Advertisment

ରିଲିଜ୍ ପୂର୍ବରୁ ଆଇଏମ୍‌ଡିବିରେ ଶୀର୍ଷରେ ରହିଲା ସଲମାନଙ୍କ ‘ଅନ୍ତିମ’

ଅନେକ ସିନେ ପ୍ରେମୀ ସଲମାନ ଖାନଙ୍କ ପ୍ରୋଜେକ୍ଟକୁ ଚାହିଁ ବସିଥାନ୍ତି। ପରଦାକୁ ସଲମାନଙ୍କ ଫିଲ୍ମ ଆସିବା ମାତ୍ରେ ସେମାନେ ଖୁସିରେ ଆତ୍ମହରା ହୋଇପଡନ୍ତି। ଆଗକୁ ଆସୁଛି ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ : ଦ ଫାଇନାଲ ଟ୍ରୁଥ୍’। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଖୁବ୍ ଶୀଘ୍ର ଏହି ଫିଲ୍ମ ରିଲିଜ୍ ହେବ। ତେବେ ବର୍ତ୍ତମାନ ଏହି ଫିଲ୍ମ ଆଇଏମ୍‌ଡିବିରେ ସବୁଠାରୁ ବହୁପ୍ରତିକ୍ଷୀତ ଫିଲ୍ମ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan fims Antim tops IMDB

Salman Khan fims Antim tops IMDB

ନୂଆଦିଲ୍ଲୀ : ଅନେକ ସିନେ ପ୍ରେମୀ ସଲମାନ ଖାନଙ୍କ ପ୍ରୋଜେକ୍ଟକୁ ଚାହିଁ ବସିଥାନ୍ତି। ପରଦାକୁ ସଲମାନଙ୍କ ଫିଲ୍ମ ଆସିବା ମାତ୍ରେ ସେମାନେ ଖୁସିରେ ଆତ୍ମହରା ହୋଇପଡନ୍ତି। ଆଗକୁ ଆସୁଛି ସଲମାନ ଖାନ ଓ ଆୟୁଷ ଶର୍ମାଙ୍କ ଫିଲ୍ମ ‘ଅନ୍ତିମ : ଦ ଫାଇନାଲ ଟ୍ରୁଥ୍’। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଖୁବ୍ ଶୀଘ୍ର ଏହି ଫିଲ୍ମ ରିଲିଜ୍ ହେବ। ତେବେ ବର୍ତ୍ତମାନ ଏହି ଫିଲ୍ମ ଆଇଏମ୍‌ଡିବିରେ ସବୁଠାରୁ ବହୁପ୍ରତିକ୍ଷୀତ ଫିଲ୍ମ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଇଏମ୍‌ଡିବିର ରିୟଲ ଟାଇମ୍ ପପୁଲାରିଟି ମିଟର ପେଜ୍ ଭ୍ୟୁଜ୍ ଅନୁସାରେ ପାଖାପାଖି ୧୫% ସ୍କୋର୍‌ ଟ୍ରାକ କରିଛି।

Advertisment
Salman Khan fims Antim tops IMDBରିଲିଜ୍ ପୂର୍ବରୁ ଆଇଏମ୍‌ଡିବିରେ ଶୀର୍ଷରେ ରହିଲା ସଲମାନଙ୍କ ‘ଅନ୍ତିମ’

