Advertisment

ଅମିତାଭଙ୍କ ବଡିଗାର୍ଡଙ୍କଠୁ ଅଧିକ ଦରମା ପାଉଛନ୍ତି ଶାହରୁଖ ଓ ସଲମାନ୍‌ଙ୍କ ବଡିଗାର୍ଡ

ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ଼ ବଡ଼ ଷ୍ଟାରମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି। ସେମାନେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷ ଉପରେ ଫ୍ୟାନ୍ସଙ୍କ ନଜର ଥାଏ। ସବୁଠରୁ ଅଧିକ ଚର୍ଚ୍ଚାରେ ଥାନ୍ତି ସେମାନଙ୍କର ବଡିଗାର୍ଡ। ଏବେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୋଲିସ୍‌ ବଡିଗାର୍ଡ ଜିତେନ୍ଦ୍ର ସିନ୍ଧେଙ୍କୁ ନେଇ ବେଶ୍‌ ଚର୍ଚ୍ଚା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
salman and shahrukh's bodyguard

salman and shahrukh's bodyguard

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ଼ ବଡ଼ ଷ୍ଟାରମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି। ସେମାନେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷ ଉପରେ ଫ୍ୟାନ୍ସଙ୍କ ନଜର ଥାଏ। ସବୁଠରୁ ଅଧିକ ଚର୍ଚ୍ଚାରେ ଥାନ୍ତି ସେମାନଙ୍କର ବଡିଗାର୍ଡ। ଏବେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୋଲିସ୍‌ ବଡିଗାର୍ଡ ଜିତେନ୍ଦ୍ର ସିନ୍ଧେଙ୍କୁ ନେଇ ବେଶ୍‌ ଚର୍ଚ୍ଚା। କନ୍‌ଷ୍ଟେବଲ ଚାକିରି କରିଥିବା ଜିତେନ୍ଦ୍ରଙ୍କ ବାର୍ଷିକ ଆୟ ହେଉଛି ୧.୫ କୋଟି। ଏହି କଥା ଜଣାପଡ଼ିବା ପରେ ପୋଲିସ୍‌ ଛାନ୍‌ଭିନ୍‌ ‌ଆରମ୍ଭ କରି ଦେଇଛି। ଏତେ ଟଙ୍କା କେଉଁଠୁ ଆସୁଛି ? ସେନେଇ ତନାଘନା ଚାଲିଛି। ଏସବୁ ଭିତରେ କିଙ୍ଗଖାନ୍‌ ଶାହରୁଖ ଓ ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ଙ୍କ ବଡିଗାର୍ଡଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment
amitabh abachan and his bodyguard jitendra sindheଅମିତାଭ ବଚ୍ଚନ ଓ ତାଙ୍କ ବଡିଗାର୍ଡ ଜିତେନ୍ଦ୍ର ସିନ୍ଧେ

ଶୁଣିବାକୁ ମିଳୁଛି, ଅମିତାଭଙ୍କ ବଡିଗାର୍ଡଙ୍କଠୁ ଶାହରୁଖ ଓ ସଲମାନଙ୍କ ବଡିଗାର୍ଡଙ୍କ ବାର୍ଷିକ ଆୟ ଅଧିକ ରହିଛି। ଶାହରୁଖଙ୍କ ପର୍ସନଲ୍‌ ବଡିଗାର୍ଡ ରବି ସିଂଙ୍କୁ ସବୁବେଳେ ଶାହରୁଖ ପାଖେ ପାଖେ ଦେଖିବାକୁ ମିଳିଥାଏ। ଦେଶର ଯେକୌଣସି ସ୍ଥାନ ହେଉ କିମ୍ବା ବିଦେଶରେ ଯେଉଁସବୁ ସ୍ଥାନକୁ ଶାହରୁଖ ଯାତ୍ରା କରିଥାନ୍ତି ରବି ତାଙ୍କ ପାଖରେ ଥାଆନ୍ତି। ଇଣ୍ଡଷ୍ଟ୍ରିରେ ଶାହରୁଖଙ୍କ ପର୍ସନଲ ବଡିଗାର୍ଡ ହାଇଏଷ୍ଟ୍‌ ପେଡ୍‌ ବଡିଗାର୍ଡସଙ୍କ ମଧ୍ୟରୁ ଜଣେ। ମିଳିଥିବା ସୂଚନା ଅନୁସାରେ, ଦୀର୍ଘ ବର୍ଷ ଧରି ଶାହରୁଖଙ୍କ ବଡିଗାର୍ଡ ଥିବା ରବିଙ୍କୁ ବାର୍ଷିକ ୨.୭ କୋଟି ଟଙ୍କା ଦରମା ମିଳୁଥିବା ଜଣାପଡ଼ିଛି।

shahrukh khan and his bodyguard ravi singhଶାହରୁଖ ଓ ତାଙ୍କ ବଡିଗାର୍ଡ ରବି ସିଂ

ଅଭିନେତା ସଲମାନ୍‌ଙ୍କ ବଡିଗାର୍ଡ ଶେରାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତେ ଜାଣନ୍ତି। ସେ ସବୁବେଳେ ଲାଇମ୍‌ଲାଇଟ୍‌ରେ ଥାଆନ୍ତି। ଶେରା ଖାଲି ସଲମାନ୍‌ଙ୍କ ବଡିଗାର୍ଡ ନୁହଁନ୍ତି ବରଂ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ମଧ୍ୟ ରହିଛି। ଦୀର୍ଘ ବର୍ଷ ହେଲା ସେ ସଲମାନ୍‌ଙ୍କ ସହ ଅଛନ୍ତି। ଏପରିକି ସଲମାନ୍‌ ଫିଲ୍ମ ‘ବଡିଗାର୍ଡ’ ଶେରାଙ୍କୁ ଡେଡିକେଟ୍‌ ମଧ୍ୟ କରିଥିଲେ। ସୂଚନା ଅନୁସାରେ, ଶେରା ବର୍ଷକୁ ୨ କୋଟି ଟଙ୍କା ଦରମା ପାଉଛନ୍ତି।

Advertisment
salam and his bodyguard sheraସଲମାନ୍‌ ଓ ତାଙ୍କ ବଡିଗାର୍ଡ ଶେରା
Salman Khan Amitabh Bachchan Celebrity Bodyguards Shahrukh Khan
Advertisment
Advertisment