Advertisment

ଘରେ ରେଡ୍‌ ପରେ ମିଳିଲା ଏମିତି ଜିନିଷ, ଗିରଫ ହେଲେ ଟିଭି କଳାକାର

ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ କରାଯାଇଛି। ଶୁକ୍ରବାର Narcotics Control Bureau (NCB)ର ମୁମ୍ବାଇ ଜୋନାଲ୍‌ ଟିମ୍‌ ଗୌରବଙ୍କୁ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
TV Actor Gaurav Dixit

TV Actor Gaurav Dixit

ମୁମ୍ବାଇ: ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଛି। ଶୁକ୍ରବାର Narcotics Control Bureau (NCB)ର ମୁମ୍ବାଇ ଜୋନାଲ୍‌ ଟିମ୍‌ ଗୌରବଙ୍କୁ ଗିରଫ କରିଛି। ଡ୍ରଗ୍ସ କାରବାରକୁ ନେଇ ନେଇ ଅଭିନେତା ଏଜାଜ୍ ଖାନ୍ ଓ ଅନ୍ୟ କିଛି ଲୋକଙ୍କୁ ପଚରାଉଚରା ବେଳେ ଗୌରବଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାପରେ ଗତ କିଛି ମାସ ହେବ ଏନ୍‌ସିବି ତାଙ୍କ ଉପରେ ନଜର ରଖିଥିଲା। 

Advertisment

ଗତକାଲି ଏନ୍‌ସିବି ପକ୍ଷରୁ ମୁମ୍ବାଇ ଲୋଖଣ୍ଡଓ୍ୱାଲା ସ୍ଥିତ ଗୌରବଙ୍କ ଘରେ ରେଡ୍‌ କରାଯାଇଥିଲା। ଏହି ସମୟରେ ତାଙ୍କ ଘରୁ ଚରସ୍‌ ଓ ଡ୍ରଗ୍ସ ମିଳିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଗତକାଲି ଏନ୍‌ସିବି ନଭି ମୁମ୍ବାଇ ଓ ମୁମ୍ବାଇ ୭ରୁ ୮ଟି ସ୍ଥାନରେ ରେଡ୍‌କରି ୪ରୁ ୫ଜଣ ଡ୍ରଗ୍ସ ପେଡଲର୍‌ଙ୍କୁ ଗିରଫ କରିଛି। 

ସୂଚନାଥାଉ କି, ଚଳିତ ବର୍ଷ ମାର୍ଚ୍ଚରେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ଏନ୍‌ସିବି ଏଜାଜ୍‌ ଖାନ୍‌ଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ଜୟପୁର ଆସି ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ପଚରାଉଚରା ପାଇଁ ନିଆଯାଇଥିଲା ଓ ସେହିଦିନ ହିଁ ତାଙ୍କୁ ଗିରଫ କରାଯାଇଥିଲା। 

Advertisment

ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନାକୁ ଆସିଥିଲା। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ଶୌଭିକ୍‌, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡା, ପର୍ସନାଲ୍‌ ଷ୍ଟାଫ୍‌ ଦୀପେଶ ସାୱନ୍ତଙ୍କ ସମେତ ଅନେକଙ୍କୁ ଏନ୍‌ସିବି ଗିରଫ କରିଥିଲା। ୨୮ ଦିନ ଜେଲ୍‌ରେ ରହିବା ପରେ ଏହି ମାମଲାରେ ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଥିଲେ। ଏନ୍‌ସିବି ଏହି ମାମଲାରେ ବଲିଉଡ୍‌ର ପ୍ରମୁଖ ‌ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିଥିଲା। ସୂଚନାଥାଉ କି, ୨୦୨୦ ଜୁନ୍‌ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା

Actor Gaurav Dixit Arrested Drugs Case
Advertisment
Advertisment