Advertisment

ପ୍ରଶଂସକଙ୍କ ହୋସ୍ ଉଡେଇଲା ମଲାଇକାଙ୍କ ବୋଲ୍ଡନେସ୍

ମଲାଇକା ଆରୋରା ବଡିଉଡ ଜଗତର ସୁପର ଅଭିନେତ୍ରୀମାନଙ୍କ ଭିତରେ ଜଣେ। ସେ ନିଜର ସୌନ୍ଦର୍ଯ୍ୟ, ଚମତ୍କାର ଅଭିନୟ ଓ ଫିଟ୍‌ନେସ୍‌ ନେଇ ବେଶ ଚର୍ଚ୍ଚିତ। ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ବେଳେ ନିଜ ଫିଟ୍‌ନେସ୍‌କୁ ନେଇ ଫଟୋ ପୋଷ୍ଟ କରିବା କ୍ଷଣି ଫ୍ୟାନ୍‌ଙ୍କ ଅନେକ ପ୍ରଶଂସା ସାଉଁଣ୍ଟିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ଆକର୍ଷିତ ଚେହେରା ପ୍ରତି ପାଗଳ ହୋଇଯାଉଥିବା ଦେଖାଯାଏ।

author-image
Pramod Behera
ପ୍ରଶଂସକଙ୍କ ହୋସ୍ ଉଡେଇଲା ମଲାଇକାଙ୍କ ବୋଲ୍ଡନେସ୍

Malaika Arora

ମୁମ୍ବାଇ : ମଲାଇକା ଆରୋରା ବଡିଉଡ ଜଗତର ସୁପର ଅଭିନେତ୍ରୀମାନଙ୍କ ଭିତରେ ଜଣେ। ସେ ନିଜର ସୌନ୍ଦର୍ଯ୍ୟ, ଚମତ୍କାର ଅଭିନୟ ଓ ଫିଟ୍‌ନେସ୍‌ ନେଇ ବେଶ ଚର୍ଚ୍ଚିତ। ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ବେଳେ ନିଜ ଫିଟ୍‌ନେସ୍‌କୁ ନେଇ ଫଟୋ ପୋଷ୍ଟ କରିବା କ୍ଷଣି ଫ୍ୟାନ୍‌ଙ୍କ ଅନେକ ପ୍ରଶଂସା ସାଉଁଣ୍ଟିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ଆକର୍ଷିତ ଚେହେରା ପ୍ରତି ପାଗଳ ହୋଇଯାଉଥିବା ଦେଖାଯାଏ।

Advertisment
ମଲାଇକା ଆରୋରା

ସମ୍ପ୍ରତି, ମଲାଇକା ତାଙ୍କର ଏକ ଗ୍ଲାମରସ୍ ଫଟୋସୁଟ୍ କରିଛନ୍ତି, ଯାହାକୁ ଦେଖିବା ପରେ ପ୍ରଶଂସକମାନେ ତାଙ୍କ ଷ୍ଟନିଙ୍ଗ୍ ଲୁକ୍‌ରୁ ଆଖି ହଠେଇବା ନେଇ ଚାହୁଁ ନାହାନ୍ତି। ମଲାଇକାଙ୍କ ଏହି ବୋଲ୍ଡ ଷ୍ଟାଇଲ୍‌କୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି, ଯେଉଁଥିପାଇଁ ଫଟୋଗୁଡ଼ିକ ଇଣ୍ଟର୍‌ନେଟ୍‌ରେ ବହୁତ ଧମାଲ ମଚଉଥିବା ଦେଖାଯାଉଛି।

