Advertisment

ମଧୁବାଲାଙ୍କ ବାୟୋପିକରେ କାମ କରିବାକୁ ଚାହାନ୍ତି କୃତି

ବଲିଉଡ୍‌ ଅଭିନେତ୍ରୀ କୃତି ସାନନ ଆଜିକାଲି ନିଜ ଫିଲ୍ମ “ମିମି”ର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି। ଏଥିରେ ସେ ଜଣେ ସରୋଗେଟେଡ୍‌ ମଦରର ଭୂମିକା ନିଭେଇଛନ୍ତି। ଏହି ଭୂମିକା ନେଇ ତାଙ୍କୁ ବହୁତ ପ୍ରଶଂସା କରାଯାଇଛି। ଫିଲ୍ମର ସଫଳତାକୁ ନେଇ ସେ ତାଙ୍କର ଖୁସି ବାଣ୍ଟିଛନ୍ତି ଏବଂ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତ୍ରୀଙ୍କ ବାୟୋପିକ୍‌ ଉପରେ କାମ କରିବା ନେଇ ଇଛା ପ୍ରକାଶ କରିଛିନ୍ତି।

author-image
Pramod Behera
kriti Sanon

kriti Sanon

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କୃତି ସାନନ ଆଜିକାଲି ନିଜ ଫିଲ୍ମ “ମିମି”ର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି। ଏଥିରେ ସେ ଜଣେ ସରୋଗେଟେଡ୍‌ ମଦରର ଭୂମିକା ନିଭେଇଛନ୍ତି। ଏହି ଭୂମିକା ନେଇ ତାଙ୍କୁ ବହୁତ ପ୍ରଶଂସା କରାଯାଇଛି। ଫିଲ୍ମର ସଫଳତାକୁ ନେଇ ସେ ତାଙ୍କର ଖୁସି ବାଣ୍ଟିଛନ୍ତି ଏବଂ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତ୍ରୀଙ୍କ ବାୟୋପିକ୍‌ ଉପରେ କାମ କରିବା ନେଇ ଇଛା ପ୍ରକାଶ କରିଛିନ୍ତି।

Advertisment

ନିକଟରେ ଏକ ସାକ୍ଷାତକାରରେ କୃତି ସାନନ କହିଛନ୍ତି ଯେ ସେ ବରିଷ୍ଠ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ୍‌ କରିବାକୁ ଚାହାନ୍ତି। ଏହାକୁ ନେଇ ସେ ଖୁବ ଉତ୍ସାହିତ ମଧ୍ୟ ଅଛନ୍ତି। ସେ ତାଙ୍କ ପ୍ରିୟ ଅଭିନେତ୍ରୀଙ୍କ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ “ଆମ ସିନେ ଇଣ୍ଡଷ୍ଟ୍ରୀରେ ଅନେକ ଆଇକୋନିକ୍ ପର୍ସନାଲିଟି ଅଛନ୍ତି, ଯେଉଁମାନଙ୍କ ଜୀବନ ବିଷୟରେ ଲୋକମାନେ ବହୁତ କିଛି ଜାଣି ନାହାନ୍ତି। କିନ୍ତୁ ଲୋକେ ତାଙ୍କ ବିଷୟରେ ଜାଣିବା ଦରକାର।”

Advertisment

କୃତି ସାନନ ଆହୁରି କହିଛନ୍ତି ଯେ “ମୁ ମଧୁବାଲାଙ୍କ ବ୍ୟତିତ ମୀନା କୁମାରୀଙ୍କ ବାୟୋପିକ୍‌ରେ ମଧ୍ୟ କାମ କରିବାକୁ ଚାହୁଛି। ଏହି ଦୁ‍ଇ କଳାକାର ସେମାନଙ୍କ ସମୟରେ ଆଇକନ ଥିଲେ ଏବଂ ମତେ ବ୍ୟକ୍ତିଗତ ଭାବେ ସେମାନଙ୍କ ବିଷୟରେ ଜାଣିବା ନେଇ ବହୁତ ଭଲ ଲାଗେ। ତେବେ ମଧୁବାଲାଙ୍କ ବାୟୋପିକ୍‌କୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ସମୟର ଅଭିନେତ୍ରୀମାନେ ବହୁତ ଆଗ୍ରହ ଦେଖଉଥିବା ଦେଖାଯାଏ।”

Kriti Sanonକୃତି ସାନନ୍

ସୂଚନା ମୁତାବକ ଦିବଂଗତ ଅଭିନେତ୍ରୀଙ୍କ ଭଉଣୀ ମଧୁର ଭୂଷଣ ମଧୁବାଲାଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ତିଆରି କରିବାକୁ ଇଛା କରିଛନ୍ତି। ସେହିପରି ନିର୍ଦେଶକ ତିଗ୍ମାଂଶୁ ଧୂଲିଆ ମୀନା କୁମାରୀଙ୍କ ଉପରେ ଏକ ବାୟୋପିକ୍ କରିବାକୁ ଚାହିଁଥିଲେ, ଯେଉଁଥିରେ ବିଦ୍ୟା ବାଲାନଙ୍କୁ ନେବାକୁ ଚାହିଁଥିଲେ। ବର୍ତ୍ତମାନ ସୂଚନାରୁ ଜଣାପଡିଛି ଯେ ମୀନା କୁମାରୀଙ୍କ ଲାଇଫ୍‌କୁ ନେଇ ଏକ ୱେବ୍ ସିରିଜ୍ ପାଇଁ ଯୋଜନା ଚାଲିଛି।

ଏବେ କୃତି ସାନନ ୬୦ ଦଶକର ବରିଷ୍ଠ ଅଭିନେତ୍ରୀଙ୍କ ଭୂମିକାରେ ଆସିବାକୁ ଆଗ୍ରହ ଦେଖେଇଛନ୍ତି। ଯଦି କୃତିଙ୍କ କାମର କଥା ଦେଖାଯାଏ ତେବେ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ଅଛି। ଏସବୁ ଭିତରେ ପ୍ରଭାସଙ୍କ ସହିତ ‘ଆଦିପୁରୁଷ’ ଟାଇଗର ଶ୍ରଫଙ୍କ ସହ ‘ଗଣପତ’, ଅକ୍ଷୟ କୁମାରଙ୍କ ସହ ‘ବଚ୍ଚନ ପାଣ୍ଡେ’ ଓ ବରୁଣ ଧୱନଙ୍କ ସହ ‘ଭେଡିୟା’ ସାମିଲ ଅଛି।

Kriti Sanon Bollywood
Advertisment
Advertisment