Advertisment

ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ରହିଛି ପାର୍ଥକ୍ୟ : ତାପସୀ ପନ୍ନୁ

ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ଅନେକ ପାର୍ଥକ୍ୟ ରହିଛି। ତାପସୀ କୁହନ୍ତି ଯେ ଆଥ୍‌ଲେଟିକ୍ ବଡି ପାଇଁ ସାଇଣ୍ଟିଫିକ୍ ଆପ୍ରୋଚର ଆବଶ୍ୟକତା ରହିଛି। ଶରୀରର ସବୁ ମାଂସପେଶୀ ପାଇଁ ଅଲଗା ଅଲଗା ବ୍ୟାୟାମ ରହିଛି। ଆପଣ କ’ଣ କ’ଣ ଖାଉଛନ୍ତି, କି କି ବ୍ୟାୟାମ କରୁଛନ୍ତି, କେଉଁ ମେସିନ୍ ବ୍ୟବବାର କରୁଛନ୍ତି ଏସବୁ ଦେଖିବା ନିହାତି ଜରୁରୀ।

author-image
Pramod Behera
Taapsee Pannu reveals difference between bikini or athletic body

Taapsee Pannu reveals difference between bikini or athletic body

ନୂଆଦିଲ୍ଲୀ : ତାପସୀ ପନ୍ନୁ ଆଜିକାଲି ନିଜ ଫିଲ୍ମ ‘ରଶ୍ମୀ ରକେଟ୍’ କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାପସୀ ଜଣେ ଆଥ୍‌ଲେଟ୍‌ର ଭୂମିକା ନିଭାଉଛନ୍ତି। ଜଣେ ଆଥ୍‌ଲେଟ୍ ଭୂମିକାରେ ଅଭିନୟ କରି ସେ ଅନେକ କିଛି ଶିଖିଥିବା ମନେହୁଏ। ନିକଟରେ ଏକ ସାକ୍ଷାତକାର ଅବସରରେ ବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ପାର୍ଥକ୍ୟ କ’ଣ ସେ କହିଛନ୍ତି।

Advertisment
Taapasee Pannu as Athleteତାପସୀ ପନ୍ନୁଙ୍କ ଆଥ୍‌ଲେଟ୍ ରୂପ

ତାପସୀ ତାଙ୍କ ସହଯୋଗୀମାନଙ୍କ ସହ ଆଲୋଚନା କରି କହିଛନ୍ତି, ମୁଁ ମୋ ଟିମ୍‌କୁ ଖୋଲାଖୋଲି ଭାବେ ନିର୍ଦ୍ଦେଶ ଦେଇଥିଲି ଯେ ସେମାନେ ଫିଲ୍ମ୍ ‘ରଶ୍ମୀ ରକେଟ୍’ ପାଇଁ ନିଜ ବଡି ବନେଇବା ମୋହରେ ପଡି ଷ୍ଟେରଏଡ୍ ନିଅନ୍ତୁ ନାହିଁ। ତାପସୀ ବିକିନୀ ବଡି ଓ ଆଥଲେଟ୍ ବଡି ଭିତରେ ବହୁତ ପାର୍ଥକ୍ୟ ଥିବା କହିଛନ୍ତି।

Taapasee Pannu in bikini looksତାପସୀ ପନ୍ନୁଙ୍କ ବିକିନୀ ରୂପ
Advertisment

ତାଙ୍କ କହିବା କଥା ଯେ “ବିକିନୀ ବଡି ପାଇଁ ଆପଣଙ୍କୁ ଷ୍ଟ୍ରିମଲାଇନ୍ ଆପ୍ରୋଚକୁ ଫଲୋ କରିବାକୁ ହେବ। ଏନେଇ ଆପଣଙ୍କୁ ଓଜନ କମ କରିବାକୁ ହେବ। ଆପଣଙ୍କ ଚର୍ମ ଓ ହାଡରେ ଯେପରି କୌଣସି ପ୍ରଭାବ ନ ପଡେ। ଏ ସବୁ ଆପଣଙ୍କୁ ଫଲୋ କରିବାକୁ ପଡିବ। କାରଣ ବିକିନୀ ବଡି ପାଇଁ ଲୋକେ ସ୍ଲିମ୍ ଫିଗର ଚାହାନ୍ତି। ଏବେ ମୋ ପାଖରେ କୌଣସି ବଡି ଟାଇପ୍ ନାହିଁ, ଯାହା ନେଇ ମତେ ସେମିତି କିଛି କରିବାକୁ ହେବ। ମୁଁ ଜଣେ ଆଥ୍‌ଲେଟିକ୍। ଯଦି ବି ମୁଁ ବିକିନୀ ବଡି ବନେଇବାକୁ ଚାହିଁବି ତେବେ ଆପଣମାନେ ମୋ ଠାରେ ସେଭଳି ସୁନ୍ଦରତା ଦେଖିପାରିବେ ନାହିଁ ଯାହା ଅନ୍ୟ ଅଭିନେତ୍ରୀମାନଙ୍କ ପାଖରେ ପାଇବେ।”

Taapasee Pannu in Rashmi Rocketରଶ୍ମୀ ରକେଟ୍‌ରେ ତାପସୀ ପନ୍ନୁ

ତାପସୀ କୁହନ୍ତି ଯେ ଆଥ୍‌ଲେଟିକ୍ ବଡି ପାଇଁ ସାଇଣ୍ଟିଫିକ୍ ଆପ୍ରୋଚର ଆବଶ୍ୟକତା ରହିଛି। ଶରୀରର ସବୁ ମାଂସପେଶୀ ପାଇଁ ଅଲଗା ଅଲଗା ବ୍ୟାୟାମ ରହିଛି। ଆପଣ କ’ଣ କ’ଣ ଖାଉଛନ୍ତି, କି କି ବ୍ୟାୟାମ କରୁଛନ୍ତି, କେଉଁ ମେସିନ୍ ବ୍ୟବବାର କରୁଛନ୍ତି ଏସବୁ ଦେଖିବା ନିହାତି ଜରୁରୀ। ତାପସୀ ପନ୍ନୁଙ୍କ ଫିଲ୍ମ ‘ରଶ୍ମୀ ରକେଟ୍’ ବିଷୟରେ ଯଦି କୁହାଯାଏ ତେବେ ଏହି ଫିଲ୍ମ ଏହି ଶୁକ୍ରବାର ଜି୫ରେ ରିଲିଜ୍ ହେବାକୁ ଯାହାକୁ।

Taapsee Pannu reveals difference between bikini or athletic bodyବିକିନୀ ବଡି ଓ ଆଥ୍‌ଲେଟ୍ ବଡି ଭିତରେ ରହିଛି ପାର୍ଥକ୍ୟ : ତାପସୀ ପନ୍ନୁ
Rashmi Rocket Taapsee Pannu Bollywood
Advertisment
Advertisment