ଏହା ସାଧାରଣ ଭାବରେ ଏକ ବଡ ସଂଖ୍ୟା ହୋଇଥିବା ବେଳେ ପ୍ରତିକ୍ଷୀତ ପ୍ରଶଂସକ ଏବଂ ଦର୍ଶକମାନଙ୍କ ମଧ୍ୟରେ ଫିଲ୍ମ ପାଇଁ ଏକ ଉତ୍ସୁକତାର ଉଲ୍ଲେଖନୀୟ ଓ ଉଚ୍ଚସ୍ତରୀୟ ସଙ୍କେତ ମଧ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାତା କେବଳ ସଲମନ ଖାନଙ୍କର ଫିଲ୍ମ ‘ଅନ୍ତିମ : ଦ ଫାଇନାଲ୍‌ ଟ୍ରୁଥ୍’ର ଏକ ଉଲ୍ଲାସପୂର୍ଣ୍ଣ ଉତ୍ସବ ଟ୍ରାକ୍ ଓ ମୋଶନ ପୋଷ୍ଟର୍‌ ଜାରି କରିଛନ୍ତି। ଏହା ଦର୍ଶକମାନଙ୍କ ଦ୍ୱାରା ଭଲଭାବେ ସ୍ୱାଗତ କରାଯାଇଥିବା ବେଳେ ଏହି ପୋଷ୍ଟର୍‌ ଦର୍ଶକମାନଙ୍କ ଧ୍ୟାନ ଆକର୍ଷଣ କରିବା ସହିତ ସମୀକ୍ଷାର ଏକ ଉଚ୍ଚ ସ୍ତର ହାସଲ କରିଛି।

Advertisment

ଏହି ଫିଲ୍ମରେ ସଲମାନଙ୍କ ସହିତ ଆୟୁଷ ଶର୍ମା ମଧ୍ୟ ଅଭିନୟ କରିଛନ୍ତି। ଉଭୟ ବହୁତ ଅଦ୍ଭୁତ ଦେଖାଯାଉଥିଲେ ମଧ୍ୟ ଆକର୍ଷଣୀୟ ଲାଗୁଛନ୍ତି। ପୂର୍ବରୁ ଏହାର ଗୀତ ରିଲିଜ୍ ହୋଇସାରିଥିବା ବେଳେ ବର୍ତ୍ତମାନ ଏହାର ମୋଶନ ପୋଷ୍ଟର ଦର୍ଶକମାନଙ୍କ ମଧ୍ୟରେ ଶୋ-ଷ୍ଟପର ହୋଇଯାଇଛି। ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବର ୨୬ରେ ପ୍ରେକ୍ଷାଳୟରେ ରିଲିଜ୍ ହେବା ନେଇ ପ୍ରସ୍ତୁତି ଚାଲିଛି। ଏହି ଫିଲ୍ମକୁ ମହେଶ ମାଞ୍ଜରେକର ନିର୍ଦ୍ଦେଶନା କରିଥିବା ବେଳେ ସଲମା ଖାନ ଦ୍ୱାରା ନିର୍ମିତ ଓ ସଲମାନ ଖାନ ଫିଲ୍ମ୍ସ ଦ୍ୱାରା ପ୍ରସ୍ତୁତ ହେଉଛି।

ଏହି ଫିଲ୍ମ ୨୦୧୮ରେ ରିଲିଜ୍ ହୋଇଥିବା ମରାଠୀ ଫିଲ୍ମ ‘ମୁଲ୍ଶୀ’ ଉପରେ ଆଧାରିତ। ପୂର୍ବରୁ ନିର୍ଦ୍ଦେଶକ ମାଞ୍ଜରେକର କହିଥିଲେ ଯେ କରୋନାର ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ଏହାର ରିଲିଜ୍ ଡେଟ୍‌କୁ ଘୁଞ୍ଚା ଯାଇଥିଲା। ଜାରି ହୋଇଥିବା ମୋଶନ୍ ପୋଷ୍ଟରରେ ସଲମାନ ଖାନ ଶିଖ ଲୁକ୍‌ରେ ନଜର ଆସୁଛନ୍ତି। ଦୀର୍ଘ ଦିନର ଅବଧି ପରେ ସଲମାନଙ୍କୁ ଏହି ଫିଲ୍ମ୍ ମାଧ୍ୟମରେ ଜଣେ ଶିଖ ଭୂମିକାରେ ଦେଖିବାକୁ ମିଳିବ।

Salman Khan Antim Bollywood
Advertisment
Advertisment