/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638095548.jpg)
Sonu Sood providing buffalo to the needy family with this condition
ନୂଆଦିଲ୍ଲୀ : ସୋନୁ ସୁଦ୍ ବଲିଉଡର ସେହି ତାରକା ଯାହାଙ୍କୁ ଲୋକେ ଭଗବାନ ବୋଲି ମାନନ୍ତି। କରୋନା ବେଳର ଲକ୍ଡାଉନ୍ ବେଳେ ପ୍ରବାସୀମାନଙ୍କୁ ସହଯୋଗ କରି ସେ ସାଧାରଣ ଜନତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇଥିବା ବେଳେ ଅନେକଙ୍କ ଆଶୀର୍ବାଦ ଓ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସୋନୁଙ୍କର ନିସ୍ୱାର୍ଥପର ସେବା ଆଜି ତାଙ୍କୁ ବାସ୍ତବ ଜୀବନରେ ହୀରୋ କରିଦେଇଛି।
ନିଜର ଉଦାରତା ଭାବ ଯୋଗୁଁ ସୋନୁ ସୁଦ ଆଜି କୋଟି କୋଟି ଜନତାଙ୍କ ହୃଦୟରେ ରାଜ କରୁଛନ୍ତି। ଫିଲ୍ମରେ ଖଳନାୟକର ଭୂମିକାରେ ନିଭାଉଥିବା ସୋନୁ ଆଜି ବାସ୍ତବ ଜୀବନରେ ନାୟକ ସାଜିଯାଇଛନ୍ତି। ତାଙ୍କର ଏହି ଧାରା ଲାଗି ରହିଥିବା ବେଳେ ସେ ତାଙ୍କର ଏହି ଭାବମୂର୍ତ୍ତୀକୁ ପୁଣିଥରେ ପ୍ରମାଣିତ କରିଛନ୍ତି। ବର୍ତ୍ତମାନ ସୋନୁ ଜଣେ ଅଭାବୀ ପରିବାରକୁ ମଇଁଷି ଦେଇ ତାଙ୍କ ଉଦାରତାକୁ ଦର୍ଶାଇଛନ୍ତି। କିନ୍ତୁ ସୋନୁ ପୂର୍ବରୁ କରିଥିବା ସାହାଯ୍ୟ ନେଇ କୌଣସି ସର୍ତ୍ତ ରଖି ନ ଥିଲେ ବି ଏହି ସାହାଯ୍ୟ ନେଇ ସର୍ତ୍ତ ରଖିଛନ୍ତି।
ସୋନୁ ସୁଦ୍ଙ୍କୁ ମାଗିଥିଲେ ସହଯୋଗ :
ସୋନୁ ସବୁ ସମୟରେ ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ବେଳେ ଲୋକଙ୍କ ସହ ସଂପର୍କରେ ରୁହନ୍ତି। କରୋନା କାଳରେ ସୋନୁଙ୍କ ସହଯୋଗ ଲୋକେ ଭୁଲି ନାହାନ୍ତି। ଆଜି ବି ଯଦି କିଏ କୌଣସି କାରଣରୁ ଅସୁବିଧାର ସମ୍ମୁଖିନ ହୁଅନ୍ତି ସେ ସୋନୁଙ୍କୁ ମନେ ପକାନ୍ତି। ନିକଟରେ ସେ ଏକ ଟ୍ୱିଟ୍ ଦେଖିଥିଲେ। ଏଥିରେ ଜଣେ ବ୍ୟକ୍ତି ଏକ ଗରିବ ପରିବାରକୁ ସହଯୋଗ କରିବା ନେଇ କହିଥିଲେ।
ଭାନୁ ପ୍ରସାନ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରି ଲେଖିଥିଲେ ଯେ “ସମସ୍କାର ସୋନୁ ସୁଦ ସାର୍। ନଲଗୋଣ୍ଡା ଜିଲ୍ଲାର ଏହି ପରିବାର। କୋଭିଡ୍ କାରଣରୁ ଏହି ପରିବାରର ମୁଖିଆଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ପରିବାରରେ ତିନିଜଣ ପିଲା ଅଛନ୍ତି ଏବଂ ଏହି ପିଲାମାନଙ୍କର ମା’ କର୍କଟରେ ପୀଡିତ ହୋଇ ଜୀବନ ସହ ଯୁଦ୍ଧ କରୁଛନ୍ତି। ଏନେଇ ଦୟାକରି ସେମାନଙ୍କ ପାଇଁ ମଇଁଷି କିଣିଦିଅନ୍ତୁ, ଫଳରେ ସେମାନେ ତାଙ୍କର ଜୀବନ ଯାପନ କରିପାରିବେ।”
କ’ଣ ଥିଲା ସର୍ତ୍ତ :
ଏହି ଟ୍ୱିଟ୍କୁ ଦେଖିଲା ପରେ ସୋନୁ ସୁଦ ପ୍ରତିକ୍ରିୟା ଦେଇ ଲେଖିଥିଲେ ଯେ “ଠିକ୍ ଅଛି ବେଟା ଏହି ପରିବାରକୁ ମଇଁଷି ଦେଇଦେବା, କିନ୍ତୁ କ୍ଷୀରରେ ପାଣି ମିଶେଇବ ନାହିଁ।” ବର୍ତ୍ତମାନ ତାଙ୍କର ଏହି ଟ୍ୱିଟ୍ ଖୁବ ଭାଇରାଲ ହେବାରେ ଲାଗିଛି। ସୋନୁଙ୍କର ଏହି ଟ୍ୱିଟ୍ ଦେଖିଲା ପରେ ଲୋକେ ତାଙ୍କୁ ଖୁବ ପ୍ରଶଂସା କରିବାକୁ ଲାଗିଛନ୍ତି।
ସୋନୁଙ୍କର ଥିଲା ଏମିତି ସର୍ତ୍ତକୋରିଓଗ୍ରାଫର୍ ଶିବା ଶଙ୍କରଙ୍କୁ ସହଯୋଗ କରିବାର ଆଶ୍ୱାସନା :
ପ୍ରକାଶଥାଉ ଯେ ନିକଟରେ ସୋନୁ ସୁଦ୍ ଆଗଧାଡିର କୋରିଓଗ୍ରାଫର୍ ଶିବା ଶଙ୍କରଙ୍କୁ ସହଯୋଗ କରିବା ନେଇ ସୂଚନା ଦେଇଛନ୍ତି। କରୋନାରେ ସଂକ୍ରମିତ ହୋଇ ଶିବାଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି। ଆର୍ଥିକ ସମସ୍ୟା କାରଣରୁ ତାଙ୍କ ପରିବାର ତାଙ୍କର ଚିକିତ୍ସା କରିବା ନେଇ ଅସମର୍ଥ । ଏ କଥା ଜାଣିବା ପରେ ସୋନୁ ତାଙ୍କର ସାହାଯ୍ୟ କରିବା ନେଇ ଆଶ୍ୱାସନା ଦେଇଛନ୍ତି।
ଟ୍ୱିଟରରେ ୱାସ୍ମୀ କାକା ନାମକ ଜଣେ ଉପଭୋକ୍ତା ଏ ବିଷୟରେ ଜଣେଇବା ପରେ ସୋନୁ ଲେଖିଥିଲେ ଯେ “ମୁଁ ସେ ପରିବାରର ସଂପର୍କାରେ ଅଛି ଏବଂ ତାଙ୍କ ଜୀବନ ରକ୍ଷା କରିବା ନେଇ ପୂରା ଚେଷ୍ଟା କରିବି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)