Advertisment

ରାଖୀ ସାୱନ୍ତଙ୍କ ଘରର କବାଟ ଭାଙ୍ଗି ପଶିଗଲା ଦୁର୍ବୃତ

ବିଗ୍ ବସ୍‌ର ଡ୍ରାମା କୁଇନ୍ ରାଖୀ ସାୱନ୍ତ ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥାଆନ୍ତି। ସେ ପ୍ରାୟତଃ ମୁମ୍ବାଇ ରାସ୍ତାରେ ବିଭିନ୍ନ ଫଟୋଗ୍ରାଫରମାନଙ୍କ ସହିତ କଥାବାର୍ତ୍ତା ହେଉଥିବାର ନଜର ଆସନ୍ତି। ଏହି ସମୟରେ, ସେ କେତେବେଳେ ଥଟ୍ଟାମଜା କରନ୍ତି ତ ପୁଣି କେତେବେଳେ ଏପରି ମତ ଦିଅନ୍ତି ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ବିବାଦ ଭିତରକୁ ନେଇଯାଏ। ନିକଟରେ ସେ ବିବ୍ରତ ହୋଇ କହିଥିଲେ ଯେ ଜଣେ ଅଜଣା ବ୍ୟକ୍ତି କବାଟ ଭାଙ୍ଗି ତାଙ୍କ ଘରେ ପଶିଯାଇଥିଲା। ଏହାକୁ ସେ ଓଶିୱାରା ପୋଲିସ୍‌ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଛନ୍ତି।

author-image
Pramod Behera
ରାଖୀ ସାୱନ୍ତଙ୍କ ଘରର କବାଟ ଭାଙ୍ଗି ପଶିଗଲା ଦୁର୍ବୃତ

Rakhi Sawant

ମୁମ୍ବାଇ : ବିଗ୍ ବସ୍‌ର ଡ୍ରାମା କୁଇନ୍ ରାଖୀ ସାୱନ୍ତ ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥାଆନ୍ତି। ସେ ପ୍ରାୟତଃ ମୁମ୍ବାଇ ରାସ୍ତାରେ ବିଭିନ୍ନ ଫଟୋଗ୍ରାଫରମାନଙ୍କ ସହିତ କଥାବାର୍ତ୍ତା ହେଉଥିବାର ନଜର ଆସନ୍ତି। ଏହି ସମୟରେ, ସେ କେତେବେଳେ ଥଟ୍ଟାମଜା କରନ୍ତି ତ ପୁଣି କେତେବେଳେ ଏପରି ମତ ଦିଅନ୍ତି ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ବିବାଦ ଭିତରକୁ ନେଇଯାଏ। ନିକଟରେ ସେ ବିବ୍ରତ ହୋଇ କହିଥିଲେ ଯେ ଜଣେ ଅଜଣା ବ୍ୟକ୍ତି କବାଟ ଭାଙ୍ଗି ତାଙ୍କ ଘରେ ପଶିଯାଇଥିଲା। ଏହାକୁ ସେ ଓଶିୱାରା ପୋଲିସ୍‌ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଛନ୍ତି।

Advertisment
ରାଖି ସାୱନ୍ତ

ନିକଟରେ ଫଟୋଗ୍ରାଫରମାନଙ୍କ ସହ କଥାବାର୍ତ୍ତା ବେଳେ ରାଖୀ ସାୱନ୍ତ ଏହି ଘଟଣା ବିଷୟରେ କହିଛନ୍ତି। ରାଖୀ କହିଛନ୍ତି ଯେ ଜଣେ ବ୍ୟକ୍ତି ପ୍ରଶଂସକ ଭାବରେ ତାଙ୍କ ବିଲ୍ଡିଂରେ ପ୍ରବେଶ କରି ତାଙ୍କ ଘରର କବାଟ ଭାଙ୍ଗିଥିଲେ। ଏହି ଘଟଣା

