Advertisment

ଆସୁଛି ତାପସୀ ପନ୍ନୁଙ୍କ 'ରଶ୍ମୀ ରକେଟ୍'; କିଣିବ ଦର୍ଶକଙ୍କ ମନ

କ୍ରମାଗତ ଭାବରେ ଭଲ ପ୍ରଦର୍ଶନ ଦେବା ପରେ, ତାପସୀ ପନ୍ନୁ 'ରଶ୍ମୀ ରକେଟ୍' ଜରିଆରେ ସିଧା ଭାରତୀୟ ଦର୍ଶକଙ୍କ ହୃଦୟରେ ରାଜ କରିବାକୁ ଆସୁଛନ୍ତି। ଏହା ଅକ୍ଟୋବର ୧୫ରେ Zee5 ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁଭାଲାରଙ୍କ୍ ଆରଏସଭିପି ଓ ମ୍ୟାଙ୍ଗୋ ପିପଲ ମିଡିଆ ଦ୍ୱାରା ନିର୍ମିତ।

author-image
Pramod Behera
Taapsee Pannu, Rashmi Rocket

Taapsee Pannu, Rashmi Rocket

ମୁମ୍ୱାଇ: କ୍ରମାଗତ ଭାବରେ ଭଲ ପ୍ରଦର୍ଶନ ଦେବା ପରେ, ତାପସୀ ପନ୍ନୁ 'ରଶ୍ମୀ ରକେଟ୍' ଜରିଆରେ ସିଧା ଭାରତୀୟ ଦର୍ଶକଙ୍କ ହୃଦୟରେ ରାଜ କରିବାକୁ ଆସୁଛନ୍ତି। ଏହା ଅକ୍ଟୋବର ୧୫ରେ Zee5 ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁଭାଲାରଙ୍କ୍ ଆରଏସଭିପି ଓ ମ୍ୟାଙ୍ଗୋ ପିପଲ ମିଡିଆ ଦ୍ୱାରା ନିର୍ମିତ।

Advertisment
Taapsee Pannu ତାପସୀ ପନ୍ନୁ

ଏହା ଏକ ଛୋଟ ଝିଅର କାହାଣୀ, ଯିଏ ଏକ ଛୋଟ ଗାଁରେ ରୁହେ। କିନ୍ତୁ ଉପରବାଲାଙ୍କ ଦ୍ୱାରା ତାଙ୍କୁ ଏକ ଅଦ୍ଭୁତପୂର୍ବ ବଡ଼ ଉପହାର ଦିଆଯାଇଛି। ଆକର୍ଷ ଖୁରାନାଙ୍କ ନିର୍ଦ୍ଦେଶିତ ‘ରଶ୍ମୀ ରକେଟ୍’ ନନ୍ଦା ପେରିୟାସାମିଙ୍କ ମୂଳ କାହାଣୀ ଉପରେ ଆଧାରିତ। ପୋଷ୍ଟର୍‌ରେ ଦର୍ଶକଙ୍କୁ ଆଡ୍ରେନାଲାଇନ୍ ପ୍ୟାକ୍ଡ କଥାର ଏକ ଝଲକ ଦିଆଯାଇଛି। ଏଥିରେ ତାପସୀ ଧୈର୍ଯ୍ୟ ଏବଂ ଦୃଢ ସଂକଳ୍ପରେ ଭରପୂର ଥିବା ନଜର ଆସନ୍ତି।

Taapsee Pannu ତାପସୀ ପନ୍ନୁ
Advertisment

ରୋନି ସ୍କ୍ରୁଭାଲା, ନେହା ଆନନ୍ଦ ଏବଂ ପ୍ରାଞ୍ଜଲ ଖଣ୍ଡଡିଆଙ୍କ ଦ୍ୱାରା ନିର୍ମିତ 'ରଶ୍ମୀ ରକେଟ୍' ନନ୍ଦା ପେରିୟାସାମି, ଅନିରୁଦ୍ଧ ଗୁହା ଓ କାନିକା ଢିଲୋଙ୍କ ଦ୍ୱାରା ଲିଖିତ ହୋଇଥିବା ବେଳେ ଏଥିରେ ସୁପ୍ରିୟା ପାଠକ୍, ଅଭିଷେକ ବାନାର୍ଜୀ, ପ୍ରିୟାନ୍ସୁ ପେନ୍ୟୁଲି ଏବଂ ସୁପ୍ରିୟା ପିଲଗାଓଁକର ମଧ୍ୟ ଅଭିନୟ କରିଛନ୍ତି।

