Advertisment

ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ'କୁ ସଫ୍ଟ ପର୍ଣ୍ଣ ଫିଲ୍ମ କହିଲେ କେଆର୍‌କେ

ଆୟୁଷ୍ମାନ ଖୁରାନା ଓ ବାଣୀ କପୁରଙ୍କ ଅଭିନୀତ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ' ମୁକ୍ତିଲାଭ ଅପେକ୍ଷାରେ। କିନ୍ତୁ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେଆର୍‌କେ। ସେ କହିଛନ୍ତି ଯେ ଏହା ହେଉଛି ଏକ ‘ସପ୍ଟ ପର୍ଣ୍ଣ ଫିଲ୍ମ’।

author-image
Pramod Behera
KRK claim Ayushmann and Vaanis film Chandigarh Kare Aashiqui is soft porn

KRK claim Ayushmann and Vaanis film Chandigarh Kare Aashiqui is soft porn

ମୁମ୍ବାଇ: ବଲିଉଡ୍‌ କଳାକାର ତଥା ଚଳଚ୍ଚିତ୍ର ସମାଲୋଚକ କମଲ ଆର୍‌ ଖାନ୍‌ ଓରଫ୍ କେଆର୍‌କେ ସେହି ଷ୍ଟାର୍‌ମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁ ସୋସିଆଲ ମିଡିଆରେ ଅନ୍ୟମାନଙ୍କ ସହ ପଙ୍ଗା ନିଅନ୍ତି ନାହିଁ। ଏହାସହିତ ବଲିଉଡ ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ କେଆର୍‌କେ ପ୍ରାୟତଃ ଏସବୁକୁ ନେଇ ନିଜର ଭବିଷ୍ୟବାଣୀ ଶୁଣାନ୍ତି।

Advertisment

ନିକଟରେ ସେ ଅଭିନେତା ଆୟୁଷ୍ମାନ ଖୁରାନା ଓ ବାଣୀ କପୁରଙ୍କ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ'କୁ ନେଇ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଯେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଥା କ’ଣ କି ଏହି ଚଳଚ୍ଚିତ୍ରକୁ କେଆର୍‌କେ ନିଜ ଶବ୍ଦରେ ଏକ 'ସଫ୍ଟ ପର୍ଣ୍ଣ ଫିଲ୍ମ' ଭାବରେ ବର୍ଣ୍ଣନା କରିଛନ୍ତି।

କେଆର୍‌କେ ଏକ ଟ୍ୱିଟର୍‌ ସର୍ଭେ କରି ଫିଲ୍ମକୁ ଟ୍ରୋଲ୍‌ କରିଛନ୍ତି।​ ସେ ଲେଖିଛନ୍ତି, “ଆପଣମାନେ କ’ଣ ସପ୍ଟ ପର୍ଣ୍ଣ ଫିଲ୍ମ ‘ଚଣ୍ଡିଗଡ଼ କରେ ଆଶିକୀ’ ଥିଏଟରରେ ଦେଖିବେ?” ଖାଲି ଏତିକି ନୁହେଁ, କେଆର୍‌କେ ପୋଲ୍‌ ଫଳାଫଳ ଦର୍ଶାଇ ଚଳଚ୍ଚିତ୍ରକୁ ଟ୍ରୋଲ୍‌ ମଧ୍ୟ କରିଛନ୍ତି ​​ଯେଉଁଥିରେ ୩୫ ପ୍ରତିଶତ ଭୋଟର୍‌ କହିଛନ୍ତି ଯେ ସେମାନେ ପ୍ରେକ୍ଷାଳୟରେ 'ଚଣ୍ଡିଗଡ଼ କରେ ଆଶିକୀ' ଦେଖିବେ। ସେମାନେ ଲେଖିଛନ୍ତି୍ ଯେ “ସର୍ଭେ ଫଳାଫଳ - ୩୫% ହତାଶ ଏବଂ କ୍ଳାନ୍ତ ଲୋକ ସଫ୍ଟ ପର୍ଣ୍ଣ ଫିଲ୍ମ ‘ଚଣ୍ଡିଗଡ଼ କରେ ଆଶିକୀ’ ଦେଖିବାକୁ ଚାହାଁନ୍ତି । ଅର୍ଥାତ୍ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୩ ରୁ ୪ କୋଟି ବ୍ୟବସାୟ କରିବାରେ ସଫଳ ହେବ।

