Advertisment

ସନ୍ନି ଦେଓଲଙ୍କ ଘରେ ରହିଛି ଥିଏଟର-ହେଲିପ୍ୟାଡ୍ ଆହୁରି କେତେ କ’ଣ

ବଲିଉଡ ଅଭିନେତା ସନ୍ନି ଦେଓଲ ନିଜର ରଫ୍-ଟଫ୍ ଷ୍ଟାଇଲ ପାଇଁ ବେଶ ଜଣାଶୁଣା। ସନିଙ୍କ ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ୍ ଲୁକ୍, ସେ 'ଦାମିନୀ'ରେ ଥାଉ ବା 'ଗଦର : ଏକ୍‌ ପ୍ରେମ୍‌ କଥା'ରେ ପାକିସ୍ତାନ ବିପକ୍ଷରେ ମୋର୍ଚ୍ଚା ଖୋଲିବା ହେଉ ପ୍ରତ୍ୟେକ ଭୂମିକାରେ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ସନ୍ନି ଦେଓଲ୍ ମୁମ୍ବାଇର ମାଲାବାର ପାହାଡରେ ଥିବା ବିଳାସପୂର୍ଣ୍ଣ ଘରେ ରୁହନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
ସନ୍ନି ଦେଓଲଙ୍କ ଘରେ ରହିଛି ଥିଏଟର-ହେଲିପ୍ୟାଡ୍ ଆହୁରି କେତେ କ’ଣ

Sunny Deol

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲ ନିଜର ରଫ୍-ଟଫ୍ ଷ୍ଟାଇଲ ପାଇଁ ବେଶ ଜଣାଶୁଣା। ସନିଙ୍କ ଆଙ୍ଗ୍ରି ୟଙ୍ଗ୍‌ମ୍ୟାନ୍ ଲୁକ୍, ସେ 'ଦାମିନୀ'ରେ ଥାଉ ବା 'ଗଦର : ଏକ୍‌ ପ୍ରେମ୍‌ କଥା'ରେ ପାକିସ୍ତାନ ବିପକ୍ଷରେ ମୋର୍ଚ୍ଚା ଖୋଲିବା ହେଉ ପ୍ରତ୍ୟେକ ଭୂମିକାରେ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ସନ୍ନି ଦେଓଲ୍ ମୁମ୍ବାଇର ମାଲାବାର ପାହାଡରେ ଥିବା ବିଳାସପୂର୍ଣ୍ଣ ଘରେ ରୁହନ୍ତି।

Advertisment
ସନ୍ନି ଦେଓଲଙ୍କ ଆଲିଶାନ୍ ଘର

ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ-ନିର୍ମାତା ସନ୍ନି ଦେଓଲ ଆଜିକାଲି ଚଳଚ୍ଚିତ୍ର ଅପେକ୍ଷା ରାଜନୀତିରେ ବେଶି ସକ୍ରିୟ। ପଞ୍ଜାବର ଗୁରୁଦାସପୁରର ସାଂସଦ ସନ୍ନି ଉଭୟ ମୁମ୍ବାଇ ଓ ପଞ୍ଜାବରେ ରୁହନ୍ତି। ଯଦିଓ ପଞ୍ଜାବରେ ସନ୍ନିଙ୍କର ଏକ ବଙ୍ଗଳା ଅଛି, କିନ୍ତୁ ତାଙ୍କ ମୁମ୍ବାଇସ୍ଥ ଘରେ ସବୁ ପ୍ରକାରର ଆଧୁନିକ ସୁବିଧା ଅଛି। ସନ୍ନି ଦେଓଲଙ୍କ ଘରକୁ ରଙ୍ଗୀନ କାଚରେ ସଜାଯାଇଛି, ଯେଉଁଥିରେ ସୂର୍ଯ୍ୟ କିରଣ ପଡ଼ିବା ପରେ ଇନ୍ଦ୍ରଧନୁ ପରି ଝଲସି ଉଠେ। ତାଙ୍କ ଘର ବହୁତ ହାଇ-ଟେକ୍। ଘରେ ଏପରି ସୁନ୍ଦର ଉଦ୍ୟାନ କ୍ଷେତ୍ର ରହିଛି, ଯାହାକୁ ଦେଖିଲେ ଆଖି ଖୋସି ହୋଇଯାଏ। ଏହି ଉଦ୍ୟାନରେ ଅଭିନେତା ସକାଳ ଓ ସନ୍ଧ୍ୟାକୁ ଢେର୍ ଉପଭୋଗ କରୁଥିବା ଦେଖିବାକୁ ମିଳେ।