Taapsee Pannu ତାପସୀ ପନ୍ନୁ

ତାପସୀ ପନ୍ନୁ କୁହନ୍ତି, “ଏହି ଚଳଚ୍ଚିତ୍ରଟି ଏକ ଭିନ୍ନ ଧରଣର। ମତେ ସବୁବେଳେ ସେତିକିବେଳେ ସଂପର୍କ କରାଯାଏ ଯେତେବେଳେ ସ୍କ୍ରିପ୍ଟ କିମ୍ବା ନିର୍ଦ୍ଦେଶକ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ଏହି କାହାଣୀର ଗୋଟିଏ ଧାଡି ଚେନ୍ନାଇରେ ମୋ କୋଳରେ ଆସି ପଡିଗଲା ଏବଂ ତା’ପରେ ସେଠାରୁ ଏକ ପୂର୍ଣ୍ଣ ଚଳଚ୍ଚିତ୍ର ହେବାର ଅନୁଭବ ହେଲା। ଏଭଳି ଆଗରୁ କେବେ ଅନ୍ୟ ଫିଲ୍ମ ସହ ହୋଇନି। ପ୍ରଥମ ଦିନରୁ ସମସ୍ତ କାହାଣୀ ବିଷୟରେ ଏତେ ନିଶ୍ଚିତ ଥିଲି ଯେ କୌଣସି ଷ୍ଟକ୍‌ ହୋଲ୍ଡରଙ୍କୁ ହାତ ମିଳାଇବା ଏବଂ ଏହି ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ଦେବା ପାଇଁ ମନାଇବା କଦାପି କଷ୍ଟକର ନ ଥିଲା। ତେଣୁ ଏହି ଚଳଚ୍ଚିତ୍ରର ଫଳାଫଳ ମୋର ଅନ୍ୟ ଚଳଚ୍ଚିତ୍ର ଅପେକ୍ଷା ମୋତେ ଅଧିକ ପ୍ରଭାବିତ କରିବ। ଏନେଇ ସେ ଅତ୍ୟଧିକ ଗର୍ବିତ ବୋଲି କହିଛନ୍ତି।

Taapsee Pannu ତାପସୀ ପନ୍ନୁ

ନିର୍ଦ୍ଦେଶକ ଆକର୍ଷ ଖୁରାନାଙ୍କ କହିବା କଥା, “ଦର୍ଶକ ଭାବରେ ମୁଁ କୋର୍ଟ ରୁମ୍ ଡ୍ରାମା, ପରିପକ୍ୱ ରୋମାନ୍ସ ଏବଂ କ୍ରୀଡା ଚଳଚ୍ଚିତ୍ର ପ୍ରତି ସର୍ବଦା ଆଗ୍ରହୀ ଥିଲି। ଜଣେ କାହାଣୀକାର ଭାବରେ, ମୁଁ ସର୍ବଦା ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ ଯାତ୍ରାର ଚରିତ୍ର ପ୍ରତି ଆକର୍ଷିତ ହୋଇଆସୁଛି। ଏହି ଚଳଚ୍ଚିତ୍ର ମୋତେ ଏକ ଅନନ୍ୟ ଏବଂ ରୋମାଞ୍ଚକର ସୁଯୋଗ ଦେଇଥିଲା ଯେଉଁଥିରେ ଏହି ସବୁ ଉପାଦାନ ରହିଥିଲା ​​ଏବଂ ତା ସହିତ ଭଲ କଳାକାର ମଧ୍ୟ।”

Taapsee Pannu ତାପସୀ ପନ୍ନୁ

ଆର୍‌ଏସ୍‌ଭିପିର ରୋନି ସ୍କ୍ରୁଭାଲା କୁହନ୍ତି, “ମତେ ସବୁବେଳେ ଦୁର୍ବଳ ଓ ଅନାମ ନାୟକର କାହାଣୀ ଭଲଲାଗେ। ‘ରଶ୍ମୀ ରକେଟ୍’ କାହାଣୀରେ ଯେଉଁ କୌତୁହଳପୂର୍ଣ୍ଣ ବିଷୟ ଅଛି ତାହା ହେଉଛି ଜଣେ ଆଥ୍‌ଲେଟ୍ ଭାବରେ ତାଙ୍କର ଯାତ୍ରା ବିଷୟରେ ନୁହେଁ, ବରଂ ଆଥ୍‌ଲେଟ୍ ଭାବରେ ତାଙ୍କ ଜୀବନ ସାମ୍ନାରେ ଆସୁଥିବା ମାନବୀୟ ନାଟକ। ଏନେଇ ଏହା ନିୟମିତ ଆଥ୍‌ଲେଟ୍ କାହାଣୀଠାରୁ ଏହାକୁ ଭିନ୍ନ କରୁଛି। Zee5 ସହିତ ଆମର ସହଭାଗୀତା ନିଶ୍ଚିତ କରିବ ଯେ ଚଳଚ୍ଚିତ୍ରଟି ଦୁନିଆର ପ୍ରତ୍ୟେକ କୋଣରେ ପହଞ୍ଚିବ। ଏହା ଏପରି ଏକ କାହାଣୀ ଯାହା ସମସ୍ତେ ଜାଣିବା ଉଚିତ।”

ମ୍ୟାଙ୍ଗି ପିପଲ ମିଡିଆର ପ୍ରାଞ୍ଜଲ ଖଣ୍ଡଡିୟା କୁହନ୍ତି, “ପ୍ରତ୍ୟେକ ମହିଳା ଆଥଲେଟ୍‌ମାନଙ୍କ ସାନ୍ନାକୁ ଆସୁଥିବା ଚ୍ୟାଲେଞ୍ଜ ବିଷୟରେ ସମସ୍ତେ କଥା ହୁଅନ୍ତି, କିନ୍ତୁ ଆମେ କ’ଣ ଏହା ବିଷୟରେ ଯଥେଷ୍ଟ ଆଲୋଚନା କରୁ କି? ‘ରଶ୍ମି ରକେଟ୍’ କ୍ରୀଡ଼ାରେ ଥିବା ଦ୍ୱେଷକୁ ପ୍ରକୃତରେ ଦୂର କରିବା ସହ ପଦକ ପଛରେ ଥିବା ବାଧାଗୁଡିକ ବିଷୟରେ ସୂଚାଏ।

Taapsee Pannu Bollywood
Advertisment
Advertisment