ମଲାଇକା ଆରୋରା

ମଲାଇକାଙ୍କ ଯେଉଁ ଫଟୋକୁ ପ୍ରଶଂସକମାନେ ପସନ୍ଦ କରିବାରେ ଲାଗିଛନ୍ତି ସେଥିରେ ସେ ଏକ ଗୋଲ୍ଡେନ୍ କାନ୍ଧ କଟା ଗାଉନ୍‌ ପିନ୍ଧିଥିବା ବେଳେ ବହୁତ ଆକର୍ଷଣୀୟ ଲାଗୁଛନ୍ତି। ତେବେ ନିଜର ଡ୍ୟାନ୍ସ ଓ ଫିଟ୍‌ନେସ୍ ପାଇଁ ସବୁବେଳେ ହିଟ୍‌ଲିଷ୍ଟ୍‌ରେ ଥିବା ମଲାଇକା ଅରୋରା ଖୁବ୍ ଶୀଘ୍ର ଏକ ଶୋ' “ସୁପର୍‌ ମଡେଲ୍ ଅଫ୍ ଦି ଇୟର ସିଜନ୍-୨”ର ବିଚାରକ ଭାବେ ନଜର ଆସିବେ। ମଲାଇକାଙ୍କ ବ୍ୟତୀତ ମିଲିନ୍ଦ ସୋମନ ଏବଂ ଅନୁଷା ଦାଣ୍ଡେକରଙ୍କୁ ମଧ୍ୟ ଏହି ଶୋ’ରେ ବିଚାରପତି ଭାବରେ ଦେଖିବାକୁ ମିଳିବ। “ସୁପର୍‌ ମଡେଲ୍ ଅଫ୍ ଦି ଇୟର ସିଜନ୍-୨” ଅଗଷ୍ଟ ୨୨ ରୁ MTV ରେ ପ୍ରସାରିତ ହେବ।

Advertisment
ମଲାଇକା ଆରୋରା

ମଲାଇକାଙ୍କ ଯେଉଁ ଫଟୋଗୁଡିକ୍ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେଗୁଡିକ “ସୁପର୍‌ ମଡେଲ୍ ଅଫ୍ ଦି ଇୟର ସିଜନ୍-୨”ର ସେଟ୍‌ରେ ହିଁ ସୁଟ୍ କରାଯାଇଛି। ଏହି ଫଟୋଗୁଡିକୁ ମଲାଇକା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ଏହି ଅଭିନେତ୍ରୀ ପ୍ରାୟତଃ ନିଜ ଚେହେରା ଏବଂ ଷ୍ଟାଇଲ ଦ୍ୱାରା ଲୋକମାନଙ୍କ ଧ୍ୟାନ ଆକର୍ଷଣ କରନ୍ତି। ଏନେଇ ତାଙ୍କର ଏହି ଫଟୋଗୁଡ଼ିକ ପ୍ରଶଂସକମାନଙ୍କ ମତ ସାଉଁଟିବାରେ ଲାଗିଛି।

ମଲାଇକା ଆରୋରାଙ୍କ ଏହି ବୋଲ୍ଡ ଫଟୋଗୁଡ଼ିକ ତେଜସ୍ ନେରୁକରଙ୍କ ଦ୍ୱାରା କ୍ଲିକ୍ କରାଯାଇଛି। ଅଭିନେତ୍ରୀ ବିଭିନ୍ନ ଆଙ୍ଗେଲ୍‌ରେ ଏହି ଫଟୋସୁଟ୍ କରିଥିବା ବେଳେ ସବୁ ଦିଗରୁ ତାଙ୍କର ଗ୍ଲାମର୍‌ର ଝଲକ ଝରିପଡୁଛି। ଏହି ଲୁକ୍‌କୁ ଆହୁରି ଫୁଟେଇବା ନେଇ ମଲାଇକା ହାଇ ହିଲ୍ ପିନ୍ଧିଛନ୍ତି।

ମଲାଇକା ଏହି ଶୋ’ରେ ପ୍ରଥମଥର ପାଇଁ ଜଜ୍‌ ଭୂମିକାରେ ରହୁ ନାହାନ୍ତି। ସେ ପୂର୍ବରୁ 'ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ୍' ଏବଂ 'ଇଣ୍ଡିଆଜ୍ ବେଷ୍ଟ୍ ଡ୍ୟାନ୍ସର୍' ଭଳି ଶୋ’ର ବିଚାରକ ହୋଇ ସାରିଛନ୍ତି। ଏହି ସବୁ ଶୋ’ରେ ସେ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ମଧ୍ୟ ପାଇଛନ୍ତି।

Malaika Arora Bollywood Malaika Arora Beauty Tips Mumbai Entertainment
Advertisment
Advertisment