Advertisment

ବିଦେଶରେ ବି କମ ନୁହେଁ ସଲମାନଙ୍କ ଫ୍ୟାନ୍

ଆଜିକାଲି ବଲିଉଡ ସୁପରଷ୍ଟାର ସଲମାନ ଖାନ ଟାଇଗର ଫ୍ରାଞ୍ଚାଇଜ୍‌ର ପରବର୍ତ୍ତୀ ଫିଲ୍ମ ଅର୍ଥାତ୍ ‘ଟାଇଗର ୩’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ‘ଟାଇଗର ୩’ ର ସୁଟିଂ ପାଇଁ ସଲମାନ ବର୍ତ୍ତମାନ ଋଷରେ ଅଛନ୍ତି। ଫିଲ୍ମର ସୁଟିଂ ପାଇଁ କ୍ୟାଟ୍ରିନା ଋଷରେ ମଧ୍ୟ ପହଞ୍ଚିଛନ୍ତି। ଏହି ଅବସରରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ସଲମାନ ଖାନ ଫିଲ୍ମର ସେଟ୍‌ରେ ଅନ୍ତର୍ଜାତୀୟ ପ୍ରଶଂସକଙ୍କ ସହ ସେଲ୍‌ଫି ନେଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan

Salman Khan

ମୁମ୍ବାଇ: ଆଜିକାଲି ବଲିଉଡ ସୁପରଷ୍ଟାର ସଲମାନ ଖାନ ଟାଇଗର ଫ୍ରାଞ୍ଚାଇଜ୍‌ର ପରବର୍ତ୍ତୀ ଫିଲ୍ମ ଅର୍ଥାତ୍ ‘ଟାଇଗର ୩’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ‘ଟାଇଗର ୩’ ର ସୁଟିଂ ପାଇଁ ସଲମାନ ବର୍ତ୍ତମାନ ଋଷରେ ଅଛନ୍ତି। ଫିଲ୍ମର ସୁଟିଂ ପାଇଁ କ୍ୟାଟ୍ରିନା ଋଷରେ ମଧ୍ୟ ପହଞ୍ଚିଛନ୍ତି। ଏହି ଅବସରରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ସଲମାନ ଖାନ ଫିଲ୍ମର ସେଟ୍‌ରେ ଅନ୍ତର୍ଜାତୀୟ ପ୍ରଶଂସକଙ୍କ ସହ ସେଲ୍‌ଫି ନେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଛି। ଅଭିନେତାଙ୍କ ଫ୍ୟାନ୍‌ପେଜ୍‌ରୁ ତାଙ୍କର ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ସେ ତାଙ୍କ ପ୍ରଶଂସକଙ୍କ ସହ ସେଲ୍‌ଫି ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳେ।

Advertisment

ଭିଡିଓରେ ସଲମାନ ଖାନ ବରଗଣ୍ଡି କଲରର ଫୁଲ୍ ଟି-ସାର୍ଟ ଓ ଏକ ଟୋପିରେ ନଜର ଆସିଛନ୍ତି। ସେ ନିଜ ପ୍ରଶଂସକଙ୍କ ସହ ସେଲ୍‌ଫି ପାଇଁ ପୋଜ୍ ଦେଇଛନ୍ତି ଏବଂ ତା’ପରେ ସେଠାରୁ ଚାଲିଯାଇଛନ୍ତି। ୟଶ୍‌ ରାଜ ଫିଲ୍ମ ଆକ୍ସନ୍-ଥ୍ରୀଲରରେ ସଲମାନ ଓ କ୍ୟାଟ୍ରିନା ପୁଣି ଥରେ ଗୁପ୍ତଚର ଏଜେଣ୍ଟ - ଟାଇଗର ଓ ଜୋୟା ଭାବରେ ଦେଖାଯିବେ। ନିକଟରେ ଟାଇଗର ୩ ର ସେଟ୍‌ରୁ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସଲମାନ ଖାନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା ​।

Advertisment

ସେହିପରି ସାମ୍ନାକୁ ଆସିଥିବା ଅନ୍ୟ ଏକ ଭିଡିଓରେ ସଲମାନ ତାଙ୍କ ଋଷୀୟ ପ୍ରଶଂସକଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳେ। ଏଥିରୁ ଜଣାଯାଉଛି ଯେ ସଲମାନଙ୍କ ଫ୍ୟାନ କେବଳ ଭାରତୀୟ ନୁହେଁ ବିଦେଶୀ ମଧ୍ୟ ଛାଇ ଯାଇଛନ୍ତି। ପ୍ରକାଶଥାଉ ଯେ ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଇମ୍ରାନ ହାସ୍‌ମି ମଧ୍ୟ ‘ଟାଇଗର ୩’ରେ ଦେଖିବାକୁ ମିଳିବେ। ଏହା ପ୍ରଥମ ଥର ଯେ ଗୋଟିଏ ଫିଲ୍ମରେ ସଲମାନ ଖାନଙ୍କ ସହ ଇମ୍ରାନ ହାଶମୀଙ୍କୁ ଦେଖିବାକୁ ମିଳିବ।

କେବଳ ଏତିକି ନୁହେଁ, ଇମ୍ରାନ୍ ହାଶମୀ ତାଙ୍କ ଅଭିନୟ କ୍ୟାରିୟରରେ ପ୍ରଥମ ଥର ପାଇଁ ୟଶ୍‌ ରାଜ ଫିଲ୍ମର କୌଣସି ଏକ ସିନେମାରେ ନଜର ଆସିବେ। ତେବେ ‘ଟାଇଗର ୩’ରେ ଇମ୍ରାନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସେ ଏଥିରେ ଜଣେ ଭିଲେନ ଭୂମିକାରେ ନଜର ଆସିବେ। ସଲମାନ କିଛି ଦିନ ପୂର୍ବରୁ ତାଙ୍କ କୋ-ଷ୍ଟାର୍‌ କ୍ୟାଟ୍ରିନା କୈଫଙ୍କ ସହ ଋଷ ଯାଇଥିଲେ। ସେ ମୁମ୍ବାଇ ବିମାନବନ୍ଦରରେ ଏକ କଳା ପୋଷାକ ପିନ୍ଧିଥିବାର ନଜର ଆସିଥିଲେ।

Katrina Kaif Salman Khan Tiger 3 Bollywood
Advertisment
Advertisment