Advertisment

ପରଲୋକରେ ମନୋଜ ବାଜପେୟୀଙ୍କ ପିତା

ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳେ ୮୫ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ହେଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Manoj Bajpayee father died

Manoj Bajpayee father died

ମୁମ୍ବାଇ : ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳେ ୮୫ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ହେଉଥିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ପିତାଙ୍କ ମୃତ୍ୟୁ ସମୟରେ ମନୋଜ ବାଜପେୟୀ କେରଳରେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ। ଯେତେବେଳେ ସେ ତାଙ୍କ ପିତାଙ୍କ ମୃତ୍ୟୁ ଖବର ପାଇଲେ ତୁରନ୍ତ ସୁଟିଂ ଛାଡି ଦିଲ୍ଲୀ ଚାଲିଆସିଥିଲେ। ମନୋଜ ତାଙ୍କ ପିତାଙ୍କୁ ଖୁବ୍ ଭଲ ପାଉଥିଲେ। ତେବେ ଏହି ଦୁଃଖ ଖବରକୁ ‘SHE’ର ନିର୍ଦ୍ଦେଶକ ଅଭିନାସ ଦାସ ନିଜ ଟ୍ୱିଟର ଆକାଉଣ୍ଟରେ ଜଣେଇଛନ୍ତି।

Advertisment

ସେ ରାଧାକାନ୍ତ ବାଜପେୟୀଙ୍କ ସହିତ ମନୋଜଙ୍କର ଏକ ଫଟୋ ଶେୟାର କରି ଲେଖିଛନ୍ତି, ମନୋଜ ଭାଇଙ୍କ ବାପାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସହିତ ବିତେଇଥିବା ସମୟ ବହୁତ ମନେପଡୁଛି। ଏହି ଫଟୋ ମୁଁ ଭିତିହରୱା ଆଶ୍ରମରେ ଉଠେଇଥିଲି। ସେ ବହୁତ ଧିରସ୍ଥିର ମଣିଷ ଥିଲେ। ସେ ସବୁବେଳେ ନିଜ ପୁଅର ଧନ ସମ୍ପତ୍ତି ଠାରୁ ନିଜକୁ ଦୂରେଇ ରଖୁଥିଲେ। ସେ ଜଣେ ମହାନ ବ୍ୟକ୍ତି ଥିଲେ। ନମନ, ଶ୍ରଦ୍ଧାଞ୍ଜଳି।

Manoj Bajpayee father diedପରଲୋକରେ ମନୋଜ ବାଜପେୟୀଙ୍କ ପିତା

ରାଧାକାନ୍ତ ବାଜପେୟୀଙ୍କ ମୃତ୍ୟୁ ଖବର ଶୁଣି ବଲିଉଡ ଜଗତ ସମେତ ଅଭିନେତାଙ୍କ ପୈତୃକ ଗାଁ ବିବାରର ଗୌନାହା ପ୍ରଖଣ୍ଡର ବେଲୱାରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀ କୁହନ୍ତି ଯେ ସେ ଖୁବ୍ ଦୟାଳୁ ବ୍ୟକ୍ତି ଥିଲେ, ଗରୀବମାନଙ୍କୁ ସାହାଯ୍ୟ କରୁଥିଲେ। ଦୀର୍ଘ ଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିଲା। ନିକଟରେ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ତିନି ପୁଅ ଥିବାବେଳେ ଅଭିନେତା ମନୋଜ ହେଉଛନ୍ତି ତାଙ୍କ ବଡ ପୁଅ। ତେବେ ପଶ୍ଚିମ ଚମ୍ପାରଣର ଏକ ଛୋଟ ଗାଁରୁ ମୁମ୍ବାଇ ଯିବା ପଛରେ ମନୋଜଙ୍କ ପିତାଙ୍କର ବହୁତ ଭୂମିକା ରହିଥିବା ଗ୍ରାମବାସୀ କହିଛନ୍ତି।

ଏଏନ୍‌ଆଇର ଏକ ସାକ୍ଷାତକାରରେ ମନୋଜ କହିଥିଲେ ଯେ ତାଙ୍କ ପିତା ସବୁବେଳେ ତାଙ୍କୁ ପ୍ରଥମେ ପାଠ ଶେଷ କରିବାକୁ ଉପଦେଶ ଦେଉଥିଲେ। ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ଗାଁରୁ ଦିଲ୍ଲୀ ଆସିଥିଲେ। ସେଠାରୁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିଥିଲେ। ଏ ସବୁ ସେ ତାଙ୍କ ପିତାଙ୍କ ପାଇଁ ହିଁ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ସେ ଚାହୁଁ ନ ଥିଲେ ଯେ ପାଠ ପଢା ଛାଡନ୍ତୁ ବୋଲି। ସେ ଚାହୁଁଥିଲେ ତାଙ୍କ ପିତାଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ। ତେଣୁ ସେ ପଢା ଶେଷ କରି ଡିଗ୍ରୀ ହାତେଇଥିବା କହିଥିଲେ।

Manoj Bajpayee Bollywood
Advertisment
Advertisment