Advertisment

ସନି ଦେଓଲଙ୍କ ଘର ଏତେ ବଡ ଯେ ଏହି ଘରେ ୪୦ରୁ ଅଧିକ ଲୋକ ସହଜରେ ରହିପାରିବେ। ବର୍ତ୍ତମାନ ଆପଣ ଅନୁମାନ କରିପାରୁଥିବେ ଯେ ମାଲାବାର ପାହାଡ ପରି ଏକ ଶ୍ରେଷ୍ଠ ଅଞ୍ଚଳରେ ସନ୍ନିଙ୍କର କେତେ ବଡ ଘର ରହିଛି। ସନ୍ନିଙ୍କ ବିଳାସପୂର୍ଣ୍ଣ ବଙ୍ଗଳାରେ ଏକ ସୁଇମିଂ ପୁଲ୍ ମଧ୍ୟ ଅଛି। ଏହା ବ୍ୟତୀତ ସେଠାରେ ଏକ ଜିମ୍ ଅଛି ଯେଉଁଥିରେ ସମସ୍ତ ପ୍ରକାରର ଆଧୁନିକ ସୁବିଧା ରହିଛି। ଏଠାରେ ସନ୍ନି ଫିଟ୍‌ନେସ୍ ସହିତ ନିଜ ପିଲାମାନଙ୍କ ସହ ଅନେକ ସମୟରେ ମଜ୍ଜାମସ୍ତି କରନ୍ତି।

ସନ୍ନି ଦେଓଲଙ୍କ ଆଲିଶାନ୍ ଘର

ସନ୍ନି ଦେଓଲ ତାଙ୍କ ଫିଟ୍‌ନେସ୍‌ର ବିଶେଷ ଯତ୍ନ ନିଅନ୍ତି। ସେଥିପାଇଁ ସେ ପ୍ରାୟତଃ ତାଙ୍କ ଘରେ ନିର୍ମିତ ଜିମ୍‌ରେ ସମୟ ବିତାଇଥା’ନ୍ତି। ସନ୍ନି ଦେଓଲର ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ଏକ ଚଳଚ୍ଚିତ୍ର ଥିଏଟର ମଧ୍ୟ ଅଛି, ଯେଉଁଠାରେ ଅନେକ ଲୋକ ଏକାଠି ବସି ଫିଲ୍ମ ଦେଖି ଉପଭୋଗ କରିପାରିବେ।

ସନ୍ନି ଦେଓଲଙ୍କ ଆଲିଶାନ୍ ଘର

କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ ସନ୍ନିଙ୍କ ଘରକୁ ବହୁତ ସୁନ୍ଦର ଭାବେ ସଜାଯାଇଛି। ତାଙ୍କ ଘରର ଛାତରେ ହେଲିପ୍ୟାଡ୍ ସୁବିଧା ମଧ୍ୟ ଉପଲବ୍ଧ। ସନ୍ନି ଦେଓଲ ତାଙ୍କ ମା’ ପ୍ରକାଶ କୌର, ପତ୍ନୀ ପୂଜା ଏବଂ ଉଭୟ ପୁଅ କରଣ-ରାଜଭୀରଙ୍କ ସହ ମୁମ୍ବାଇର ଏହି ଘରେ ରୁହନ୍ତି।

Entertainment Sunny Deol Bollywood
Advertisment
Advertisment