Advertisment

ପ୍ଲୋରିନା ହାତେଇଲେ ‘ସୁପର ଡ୍ୟାନ୍ସର ଚାପ୍‌ଟର୍‌ ୪’ ଟାଇଟଲ୍

ଶୋ’ର ଗ୍ରାଣ୍ଡ୍‌ ଫାଇନାଲ୍‌ରେ ପହଞ୍ଚିଥିବା ଅନ୍ୟ ୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକେଇ ପ୍ଲୋରିନା ଗୋଗୋଇ ‘ସୁପର୍‌ ଡ୍ୟାନ୍ସର ଚାପ୍‌ଟର୍‌ ୪’ର ଟାଇଟଲ୍‌କୁ ନିଜ ନାମରେ କରିନେଇଛନ୍ତି। ତେବେ ଶୋ’ର ଟପ୍ ଫାଇନାଲ୍‌ରେ ଆସାମର ଫ୍ଲୋରିନା ଗୋଗୋଇଙ୍କ ବ୍ୟତୀତ, ନୂଆଦିଲ୍ଲୀର ଈଶା ମିଶ୍ରା, ପଞ୍ଜାବର ସଞ୍ଚିତ୍ ଚନ୍ନା, କର୍ଣ୍ଣାଟକର ପୃଥ୍ୱୀରାଜ, ମଧ୍ୟପ୍ରଦେଶର ନୀରଜ ସାମିଲ୍ ଥିଲେ। ଫ୍ଲୋରିନା ଟ୍ରଫି ସହିତ ୧୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଜିତିଛନ୍ତି। ଏହି ଖୁସିରେ ଗୁରୁ ଦକ୍ଷିଣା ଭାବରେ ୫ ଲକ୍ଷ ଟଙ୍କା ତାଙ୍କ ସୁପର୍‌ ଗୁରୁଙ୍କୁ ଦେଇଛନ୍ତି।

author-image
Pramod Behera
Super dancer chapter 4 winner Florina Gogoi

Super dancer chapter 4 winner Florina Gogoi

ମୁମ୍ବାଇ : ଟିଭି ଶୋ ମଧ୍ୟରେ ଲୋକପ୍ରୀୟ ଡ୍ୟାନ୍ସିଂ ଶୋ ‘ସୁପର ଡ୍ୟାନ୍ସର ଚାପ୍‌ଟର୍‌ ୪’ ସମସ୍ତଙ୍କ ହୃଦୟ ଜିତିଥିଲା। କିଛି ମାସ ହେବ ଟିଭି ପରଦାରେ ଧମାଲ କରୁଥିବା ଏହି ଶୋ’କୁ ଏବେ ମିଳିଯାଇଛି ଏହାର ବିଜେତା। ଏହାର ଗ୍ରାଣ୍ଡ୍ ଫାଇନାଲ୍‌ ବହୁତ ଆକର୍ଷଣୀୟ ଥିଲା। ଏଥିରେ ଅନ୍ୟ ୪ ପ୍ରତିଯୋଗୀଙ୍କୁ ମାତ ଦେଇ ପ୍ଲୋରିନା ଗୋଗୋଇ ଟ୍ରଫିକୁ ନିଜ ନାମରେ କରି ନେଇଛନ୍ତି। ତେବେ ଏହି ଡ୍ୟାନ୍ସିଂ ମଇଦାନରେ ଫ୍ଲୋରିନା ବିଜେତା ହୋଇଥିବା ବେଳେ ନିଜର ନିଷ୍କପଟତା ଯୋଗୁଁ ଲୋକଙ୍କ ହୃଦୟରେ ରାଜ କରୁଥିବା ପୃଥ୍ୱୀରାଜ ଶୋ’ର ରନର୍‌ଅପ୍‌ ହୋଇଛନ୍ତି। ଫାଇନାଲ୍‌ରେ ପ୍ରତିଯୋଗୀମାନଙ୍କ ବ୍ୟତୀତ ଜଜ୍‌ମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

