Advertisment

କେବିସି-୧୩ର ପ୍ରଥମ ଦୃଷ୍ଟିହୀନ ମହିଳା କରୋଡପତି

କୌନ ବନେଗା କରୋଡପତି ସିଜନ-୧୩ର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ଜଣେ ଦୃଷ୍ଟିହୀନ ମହିଳା। ସେ ହେଉଛନ୍ତି ଉତ୍ତରପ୍ରଦେଶ ଆଗ୍ରାର ହିମାନୀ ବୁନ୍ଦେଲା। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ସିଟ୍‌ରେ ବସି ହିମାନୀ ପୂରା ଆତ୍ମବିଶ୍ୱାସର ସହିତ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ। ହିମାନୀ କହିଛନ୍ତି ଯେ ଯଦି ତୁମେ କିଛି କରିବା ପାଇଁ ପଦକ୍ଷେପ ଉଠେଇଛ ଆଉ ତୁମର ଜ୍ଞାନକୁ ବୃଦ୍ଧି କରିବାକୁ ଚାହୁଁଛ ତେବେ କୌଣସି ବି ସମସ୍ୟା ତୁମକୁ ରୋକ ଦେଇ ପାରିବ ନାହିଁ। ହିମାନୀଙ୍କ ବିଜୟ ଲକ୍ଷାଧିକ ଲୋକଙ୍କ ପାଇଁ ପ୍ରେରଣା।

author-image
Pramod Behera
Kaun Banega Crorepati

Kaun Banega Crorepati

ମୁମ୍ବାଇ : କୌନ ବନେଗା କରୋଡପତି ସିଜନ-୧୩ର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ଜଣେ ଦୃଷ୍ଟିହୀନ ମହିଳା। ସେ ହେଉଛନ୍ତି ଉତ୍ତରପ୍ରଦେଶ ଆଗ୍ରାର ହିମାନୀ ବୁନ୍ଦେଲା। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ସିଟ୍‌ରେ ବସି ହିମାନୀ ପୂରା ଆତ୍ମବିଶ୍ୱାସର ସହିତ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ। ହିମାନୀ କହିଛନ୍ତି ଯେ ଯଦି ତୁମେ କିଛି କରିବା ପାଇଁ ପଦକ୍ଷେପ ଉଠେଇଛ ଆଉ ତୁମର ଜ୍ଞାନକୁ ବୃଦ୍ଧି କରିବାକୁ ଚାହୁଁଛ ତେବେ କୌଣସି ବି ସମସ୍ୟା ତୁମକୁ ରୋକ ଦେଇ ପାରିବ ନାହିଁ। ହିମାନୀଙ୍କ ବିଜୟ ଲକ୍ଷାଧିକ ଲୋକଙ୍କ ପାଇଁ ପ୍ରେରଣା। ଦୃଷ୍ଟିହୀନ ହିମାନୀ ଜିତିଥିବା ଅର୍ଥରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ଏକ କୋଚିଂ ସେଣ୍ଟର ଖୋଲିବେ ବୋଲି କହିଛନ୍ତି।

Advertisment

ହିମାନୀ ଯେତେବେଳେ ୫ ବର୍ଷର ଥିଲେ ସେତେବେଳୁ କୌନ ବନେଗା କରୋଡ୍‌ ପତିରେ ଭାଗ ନେବାକୁ ଚାହୁଁଥିଲେ। ପିଲାଦିନେ ସେ ତାଙ୍କ ସାଙ୍ଗମାନଙ୍କ ସହ ସବୁବେଳେ କ୍ୱିଜ୍ ଶୋ ଖେଳନ୍ତି। ହିମାନୀ ବର୍ତ୍ତମାନ ଆଗରାର କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି। ସେ ମେଣ୍ଟାଲ ମାଥ୍‌ରେ ଦକ୍ଷ ଏବଂ ପିଲାଙ୍କୁ ବିଶେଷଭାବେ ‘ମାଥ୍‌ ମେଜିକ୍’ ପଢେଇଥାନ୍ତି। କେବିସି ଶୋ ବେଳେ ସେ ମଧ୍ୟ ଅମିତାଭ ବଚ୍ଚନଙ୍କୁ ଏହି ପାଠ ପଢେଇବାର ନଜର ଆସିଥିଲେ। ପଢେଇବାର ତାଙ୍କ ଟ୍ରିକ୍ସକୁ ଅମିତାଭ ବଚ୍ଚନ ବହୁତ ପ୍ରଶଂସା କରିଥିଲେ।

