Advertisment

“ଟିଆର୍‌ପି ପାଇଁ ଲୋକଙ୍କୁ ବେଜିତ କରୁଛନ୍ତି କରଣ ଜୋହର”

‘ବିଗ୍‌ ବସ୍‌ ଓଟିଟି’ରେ ପ୍ରତିଯୋଗୀଙ୍କ ଛଡା ଶୋ’ର ହୋଷ୍ଟ କରଣ ଜୋହର ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି। କରଣ ଜୋହର ଏହି ଶୋ’କୁ ପୂର୍ବ ଦୁ‍ଇ ସପ୍ତାହ ହେବ ହୋଷ୍ଟ କରିଆସୁଛନ୍ତି। ନିକଟରେ ‘ସଣ୍ଡେ କା ୱାର୍’ ଏପିସୋଡ୍‌ରେ କରଣ ଜୋହର ଘରର ସଦସ୍ୟଙ୍କୁ ଜମେଇକି ଟାର୍ଗେଟ୍‌ କରିଛନ୍ତି। ସେହିପରି ଶମିତା ଶେଟ୍ଟୀଙ୍କ ପ୍ରତି ସେ କୋମଳ ଭାବ ମଧ୍ୟ ଦେଖେଇଛନ୍ତି। ତେବେ କରଣ ଅନ୍ୟମାନଙ୍କ ପ୍ରତି ରୁକ୍ଷ ହେଉଥିବା ବେଳେ ଶମିତାଙ୍କ ପ୍ରତି ତାଙ୍କର କୋମଳ ଭାବ ତାଙ୍କୁ ସମସ୍ୟାରେ ପକେଇଛି।

author-image
Pramod Behera
Bigg Boss OTT

Bigg Boss OTT

ମୁମ୍ବାଇ : ‘ବିଗ୍‌ ବସ୍‌ ଓଟିଟି’ରେ ପ୍ରତିଯୋଗୀଙ୍କ ଛଡା ଶୋ’ର ହୋଷ୍ଟ କରଣ ଜୋହର ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି। କରଣ ଜୋହର ଏହି ଶୋ’କୁ ପୂର୍ବ ଦୁ‍ଇ ସପ୍ତାହ ହେବ ହୋଷ୍ଟ କରିଆସୁଛନ୍ତି। ନିକଟରେ ‘ସଣ୍ଡେ କା ୱାର୍’ ଏପିସୋଡ୍‌ରେ କରଣ ଜୋହର ଘରର ସଦସ୍ୟଙ୍କୁ ଜମେଇକି ଟାର୍ଗେଟ୍‌ କରିଛନ୍ତି। ସେହିପରି ଶମିତା ଶେଟ୍ଟୀଙ୍କ ପ୍ରତି ସେ କୋମଳ ଭାବ ମଧ୍ୟ ଦେଖେଇଛନ୍ତି। ତେବେ କରଣ ଅନ୍ୟମାନଙ୍କ ପ୍ରତି ରୁକ୍ଷ ହେଉଥିବା ବେଳେ ଶମିତାଙ୍କ ପ୍ରତି ତାଙ୍କର କୋମଳ ଭାବ ତାଙ୍କୁ ସମସ୍ୟାରେ ପକେଇଛି। ଏନେଇ ସେ ଟ୍ରୋଲ୍ ହେଉଥିବା ଦେଖିବାକୁ ମିଳୁଛି। ଲୋକେ ତାଙ୍କୁ ତାତ୍ସଲ୍ୟ କରି ଶମିତା ଶେଟ୍ଟୀଙ୍କ ଓକିଲ ବୋଲି ମଧ୍ୟ କହିବାକୁ ପଛାଉ ନାହାନ୍ତି। ଏହି ପରିପ୍ରେକ୍ଷୀରେ ‘ବିଗ୍ ବସ୍ ୭’ର ପ୍ରତିଯୋଗୀ ସୋଫିଆ ହୟାତ ମଧ୍ୟ କରଣ ଜୋହରଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଏକ ଆଲୋଚନା ସମୟରେ ସୋଫିଆ ହୟାତ କରଣ ଜୋହରଙ୍କୁ ପକ୍ଷପାତ କରୁଥିବା କହିଛନ୍ତି। କରଣ ସଲମାନ ଖାନଙ୍କ ଠାରୁ ବେଶି କଦର୍ଯ୍ୟ ବୋଲି ସେ କହିଛନ୍ତି। ସେ ପରସ୍ପର ମଧ୍ୟରେ ହିଂସା ଓ ବିବାଦ ବଢେଇ ଦେଉଛନ୍ତି। ଯଦି ଏହି ଶୋ’ ୟୁକେର ହେଉଥାନ୍ତା ତେବେ ତୁରନ୍ତ ଏହାକୁ ବନ୍ଦକରି ଦିଆଯାଇଥାନ୍ତା। କାରଣ ଏହି ଶୋ’ ହିଂସାତ୍ମକ ବ୍ୟବହାର ଓ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟି କରୁଛି। କରଣ ଜୋହର ଟିଆର୍‌ପି ପାଇବାକୁ ଲୋକଙ୍କୁ ଅସମ୍ମାନ କରିବା ନେଇ ପୁରୁଣା ପଦ୍ଧତି ଆପଣଉଛନ୍ତି। ଏହା ବିଗ୍ ବସ୍‌ର ପୁରୁଣ ଫର୍ମୁଲା ବୋଲି ସୋଫିଆ କହିଛନ୍ତି।