Advertisment

ଶୋ’ର ଗ୍ରାଣ୍ଡ୍‌ ଫାଇନାଲ୍‌ରେ ପହଞ୍ଚିଥିବା ଅନ୍ୟ ୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକେଇ ପ୍ଲୋରିନା ଗୋଗୋଇ ‘ସୁପର୍‌ ଡ୍ୟାନ୍ସର ଚାପ୍‌ଟର୍‌ ୪’ର ଟାଇଟଲ୍‌କୁ ନିଜ ନାମରେ କରିନେଇଛନ୍ତି। ତେବେ ଶୋ’ର ଟପ୍ ଫାଇନାଲ୍‌ରେ ଆସାମର ଫ୍ଲୋରିନା ଗୋଗୋଇଙ୍କ ବ୍ୟତୀତ, ନୂଆଦିଲ୍ଲୀର ଈଶା ମିଶ୍ରା, ପଞ୍ଜାବର ସଞ୍ଚିତ୍ ଚନ୍ନା, କର୍ଣ୍ଣାଟକର ପୃଥ୍ୱୀରାଜ, ମଧ୍ୟପ୍ରଦେଶର ନୀରଜ ସାମିଲ୍ ଥିଲେ। ଫ୍ଲୋରିନା ଟ୍ରଫି ସହିତ ୧୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଜିତିଛନ୍ତି। ଏହି ଖୁସିରେ ଗୁରୁ ଦକ୍ଷିଣା ଭାବରେ ୫ ଲକ୍ଷ ଟଙ୍କା ତାଙ୍କ ସୁପର୍‌ ଗୁରୁଙ୍କୁ ଦେଇଛନ୍ତି।

Advertisment

ଶୋ’ରେ ପୃଥ୍ୱୀରାଜ ରନର୍‌ଅପ୍‌ ହୋଇଥିବା ବେଳେ ପଞ୍ଚମ ସ୍ଥାନରେ ଈଶା, ଚତୁର୍ଥ ସ୍ଥାନରେ ନୀରଜ ଓ ତୃତୀୟ ସ୍ଥାନରେ ସଞ୍ଚିତ ରହିଛନ୍ତି। ତେବେ ଶୋ’ର ମୁଖ୍ୟ ଆକର୍ଷଣ ଥିଲା, ପ୍ଲୋରିନା ମଞ୍ଚକୁ ଆସି ଡ୍ୟାନ୍ସ କରିବା ପୂର୍ବରୁ ତାଙ୍କ ପରିବାର ସେମାନଙ୍କ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ। ଏହା ପରେ ପ୍ଲୋରିନା ନିଜ ସୁପର ଗୁରୁ ତୁଷାର ସେଟ୍ଟୀଙ୍କ ସହିତ ମଞ୍ଚରେ ଧମାକାଦାର ପ୍ରଦର୍ଶନ କରିଥିଲେ।

‘ସୁପର ଡ୍ୟାନ୍ସର ଚାପ୍‌ଟର୍‌ ୪’ରେ ପୂର୍ବ ଭଳି ଶିଳ୍ପା ସେଟ୍ଟୀ, ଗୀତା କପୁର ଓ ଅନୁରାଗ ବସୁ ଜଜ୍‌ଭାବେ ଉପସ୍ଥିତ ଥିଲେ। ଫ୍ଲୋରିନାଙ୍କ ବିଜୟରେ ଉପସ୍ଥିତ ଜଜ୍‌ମାନେ ମଧ୍ୟ ଖୁସି ଥିବା ନଜର ଆସିଛନ୍ତି। ଶୋ’ର ଫାଇନାଲ୍‌ରେ ବିଶେଷ ଅତିଥି ଭାବେ ଜଣାଶୁଣା ରାପର୍ ବାଦଶାହ ଓ କୋରିଓଗ୍ରାଫର ରାଘବ ଜୁୟାଲ ଉପସ୍ଥିତ ଥିଲେ। ସେମାନେ ପ୍ରତିଯୋଗୀମାନଙ୍କୁ ଦେଖି ବହୁତ ପ୍ରଭାବିତ ହୋଇଥିଲେ। ଉଭୟ ଶିଳ୍ପା ସେଟ୍ଟୀଙ୍କ ସହିତ ଡ୍ୟାନ୍ସ ମଧ୍ୟ କରିଥିଲେ। ଲୋକେ ଏମାନଙ୍କ ଡ୍ୟାନ୍ସକୁ ଖୁବ୍ ପସନ୍ଦ କରିଥିଲେ। ଏହି ଅବସରରେ ମନୀଷ ପାଲ ନିଜ ନୂଆ ଡ୍ୟାନ୍ସ ରିଏଲିଟି ଶୋ’ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସରକୁ ପ୍ରମୋଟ୍ କରିବା ନେଇ ଏହି ମଞ୍ଚକୁ ଆସିଥିଲେ।

Entertainment Florina Gogoi Super Dancer
Advertisment
Advertisment