Advertisment

କିୟାରା ଆଡଭାନୀ ପ୍ରକାଶ କଲେ କିଭଳି ପୁଅ ଚାହାନ୍ତି

ବଲିଉଡର ସଫଳ ଅଭିନେତ୍ରୀ ତାଲିକାରେ କିୟାରା ଆଡଭାନୀ ସାମିଲ୍ ହୋଇଯାଇଛନ୍ତି। ଫିଲ୍ମ୍ ‘କବୀର୍ ସିଂହ’ରୁ କିୟାରାଙ୍କ କେରିୟରକୁ ଏକ ନୂଆ ଦିଗ ମିଳିଛି। ଆଜିକାଲି କିୟାରା ତାଙ୍କ ଫିଲ୍ମ ‘ଶେରଶାହ’ର ସଫଳତାକୁ ଉପଭୋଗ କରୁଛନ୍ତି। ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଏହା ରିଲିଜ୍ ହୋଇଥିଲା। ଦର୍ଶକ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ କିୟାରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଦ କପିଲ ଶର୍ମା ଶୋରେ ଗେଷ୍ଟ ସେଲିବ୍ରିଟି ଭାବେ ନଜର ଆସିଥିଲେ। ଉଭୟ ଶୋରେ ବହୁତ ମଜ୍ଜା ମସ୍ତି କରିଥିଲେ।

author-image
Pramod Behera
Kiara Advani

Kiara Advani

ନୂଆଦିଲ୍ଲୀ : ବଲିଉଡର ସଫଳ ଅଭିନେତ୍ରୀ ତାଲିକାରେ କିୟାରା ଆଡଭାନୀ ସାମିଲ୍ ହୋଇଯାଇଛନ୍ତି। ଫିଲ୍ମ୍ ‘କବୀର୍ ସିଂହ’ରୁ କିୟାରାଙ୍କ କେରିୟରକୁ ଏକ ନୂଆ ଦିଗ ମିଳିଛି। ଆଜିକାଲି କିୟାରା ତାଙ୍କ ଫିଲ୍ମ ‘ଶେରଶାହ’ର ସଫଳତାକୁ ଉପଭୋଗ କରୁଛନ୍ତି। ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଏହା ରିଲିଜ୍ ହୋଇଥିଲା। ଦର୍ଶକ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ କିୟାରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଦ କପିଲ ଶର୍ମା ଶୋରେ ଗେଷ୍ଟ ସେଲିବ୍ରିଟି ଭାବେ ନଜର ଆସିଥିଲେ। ଉଭୟ ଶୋରେ ବହୁତ ମଜ୍ଜା ମସ୍ତି କରିଥିଲେ।

Advertisment
Kiara Advaniକିଆରା ଆଡଭାନୀ

କପିଲ ଶର୍ମା ଓ ତାଙ୍କ ଟିମ୍‌ର ଜୋକ୍ସକୁ ନେଇ ସିଦ୍ଧାର୍ଥ ଓ କିୟାରା ଖୁବ୍ ହସିଥିଲେ। କିୟାର ଏକ ଧଳା ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଏକ ହଳିଦିଆ ରଙ୍ଗର ଦୁପାଟା ପକେଇଥିଲେ। ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ। ଶୋ ସମୟରେ କପିଲ କିୟାରାଙ୍କୁ ପଚାରିଥିଲେ ଯେ ସେ କିପରି ପୁଅ ଚାହାନ୍ତି? କପିଲ ତାଙ୍କୁ ଆହୁରି ମଧ୍ୟ ପଚାରିଥିଲେ ଯେ ରିଏଲ୍ ଲାଇଫ୍‌ରେ ସେ କ’ଣ ପୁଅର ପ୍ରଫେସନକୁ ଚେକ୍ କରିବେ କି?

Kiara Advaniକିଆରା ଆଡଭାନୀ

କପିଲଙ୍କ ଏହି ପ୍ରଶ୍ନର ଉତ୍ତରରେ କିୟାରା କୌଣସି ଫିଲ୍ମ ଡାଇରେକ୍ଟର କି କ୍ରିକେଟର୍‌ଙ୍କ ନା ନେଇ ନଥିଲେ। ବରଂ ସେ କହିଥିଲେ ଯେ “ଅଭିନେତା ହେଲେ ତ ଖୁବ୍ ଭଲ, ସବୁ ଏକାଭଳି।” ତେବେ କିୟାରାଙ୍କ ଏଭଳି ଉତ୍ତର ଶୁଣି କପିଲ ଶର୍ମା ଟିକେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ।

Advertisment

ପ୍ରକାଶଥାଉ ଯେ କିୟାରା ଆଡଭାନୀ ଓ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କ ସହିତ ଦୀର୍ଘ ଦିନ ହେବ ଡେଟିଂ ଚାଲିବା ଖବର ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ପ୍ରାୟ ସମୟରେ ଏକାଠି ହେବାର ଦେଖାଯାଏ। ତେବେ ସଂପର୍କକୁ ନେଇ ସେମାନେ ସବୁବେଳେ ଭଲ ସାଙ୍ଗ ବୋଲି କହିଥାନ୍ତି। ସେମାନେ କେବେ ବି ସେମାନଙ୍କ ପ୍ରେମ ସଂପର୍କକୁ ସ୍ୱୀକାର କରି ନାହାନ୍ତି କି କେବେ ବି ଏହାକୁ ମନାକରି ନାହାନ୍ତି।

Kiara and Siddharthକିଆରା ଓ ସିଦ୍ଧାର୍ଥ

ପ୍ରକାଶଥାଉ ଯେ ଫିଲ୍ମ ‘ଶେର୍‌ଶାହ’ରେ ସିଦ୍ଧାର୍ଥ ଓ କିୟାରାଙ୍କ ଯୋଡିକୁ ଦର୍ଶକେ ଖୁବ ପ୍ରଶଂସା କରିଛନ୍ତି। ଏହି ଫିଲ୍ମ ଅଗଷ୍ଟ ୧୨ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା କାରଗିଲ୍ ହୀରୋ କ୍ୟାପ୍ଟେନ୍ ବିକ୍ରମ ବତ୍ରାଙ୍କ ଭୂମିକାରେ ଆସିଥିଲେ।

Entertainment Kiara Advani The Kapil Sharma Show
Advertisment
Advertisment