Advertisment

ସୋଫିଆ ହୟାତ ଆହୁରି କହିଛନ୍ତି ଯେ “ଭାରତ ହେଉଛି ଆଧ୍ୟାତ୍ମିକତାର ଭୂମି, ଯାହାର ଧର୍ମ ହେଉଛି କାହାକୁ କ୍ଷତି ନ ପହଞ୍ଚେଇବା। କିନ୍ତୁ କରଣ ଆଉ ବିଗ୍ ବସ୍ ଏହି ଧର୍ମର ବିରୋଧରେ ଯାଉଛନ୍ତି। ସେ ଶାନ୍ତି ଓ ପ୍ରେମର ‍ଈଶ୍ୱରଙ୍କ ଇଛାକୁ ଅପମାନ କରୁଛନ୍ତି ଏବଂ ହିଂସା, ବାଦ-ବିବାଦ ଓ ମାନବତାର ଅପମାନକୁ ବଢେଇ ଦେଉଛନ୍ତି। ସେ ଲୋକଙ୍କ ଦୁର୍ଭାଗ୍ୟ ଉପରେ ହସୁଛନ୍ତି। ମୁଁ କେବେ ବି ଆଉ ଏଭଳି ଶୋ’କୁ ଯିବି ନାହିଁ ଯାହା ଲୋକଙ୍କ ଭିତରେ କ୍ରୋଧ ସୃଷ୍ଟି କରେ ଓ କ୍ଷତି ପହଞ୍ଚାଇବାରେ ପ୍ରୋତ୍ସାହିତ କରେ।”

‘ବିଗ୍ ବସ୍‌ ଓଟିଟି’ ଉପରେ ଅସନ୍ତୋଷ ପ୍ରକାଶ କରି ସୋଫିଆ କହିଛନ୍ତି ଯେ “ସେ ଏକ ନକରାତ୍ମକ ଶୋ’ ତିଆରି କରୁଛନ୍ତି ଯାହାକୁ ଦୁନିଆରେ ଥିବା ଭାରତୀୟମାନେ ଦେଖୁଛନ୍ତି। ଆପଣଙ୍କୁ କ’ଣ ଲାଗୁଛି ଭାରତୀୟ ପିଲାମାନେ କି ପ୍ରତିକ୍ରିୟା ଦେବେ। ପିଲାମାନେ ଏହି ଶୋ’ରୁ ଏହି ଭଳି ବ୍ୟବହାର ଶିଖିବେ। ଯଦି ବିଗ୍‌ ବସ୍ ଏହିଭଳି ଚାଲେ ତେବେ ଭାରତର ଭବିଷ୍ୟତର ପିଲାମାନେ ହିଂସ୍ର ଓ ଆକ୍ରମଣାତ୍ମକ ହେବା ନେଇ ଦାୟୀ ରହିବ। ଦୟାକରି ଏଭଳି ଶୋ’ ପରିବେଷଣ କରି ଭାରତକୁ ଏହାର ଧର୍ମ ନଷ୍ଟ କରିବାକୁ ଦିଆ ନ ଯାଉ।”

ପ୍ରକାଶଥାଉ ଯେ ଏହା ପୂର୍ବରୁ ଜୀଶାନ୍ ଖାନ୍ ଓ ମିଲିନ୍ଦ୍ ଗାବା ମଧ୍ୟ କରଣ ଜୋହରଙ୍କ ଉପରେ ପକ୍ଷପାତ ଆରୋପ ଲଗେଇଥିଲେ। ତେବେ ବିଗ୍ ବସ୍ ଘରୁ ବେଘର ହେଉଥିବା ଅନେକ ପ୍ରତିଯୋଗୀ କରଣ ଜୋହରଙ୍କ ଉପରେ ପକ୍ଷପାତର ଆରୋପ ଲଗେଇଛନ୍ତି। ଖାଲି ସେତିକି ନୁହେଁ ସୋସିଆଲ୍ ମିଡିଆରେ ମଧ୍ୟ ଡାଇରେକ୍ଟରଙ୍କୁ ନେଇ ଅନେକ ତୁମ୍ବି ତୋଫାନ ସୃଷ୍ଟି ହେଉଛି।

Entertainment Bigg Boss OTT Karan Johar
Advertisment
Advertisment