Advertisment

ଏହି ଫିଲ୍ମର ବଜେଟ୍ ପ୍ରାୟ ୭୦ କୋଟି! ପ୍ରକାଶଥାଉ ଯେ ଆୟୁଷ୍ମାନ ଖୁରାନା ଓ ବାଣୀ କପୁରଙ୍କ ଅଭିନୀତ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ' ଡିସେମ୍ବର ୧୦ରେ ମୁକ୍ତିଲାଭ କରିବ। ଅଭିଷେକ କପୁର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ନିକଟରେ ସେ ପ୍ରକାଶ କରିଛନ୍ତି ଯେ ଫିଲ୍ମର ଟାଇଟଲ୍ ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ଅନ୍ୟ କେହି ପରାମର୍ଶ ଦେଇନାହାଁନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଆୟୁଷ୍ମାନ ଖୁରାନା ଏବଂ ବାଣୀ କପୁରଙ୍କ ଜବରଦସ୍ତ ଯୋଡିକୁ ପ୍ରଥମ ଥର ପାଇଁ ପରଦାରେ ଦେଖାଯିବ।

KRK claim  film Chandigarh Kare Aashiqui is soft porn'ଚଣ୍ଡିଗଡ଼ କରେ ଆଶିକୀ'ର ଏକ ଦୃଶ୍ୟରେ ଆୟୁଷ୍ମାନ ଖୁରାନା ଓ ବାଣୀ କପୁର

ଆମେ ଆପଣଙ୍କୁ କହିବୁ ଯେ ପୂର୍ବରୁ କେଆର୍‌କେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ପରିହାସ କରିଥିଲେ। ନିକଟରେ ଫିଲ୍ମ ୮୩ର ଟ୍ରେଲର ରିଲିଜ ହୋଇଥିଲା, ଏହା ପରେ ସେ ଦୀପିକାଙ୍କୁ କ୍ରିକେଟର ରମିଜ ରାଜାଙ୍କ ସହିତ ତୁଳନା କରିଥିଲେ। ରମିଜ ରାଜା ପାକିସ୍ତାନର ଜଣେ ଜଣାଶୁଣା କ୍ରିକେଟର୍‌ ଏବଂ ଆଜିକାଲି ତାଙ୍କୁ କ୍ରିକେଟ୍ ଟୁର୍ନାମେଣ୍ଟ୍‌ରେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳେ। ପ୍ରତିଦିନ କେଆର୍‌କେ କୌଣସି ନା କୌଣସି ତାରକାଙ୍କ ସହିତ ପଙ୍ଗା ନେବା ଦେଖାଯାଏ।

ତେବେ ସେ ଯାହା ହେଉନା କାହିଁକି କେଆର୍‌କେ ତାଙ୍କର ବିବାଦୀୟ ମତ ନେଇ ବେଶ ପ୍ରସିଦ୍ଧ। ସେ କୌଣସି କୌଣସି ସେଲିବ୍ରିଟିଙ୍କ ଉପରେ ମନ୍ତବ୍ୟ ଦେବା କାରଣରୁ ଅନେକ ସମୟରେ ବିବାଦରେ ପଡ଼ନ୍ତି। ତେବେ ସୋସିଆଲ୍‌ ମିଡିଆରେ କେଆର୍‌କେଙ୍କ ଏକ ବଡ଼ ପ୍ରଶଂସକ ଅଛନ୍ତି ଏବଂ ଟ୍ୱିଟରରେ ତାଙ୍କୁ ୫୫ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି।

KRK Bollywood
Advertisment
Advertisment