Advertisment

ଭୂତୁଣୀ ସାଜିଲେ ଶିଳ୍ପା; ଯିଏ ଦେଖିଲା ସିଏ ଡରିଲା

ବିଦେଶର ଏକ ପରମ୍ପରା ଅନୁସାରେ ବର୍ତ୍ତମାନ ଚାଲିଛି ହେଲୋୱିନ୍ ସପ୍ତାହ। ଏହି ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଲୋକେ ନିଜକୁ ବିଭିନ୍ନ ପ୍ରକାରର ଭୟଙ୍କର ରୂପରେ ସଜ୍ଜେଇବା ନେଇ ଚେଷ୍ଟା କରିଥାନ୍ତି। କିନ୍ତୁ ବଲିଉଡ୍ ସ୍ଲିମ୍ ଗାର୍ଲ ଶିଳ୍ପା ସେଟ୍ଟୀ ଭଲଭାବେ ଜାଣିଛନ୍ତି ଏହି ଉତ୍ସବକୁ କିପରି ପାଳନ କରାଯାଏ। ହେଲୋୱିନ୍‌କୁ ନେଇ ସୋସିଆଲ୍ ମିଡିଆରେ ଶିଳ୍ପା ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ ନିଜ ନିଜ ଢଙ୍ଗରେ ଫଟୋ ଶେୟାର କରିଛନ୍ତି।

author-image
Pramod Behera
Shilpa Shetty Halloween look is just amazing

Shilpa Shetty Halloween look is just amazing

ନୂଆଦିଲ୍ଲୀ : ବିଦେଶର ଏକ ପରମ୍ପରା ଅନୁସାରେ ବର୍ତ୍ତମାନ ଚାଲିଛି ହେଲୋୱିନ୍ ସପ୍ତାହ। ଏହି ସପ୍ତାହକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଲୋକେ ନିଜକୁ ବିଭିନ୍ନ ପ୍ରକାରର ଭୟଙ୍କର ରୂପରେ ସଜ୍ଜେଇବା ନେଇ ଚେଷ୍ଟା କରିଥାନ୍ତି। କିନ୍ତୁ ବଲିଉଡ୍ ସ୍ଲିମ୍ ଗାର୍ଲ ଶିଳ୍ପା ସେଟ୍ଟୀ ଭଲଭାବେ ଜାଣିଛନ୍ତି ଏହି ଉତ୍ସବକୁ କିପରି ପାଳନ କରାଯାଏ। ହେଲୋୱିନ୍‌କୁ ନେଇ ସୋସିଆଲ୍ ମିଡିଆରେ ଶିଳ୍ପା ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ ନିଜ ନିଜ ଢଙ୍ଗରେ ଫଟୋ ଶେୟାର କରିଛନ୍ତି।

Advertisment

ଶିଳ୍ପା ସେଟ୍ଟୀଙ୍କ ଭୂତୁଣୀ ବେଶ ଖୁବ୍ ଭୟଙ୍କର ହୋଇଥିଲେ ବି ଲୋକେ ବେଶ ପସନ୍ଦ କରୁଛନ୍ତି। ଏହି ରୂପରେ ତାଙ୍କୁ ଦେଖିଲେ କେହିବି ଚିହ୍ନିପାରିବେ ନାହିଁ ସେ ଶିଳ୍ପା ବୋଲି। ଏହି ଅବସ୍ଥାରେ ଯଦି ବି କେହି ତାଙ୍କୁ ହଠାତ ଦେଖିନିଏ ତେବେ ସେ ଡରିଯିବା ଥୟ। ଏହି ହେଲୋୱିନ୍ ଲୁକ୍‌କୁ ଶିଳ୍ପା ସେଟ୍ଟୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି।

Advertisment

ଶିଳ୍ପା ଶେୟାର କରିଥିବା ଏହି ଭିଡିଓରେ ଭୟଙ୍କର ପୋଜ୍ ମଧ୍ୟ ଦେଉଥିବା ଦେଖାଯାଏ। ସୋସିଆଲ୍ ମିଡିଆରେ ତାଙ୍କର ଏହି ରୂପ ଦେଖି ତାଙ୍କ ପ୍ରଶଂସକମାନେ ବିଶ୍ୱାସ କରିପାରୁ ନାହାନ୍ତି ଯେ ସେ ଶିଳ୍ପା ବୋଲି। ଶିଳ୍ପା ଏହି ଭିଡିଓରେ ଧଳା ପୋଷାକ ପିନ୍ଧିଥିବା ବେଳେ ମୁହଁକୁ ଏତେ ବିକୃତ କରିଛନ୍ତି ଯେ ବାସ୍ତବରେ ଭୂତୁଣୀ ପରି ଦେଖାଯାଉଛନ୍ତି। ଶିଳ୍ପା ସେଟ୍ଟୀଙ୍କର ଏହି ହେଲୋୱିନ୍ ଲୁକ୍‌କୁ ଲୋକେ ଜମେଇକି ପସନ୍ଦ କରୁଛନ୍ତି।

Shilpa Shetty Halloween look is just amazingଭୂତୁଣୀ ସାଜିଲେ ଶିଳ୍ପା; ଯିଏ ଦେଖିଲା ସିଏ ଡରିଲା

ପ୍ରକାଶଥାଉ ଯେ ଶିଳ୍ପା ସବୁବେଳେ ସୋସିଆଲ୍ ମିଡିଆରେ ସକ୍ରିୟ ଥାଆନ୍ତି। କିନ୍ତୁ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହେବା ପରେ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ, ଏନେଇ କିଛି ଦିନ ପାଇଁ ସେ ସୋସିଆଲ୍ ମିଡିଆରୁ ବିରତି ନେଇଥିଲେ। ବର୍ତ୍ତାମାନ ସେ ପୂରା ଦମରେ ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ଦେଖାଯାଆନ୍ତି।

ପୂର୍ବରୁ କରୱା ଚୌଥ୍ ଅବସରରେ ମଧ୍ୟ ଶିଳ୍ପା ଚର୍ଚ୍ଚାରେ ଥିଲେ। ସେ ନିକଟରେ ରାଜ କୁନ୍ଦ୍ରାଙ୍କୁ ବେଲ୍ ମିଳିବା ପରେ କର୍‌ୱା ଚୌଥ୍ ପାଳନ କରିଥିଲେ। ପ୍ରକାଶଥାଉ ଯେ ୨୦୦୯ରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ ବିବାହ କରିଥିଲେ। ବର୍ତ୍ତମାନ ସେମାନେ ୮ ବର୍ଷର ପୁଅ ଭିୟାନ ଓ ୧ ବର୍ଷର ଝିଅ ଶମିଷାଙ୍କ ସହିତ ରହୁଛନ୍ତି।

ବର୍ତ୍ତମାନ ଶିଳ୍ପା ସେଟ୍ଟୀ ‘ସୁପର ଡ୍ୟାନ୍ସର ୪’ର ଜଜ୍ ଭୂମିକାରେ କାମ କରୁଛନ୍ତି। ଏହା ଛଡା ସେ ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ୍’ରେ ବି ଜଜ୍ ଭୂମିକାରେ ନଜର ଆସିବେ। ଦୀର୍ଘ ସମୟର ବ୍ୟବଧାନ ପରେ ଏଇ କିଛି ଦିନ ପୂର୍ବରୁ ଶିଳ୍ପା ଫିଲ୍ମରେ ନଜର ଆସିଥିଲେ। ‘ହଙ୍ଗାମା ୨’ରେ ତାଙ୍କ ଭୂମିକାକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ।

Shilpa Shetty Bollywood
Advertisment
Advertisment