Advertisment

ରାଗିଲେ ସୋନା ମହାପାତ୍ର ; କହିଲେ ଆମକୁ ଛୁଇଁବା କାହାର ଅଧିକାର ନାହିଁ

ବଲିଉଡ ଗାୟିକା ସୋନା ମହାପାତ୍ର ସବୁ ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ କଥା ହୁଅନ୍ତି। ଏଭଳି ଖାମଖିଆଲ କଥାବାର୍ତ୍ତା ଯୋଗୁଁ ଅନେକ ସମୟରେ ସୋନାଙ୍କୁ ମଧ୍ୟ ଟ୍ରୋଲର ସାମ୍ନା କରିବାକୁ ପଡେ। କିନ୍ତୁ ସବୁ ଟ୍ରୋଲିଂକୁ ଏକ ଉପଯୁକ୍ତ ଜବାବ ଦେଇ, ସୋନା ସମସ୍ତଙ୍କ ଆଗରେ ନିଜର ମତ ରଖନ୍ତି। ଏଥର ସୋନା ମହାପାତ୍ର ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲାକୁ ନେଇ ଏକ ମତ ରଖିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
ରାଗିଲେ ସୋନା ମହାପାତ୍ର ; କହିଲେ ଆମକୁ ଛୁଇଁବା କାହାର ଅଧିକାର ନାହିଁ

Sona Mohapatra

ମୁମ୍ବାଇ: ବଲିଉଡ ଗାୟିକା ସୋନା ମହାପାତ୍ର ସବୁ ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ କଥା ହୁଅନ୍ତି। ଏଭଳି ଖାମଖିଆଲ କଥାବାର୍ତ୍ତା ଯୋଗୁଁ ଅନେକ ସମୟରେ ସୋନାଙ୍କୁ ମଧ୍ୟ ଟ୍ରୋଲର ସାମ୍ନା କରିବାକୁ ପଡେ। କିନ୍ତୁ ସବୁ ଟ୍ରୋଲିଂକୁ ଏକ ଉପଯୁକ୍ତ ଜବାବ ଦେଇ, ସୋନା ସମସ୍ତଙ୍କ ଆଗରେ ନିଜର ମତ ରଖନ୍ତି। ଏଥର ସୋନା ମହାପାତ୍ର ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲାକୁ ନେଇ ଏକ ମତ ରଖିଛନ୍ତି। ବର୍ତ୍ତମାନ, ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲା ପରେ ଲୋକମାନେ ବଲିଉଡର ଅନ୍ୟ ସେଲିବ୍ରେଟମାନଙ୍କ ଉପରେ ମଧ୍ୟ ଆଙ୍ଗୁଠି ଉଠେଇବା ଆରମ୍ଭ କରିଦେଇଛନ୍ତି।

Advertisment

ଏହି କଥାକୁ ନେଇ ସୋନା ମହାପାତ୍ର ସମସ୍ତଙ୍କୁ ଜବାବ ଦେଇଛନ୍ତି। ସୋନା ସୋସିଆଲ ମିଡିଆରେ ଏକ୍ ପୋଷ୍ଟ ସେୟାର କରି ନିଜର କ୍ରୋଧ ପ୍ରକାଶ କରିବା ସହିତ ଉପଭୋକ୍ତାମାନଙ୍କୁ ତାଗିଦ କରିଛନ୍ତି। ସେ ତାଙ୍କ ମ୍ୟୁଜିକ୍ ଟ୍ରାକର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ “ଏହା କପଟତା ବ୍ୟତୀତ ଅନ୍ୟ କିଛି ନୁହେଁ, ଏ ପୁରୁଷ ପ୍ରଧାନ ସମାଜର କପଟତା ଦର୍ଶଉଛି, ଯେତେବେଳେ #Porn ସମ୍ବନ୍ଧୀୟ କୌଣସି ଖବର ଆସେ, ତେବେ ଏ ସମାଜ ବିଶେଷ ଭାବରେ ମନୋରଞ୍ଜନ ଦୁନିଆ ସହିତ ଜଡିତ ଥିବା ମହିଳାମାନଙ୍କୁ #slutshame କରିବାକୁ ଲାନେସେନ୍ସ ଦେଇଦିଅନ୍ତି। ରାଜ କୁନ୍ଦ୍ରା ମାମଲା ତୁମର ମନ୍ଦ ଚିନ୍ତାଧାରାକୁ ଦେଖାଇବା ନେଇ ଏକ ବାହାନା ହୋଇପାରିବ ନାହିଁ।”

Advertisment

ସୋନା ଆହୁରି ଲେଖିଛନ୍ତି ଯେ “ଆମ ଟାଇମ୍‌ଲାଇନ୍‌ରେ କମେଣ୍ଟ କର ଏବଂ ତାପରେ କୁହ ଯେ ତୁମେ ବଲିଉଡର, ତୁମେ ସମସ୍ତେ ଏହାଭଳି। ମହିଳାମାନେ ଦୟାକରି ଆପଣଙ୍କ ଶରୀର ପାଇଁ ଲଜ୍ଜିତ ହୁଅନ୍ତୁ ନାହିଁ, ଖୁସି ହୁଅ ଯେପରି ମୁ ହୁଏ। ବଡ, ଛୋଟ, ମୋଟା, ପତଳା ବା ଶରୀର ଯାହା ବି ହେଉ, ଆମେ ଖୁବ ଭଲ। ଆମ ବିନା ଅନୁମତିରେ ଆମକୁ ଲଜ୍ଜିତ କରିବାକୁ କିମ୍ବା ଆମକୁ ଛୁଇଁବାକୁ କିମ୍ବା କିଛି କରିବାକୁ କାହାର ବି ଅଧିକାର ନାହିଁ।”

ପ୍ରକାଶଥାଉ ଯେ ସୋନା ମହାପାତ୍ର ପ୍ରାୟତଃ ମହିଳାମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରନ୍ତି। ସୋନା ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟକ। ସେ 'ଅମ୍ବରସରିୟା', 'ବୋଲ ନ', 'ପିୟା ସେ ନୈନା' ଭଳି ଅନେକ ହିଟ୍ ଗୀତ ଗାଇଛନ୍ତି।

Entertainment Sona Mohapatra Singer Sona Mohapatra
Advertisment
Advertisment