Advertisment

ବେଳେ ଚାକରାଣୀ ତାଙ୍କ ଘରେ ଏକୁଟିଆ ଥିଲେ, ଯାହା ତାଙ୍କୁ ବହୁତ ଭୟଭିତ କରିଥିଲା ​​। ରାଖୀ ସାୱନ୍ତଙ୍କ ଏହି ଭିଡିଓ ବିରଲ ଭୟାନୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ଭିଡିଓରେ ସେ କହିଛନ୍ତି, “ମୁଁ ବର୍ତ୍ତମାନ ଏକ ନିମ୍ନମାନର ବିଲ୍ଡିଂରେ ରହୁଛି। ଏବେ ପୋଲିସ୍‌ ଷ୍ଟେସନ୍‌ରେ ଜଣେ ବ୍ୟକ୍ତିକୁ ଜେଲ୍‌ରେ ପୂରେଇଦେଲି। ସେ ମୋ ଘରେ ପଶି କବାଟ ଭାଙ୍ଗି ଥିବାରୁ ତାକୁ ଜେଲ୍‌ରେ ଭର୍ତ୍ତିକଲି। ମୁଁ ଓଶିୱାରା ପୋଲିସ ଷ୍ଟେସନରେ ଅଭିଯୋଗ କରିଛି। ସେ ଘରେ ପ୍ରବେଶ କଲାବେଳେ ମୁଁ ଘରେ ନ ଥିଲି। ମୁଁ ବର୍ତ୍ତମାନ ଭଲ ଜାଗାରେ ରହୁନାହିଁ।”

ରାଖୀ ଆହୁରି କହିଛନ୍ତି ଯେ “ତାକୁ ଜେଲରେ ଭର୍ତ୍ତିକଲି, ସେ ବିଲ୍ଡିଂରୁ ତଳକୁ ଆସୁଥିବା ବେଳେ ଫ୍ୟାନ୍ ଫ୍ୟାନ୍ କହି ଘରେ ପଶିଗଲା। ଘର ଭିରତକୁ ଆସି କବାଟ ମଧ୍ୟ ଭାଙ୍ଗିଦେଲା। ମୁଁ ଘରେ ନ ଥିଲି। କାମବାଲି ଘରେ ଥିଲା, ସେ ବହୁତ ଡରି ଯାଇଥିଲା। ସେ କାନ୍ଦିବାକୁ ଲାଗିଲା ଏବଂ ପରେ ଅଭିଯୋଗ କଲା। ସେ ବହୁତ ଆଘାତ ପାଇଛି। ଅତ୍ୟଧିକ ଡ୍ରାମାବାଜୀ ହେବାରୁ ମୁଁ ଓଶିୱାରା ପୋଲିସ ଷ୍ଟେସନରେ ଅଭିଯୋଗ ଦେଇଛି। ସେଥିପାଇଁ ମୁଁ ଏବେ ଏକ ଭଲ ଅଞ୍ଚଳରେ ରହୁ ନାହିଁ।

ପ୍ରକାଶଥାଉ ଯେ ରାଖି ସାୱନ୍ତ ବିଗ୍ ବସ୍‌ରୁ ବାହାରିବା ଦିନଠାରୁ ହାତରେ ଅନେକ ନୂଆ ପ୍ରୋଜେକ୍ଟ ଅଛି। ନିକଟରେ 'ଡ୍ରିମ୍ ମେ ଏଣ୍ଟ୍ରି' ଗୀତ ପରେ ବର୍ତ୍ତମାନ ରାଖୀ ସାୱନ୍ତଙ୍କ ଦ୍ୱିତୀୟ ଗୀତ 'ଲକ୍‌ଡାଉନ୍' ରିଲିଜ୍ ହୋଇଛି, ଯାହାକୁ ଦର୍ଶକେ ବହୁତ ପସନ୍ଦ କରୁଛନ୍ତି।

Entertainment Rakhi Sawant
Advertisment
Advertisment