Advertisment

ନୋରା ଫତେହିଙ୍କ ଠୁମ୍‌କା ଲଗେଇଲା ନିଆଁ

ବଲିଉଡ ଅଭିନେତ୍ରୀ ନୋରା ଫତେହି ସୁପରଷ୍ଟାର ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଆଜିକାଲି ନୋରା ଫତେହିଙ୍କ ଷ୍ଟାଇଲ୍ ହୃଦୟରେ ନିଆଁ ଲଗେଇବା ପାଇଁ ଯଥେଷ୍ଟ। ଯଦି ଏହା ଉପରେ ତାଙ୍କ ଡ୍ୟାନ୍ସ ଦେଖିବାକୁ ମିଳେ, ତେବେ ତ ପ୍ରଶଂସକଙ୍କ ପାଇଁ କଚେ ପୁଅ ବାର।

author-image
Pramod Behera
ନୋରା ଫତେହିଙ୍କ ଠୁମ୍‌କା ଲଗେଇଲା ନିଆଁ

Nora Fatehi

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ନୋରା ଫତେହି ସୁପରଷ୍ଟାର ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଆଜିକାଲି ନୋରା ଫତେହିଙ୍କ ଷ୍ଟାଇଲ୍ ହୃଦୟରେ ନିଆଁ ଲଗେଇବା ପାଇଁ ଯଥେଷ୍ଟ। ଯଦି ଏହା ଉପରେ ତାଙ୍କ ଡ୍ୟାନ୍ସ ଦେଖିବାକୁ ମିଳେ, ତେବେ ତ ପ୍ରଶଂସକଙ୍କ ପାଇଁ କଚେ ପୁଅ ବାର।

Advertisment

ହିନା ରେହମାନଙ୍କ ଭୂମିକାରେ ଅଭିନୟ କରୁଥିବା ନୋରା ମଧ୍ୟ ଏହି ଫିଲ୍ମରେ ଜୋରଦାର ଠୁମ୍‌କୁ ଲଗେଇବାକୁ ଯାଉଛନ୍ତି। ଫିଲ୍ମର ବହୁ ପ୍ରତୀକ୍ଷିତ ଗୀତ 'ଜାଲିମା କୋକା କୋଲା'ର ଡ୍ୟାନ୍ସ ଭିଡିଓ ମୁକ୍ତିଲାଭ କରିଛି। ଗୀତରେ ନୋରାଙ୍କ ଜୋରଦାର ଠୁମ୍‌କା ଦେଖି ପ୍ରଶଂସକଙ୍କ ମଧ୍ୟରେ ଏହି ଫିଲ୍ମ ଦେଖିବା ପାଇଁ ଆବେଗ ବଢିଯାଇଛି।

ନୋରା ଫତେହିଙ୍କ ଠୁମ୍‌କା

ନୋରା ଫତେହିଙ୍କ ନୂଆ ଗୀତ 'ଜାଲିମା କୋକା କୋଲା ପିଲା ଦେ'କୁ ବଲିଉଡ୍‌ର ଦମଦାର ଗାୟିକା ଶ୍ରେୟା ଘୋଷାଲଙ୍କ ଦ୍ୱାରା ବୋଲା ଯାଇଛି। ଏହି ଗୀତର ଲିରିକ୍ସ ଭାୟୁ ଲେଖିଛନ୍ତି ଏବଂ ଟି-ସିରିଜ୍ ବ୍ୟାନରରେ ଏହି ଗୀତ ରିଲିଜ୍ ହୋଇଛି। ଏହି ଗୀତକୁ ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫ୍ କରିଛନ୍ତି।

Advertisment

ଏହି ମ୍ୟୁଜିକ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ନୋରା ଏକ ନୀଳ ରଙ୍ଗର ସର୍ଟ ସ୍ଲିଟ୍‌ ସ୍କର୍ଟ ଏବଂ ଟପ୍ ପିନ୍ଧିଛନ୍ତ। ଆହୁରି ମଧ୍ୟ, ହାତରେ ଚୁଡି ଏବଂ ଅଳଙ୍କାର ପିନ୍ଦି ସେ ଖୁବ୍ ସୁନ୍ଦର ଓ ଆକର୍ଷଣ ଦେଖାଯାଉଛନ୍ତି। ଏହି ଗୀତରେ ନୋରା ଦମଦାର୍ ନାଚୁଥିବା ଦେଖିବାକୁ ମିଳେ।

ସ୍ୱାଧୀନତା ଦିବସ ଅବସରରେ ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ୍ : ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ ମୁକ୍ତିଲାଭ କରିବାକୁ ଯାଉଛି। 'ଭୁଜ୍ ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ' OTT ପ୍ଲାଟ୍‌ଫର୍ମ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ସଞ୍ଜୟ ଦତ୍ତ, ଏମି ବିର୍କ, ନୋରା ଫତେହି ଏବଂ ଶରଦ କେଲକର ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର କାହାଣୀ ୧୯୭୧ ମସିହାର ଭାରତ-ପାକ୍ ଯୁଦ୍ଧରେ ଭାରତୀୟ ବାୟୁସେନାର ସାହସିକତା ଉପରେ ଆଧାରିତ।

ନୋରା ଫତେହି

ନୋରାଙ୍କ ୱର୍କଫ୍ରଣ୍ଟ କଥା ଆଲୋଚନା କଲେ ସେ ବର୍ତ୍ତମାନ 'ଛୋଡ୍‌ ଦେଙ୍ଗେ' ଗୀତରେ ନଜର ଆସିଥିଲେ। ଏହାପୂର୍ବରୁ ନୋରା 'ନାଚ୍‌ ମେରୀ ରାନୀ' ଗୀତରେ ଅଭିନୟ କରିଥିଲେ, ଯାହାକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।

Nora Fatehi Dance Video Nora Fatehi Bollywood
Advertisment
Advertisment