/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632833112.jpg)
Sahdev again making headlines
ନୂଆଦିଲ୍ଲୀ : କିଛିଦିନ ପୂର୍ବରୁ ଇଣ୍ଟରନେଟ୍ରେ ଜଣେ ବାଳକ ଏମିତି ଧମାଲ କଲେ ଯେ ଯାହାଙ୍କ ଚର୍ଚ୍ଚା ସାରା ଦୁନିଆରେ ହୋଇଥିଲା। ଆପଣମାନେ ମଧ୍ୟ ଅନୁମାନ ଲଗେଇ ସାରିବେଣି ଯେ ଆମେ ସେହି ଭାଇରାଲ୍ ବୟ ସହଦେବଙ୍କ କଥା କହୁଛୁ, ଯାହାଙ୍କର ଗାଇବାର ଷ୍ଟାଇଲ୍ରେ ପୂରା ସୋସିଆଲ୍ ମିଡିଆ ଫିଦା ହୋଇଯାଇଥିଲା। ବର୍ତ୍ତମାନ ପୁଣି ଏକ ନୂଆ ଆଇଟମ୍ ସହ ସହଦେବ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ନୂଆ ଭିଡିଓ ଏବେ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରୁଛି। ଏଥର ସହଦେବ 'In Da Getto' ଗୀତରେ ଜମେଇକି ଠୁମ୍କା ଲଗଉଥିବା ଦେଖାଯାଇଛନ୍ତି।
ପୁଣି ଚର୍ଚ୍ଚାରେ ସହଦେବଏବେ କଥା ଉଠୁଛି ଯେ ସହଦେବଙ୍କ ଏହି ଡ୍ୟାନ୍ସ ଭିଡିଓ ଲୋକଙ୍କ ହୃଦୟ ଜିତୁଛି। ସହଦେବ ପ୍ରଥମ ଥର ‘ବଚପନ କା ପ୍ୟାର୍’ ଗୀତ ଗାଇ ରାତାରାତି ଷ୍ଟାର ହୋଇଯାଇଥିଲେ। ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଏହି ଗୀତ ଯୋଗୁଁ ସହଦେବ ପୂରା ଲୋକପ୍ରିୟ ହୋଇଯାଇଥିଲେ। ଏନେଇ ତାଙ୍କର ନୂଆ ଡ୍ୟାନ୍ସ ଭିଡିଓ ମଧ୍ୟ ଖୁବ୍ ଧମାଲ କରୁଛି। ସହଦେବ କଲମ୍ବିଆ ଗାୟକ ଜେ ବବ୍ଲିନଙ୍କ ଗୀତ 'In Da Getto'ରେ ଜବରଦସ୍ତ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି।
Also Read
ଏହି ଭିଡିଓରେ ସହଦେବ ଯେଉଁଭଳି ଭାବେ ବିଟ୍ସଗୁଡିକ ଦେଇଛନ୍ତି ତାହା ଲୋକଙ୍କୁ ଖୁବ ପସନ୍ଦ ଆସିଛି। ସହଦେବଙ୍କ ଏହି ନିଆରା ଷ୍ଟାଇଲ୍ ଲୋକଙ୍କ ମନକୁ ଛୁଉଁଛି। ଏହି ଭିଡିଓଟିକୁ ଇନ୍ଷ୍ଟାଗ୍ରାମ୍ରେ 'viralboy_sahdev' ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏବେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓ ଏଯାଏ ଲକ୍ଷାଧିକ ଲୋକ ଦେଖିସାରିଲେଣି। ସେହିପରି ଉପଭୋକ୍ତାମାନେ ମଧ୍ୟ ଏହି ଭିଡିଓରେ ମଜାଦାର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ବାଃ ବେଟେ ଫିର୍ ସେ ମୌଜ୍ କର ଦୀ”
ବାଦଶାହଙ୍କ ସହ ସହଦେବ ଦର୍ଦୋପ୍ରକାଶଥାଉ ଯେ ‘ବଚ୍ପନ୍ କା ପ୍ୟାର୍ ମେରା ଭୁଲ୍ ନହୀ ଜାନା’ ଗୀତ ସହଦେବ ଦର୍ଦୋଙ୍କୁ ରାତାରାତି ଷ୍ଟାର୍ କରିଦେଇଥିଲା। ଏହା ପରେ ଅନେକ ମଧ୍ୟ ଏହାକୁ ଅନୁସରଣ କରିଥିଲେ। ଏପରିକି ଅନେକ ବଡ ବଡ ଫିଲ୍ମ ହସ୍ତୀମାନେ ମଧ୍ୟ ଏହା ଉପରେ ମଜାଦାର ମୀମ୍ସ କରିଛନ୍ତି। ଏହି ଗୀତ ପରେ ସହଦେବ ମଧ୍ୟ ବଲିଉଡ୍ ରାପର୍ ବାଦଶାହଙ୍କ ଏକ ଗୀତରେ ନଜର ଆସିଥିଲେ। ସହଦେବ ଅନେକ ଅଭିନେତାଙ୍କୁ ମଧ୍ୟ ଭେଟି ସାରିଲେଣି। ଛତିଶଗଡର ସୁକୁମାରେ ଆଜି ସହଦେବ ଜଣେ ଜଣାଶୁଣା ଚେହେରା ପାଲଟିଯାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)