରେ ଖୁକ୍ରୀର ସଠିକ୍ ଫଟୋ ମଧ୍ୟ ଅପ୍ଲୋଡ୍ କରିଛନ୍ତି  ।ଅନ୍ୟପଟେ ଅକ୍ଷୟ କୁମାର ମେଜର ମାଣିକ୍ ଏମ୍ ଜଲିଙ୍କ ଏହି ଟ୍ୱିଟ୍‌ର ଉତ୍ତର ଦେଇଛନ୍ତି । ଯେଉଁଥିରେ ସେ ଗୋର୍ଖା ପୋଷ୍ଟରରେ ଥିବା ଭୁଲ୍ ଧରିଥିବା ପାଇଁ ଅଧିକାରୀଙ୍କୁ ଧନ୍ୟବାଦ୍ ଦେବା ସହ ସିନେମାରେ ଏହାକୁ ଠିକ୍ କରିବେ ବୋଲି ଲେଖିଛନ୍ତି ଅକ୍ଷୟ ।

GORKHA

ଗୋର୍ଖା ସିନେମା ଜଣେ ସେନା ଅଧିକାରୀଙ୍କ ଜୀବନୀ ଉପରେ ଆଧାରିତ । ଯେଉଁଥିରେ ମେଜର ଜେନେରାଲ ଲାନ୍ କାରଡୋଜୋ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଫଳରେ ତାଙ୍କର ଗୋଡ଼ ହରାଇଥିଲେ । ଯାହା ପରେ ମଧ୍ୟ ସେ ବାଟାଲିୟନ ଓ ବ୍ରିଗେଡ୍ର ନେତୃତ୍ୱ ନେଇଥିଲେ । ତାଙ୍କର ଏହି ରିୟଲ ଲାଇଫ କାହାଣୀକୁ ନେଇ ଗୋର୍ଖା ସିନେମା ନିର୍ମିତ ହୋଇଛି ।