Kaun Banega Crorepatiକୌନ ବନେଗା କରୋଡ୍ ପତି

ଗଣାମାଧ୍ୟମରେ ଆଲୋଚନା ବେଳେ ହିମାନୀ ବୁନ୍ଦେଲା କହିଛନ୍ତି ଯେ “ମୁଁ ଯେତେବେଳେ ୫ ବର୍ଷର ହୋଇଥିଲି ସେତେବେଳେ ମୋ ସାଙ୍ଗମାନଙ୍କ ସହ କେବିସି ଖେଳୁଥିଲି। ମୁଁ ଅମିତାଭ ବଚ୍ଚନ ସାରଙ୍କୁ କପିକରି ମୋ ସାଙ୍ଗମାନଙ୍କୁ ସାଧାରଣ ଜ୍ଞାନ ପ୍ରଶ୍ନ ପଚାରୁଥିଲି। ଏହି ପ୍ରୟାସ ମୋର କେବେ ବିଅ ଶେଷ ହୋଇ ନ ଥିଲା। ଗତ ବର୍ଷ ଯେତେବେଳେ କରୋନା ମହାମାରୀ କାରଣରୁ ଅନ୍‌ଲାଇନ୍ କ୍ଲାସ ଆରମ୍ଭ ହୋଇଥିଲା ମୁଁ ଛାତ୍ରମାନଙ୍କ ପାଇଁ ‘କୌନ୍ ବନେଗା କେନ୍ଦ୍ରୀୟ ବିଦ୍ୟାଳୟ ଚମ୍ପିୟନ’ ଭଳି ଏକ ଅଭିନବ ଉପାୟ ଆପଣେଇ ଥିଲି।”

Advertisment

ହିମାନୀ ଆହୁରି କହିଛନ୍ତି ଯେ “ମୁଁ ଯେତେବେଳେ କେବିସି ସେଟ୍‌ରେ ପହଞ୍ଚିଲି ମୋର ବିଶ୍ୱାସ ହୋଇ ନ ଥିଲା ଯେ ମୋ ସ୍ୱପ୍ନ ସତ ହୋଇଛି ବୋଲି। ମୁ ବହୁତ ନର୍ଭସ ଥିଲି, କାରଣ ମତେ ଜଣାଥିଲା ଯେ ମୁ ଯେଉଁ ଲୋକମାନଙ୍କ ସହ ପ୍ରତିଯୋଗିତା କରୁଛି ସେମାନେ ସ୍କ୍ରିନରେ ପ୍ରଶ୍ନ ଦେଖୁ ଦେଖୁ ତୁରନ୍ତ ଉତ୍ତର ଦେଇଦେବେ। ପରେ ମତେ ଲାଗିଲା ଯେ ହରେଇବା ପାଇଁ ମୋ ପାଖରେ କିଛି ବି ନାହିଁ, ଏହା ମୋ ଜୀବନର ଏକ ନୂଆ ଅଭିଜ୍ଞତା ହେବ।”

ପ୍ରକାଶଥାଉ ଯେ ୨୦୧୧ରେ ଏକ ଦୁର୍ଘଟଣାରେ ହିମାନୀଙ୍କ ଦୃଷ୍ଟିଶକ୍ତି କମିଯାଇଥିଲା। ଅନେକ ଥର ଅପରେସନ ହୋଇଥିଲା କିନ୍ତୁ ତାଙ୍କ ଦୃଷ୍ଟିଶକ୍ତିକୁ ଫେରାଇଆଣି ହୋଇ ନ ଥିଲା। କିନ୍ତୁ ଜୀବନ ଯୁଦ୍ଧକୁ ନ ହାରି ଏ ପିଲାମାନଙ୍କୁ ଶିକ୍ଷା ଦେବା, ବିଶେଷ କରି ଶାରିରୀକ ଭାବେ ଅକ୍ଷମ ବ୍ୟକ୍ତିକୁ ପଢାଇବା ନେଇ ସେ ପ୍ରତିଜ୍ଞା ନେଲେ।

Amitabh Bachchan KBC
Advertisment
Advertisment