Advertisment

ଆରମ୍ଭ ହେବାକୁ ଯାଉଛି 'କୌନ୍‌ ବନେଗା କରୋଡ୍‌ପତି'

ଅନେକ ସିରିୟଲ ଥାଏ ଯାହା ବନ୍ଦ ହୋଇଯିବା ମାତ୍ରେ ଦର୍ଶକ ହତୋତ୍ସାହିତ ହୋଇପଡନ୍ତି। ସେହିଭଳି ସିରିୟଲଗୁଡିକ ମଧ୍ୟରୁ 'କୌନ୍‌ ବନେଗା କରୋଡ୍‌ପତି'(କେବିସି) ଅନ୍ୟତମ। ତେବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କେବିସି ପୁଣି ଥରେ ଆସୁଛି। କେବିସିର ୧୩ ତମ ସିଜନ୍ ଆୟୋଜନ କରିବାକୁ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଉତ୍ସାହିତ ଅଛନ୍ତି। ନିର୍ମାତା ମଧ୍ୟ ନିଜର ନୂଆ ଶୋ ପାଇଁ ପ୍ରସ୍ତୁତ ଅଛନ୍ତି। ଆଜିଠାରୁ ଠିକ୍ ୧୨ ଦିନ ପରେ, 'କୌନ୍‌ ବନେଗା କରୋଡ୍‌ପତି-୧୩' ଆରମ୍ଭ ହୋଇଯିବ।

author-image
Pramod Behera
ଆରମ୍ଭ ହେବାକୁ ଯାଉଛି 'କୌନ୍‌ ବନେଗା କରୋଡ୍‌ପତି'

Kaun Banega Crorepati

ମୁମ୍ବାଇ : ଅନେକ ସିରିୟଲ ଥାଏ ଯାହା ବନ୍ଦ ହୋଇଯିବା ମାତ୍ରେ ଦର୍ଶକ ହତୋତ୍ସାହିତ ହୋଇପଡନ୍ତି। ସେହିଭଳି ସିରିୟଲଗୁଡିକ ମଧ୍ୟରୁ 'କୌନ୍‌ ବନେଗା କରୋଡ୍‌ପତି'(କେବିସି) ଅନ୍ୟତମ। ତେବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କେବିସି ପୁଣି ଥରେ ଆସୁଛି। କେବିସିର ୧୩ ତମ ସିଜନ୍ ଆୟୋଜନ କରିବାକୁ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଉତ୍ସାହିତ ଅଛନ୍ତି। ନିର୍ମାତା ମଧ୍ୟ ନିଜର ନୂଆ ଶୋ ପାଇଁ ପ୍ରସ୍ତୁତ ଅଛନ୍ତି। ଆଜିଠାରୁ ଠିକ୍ ୧୨ ଦିନ ପରେ, 'କୌନ୍‌ ବନେଗା କରୋଡ୍‌ପତି-୧୩' ଆରମ୍ଭ ହୋଇଯିବ। ସୋନି ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଟେଲିଭିଜନ ଏହାର ସୋସିଆଲ ମିଡିଆ ପେଜ୍‌ରେ ପ୍ରୋମୋ ସେୟାର କରିସାରିଛି।

Advertisment

ଅମିତାଭ ବଚ୍ଚନଙ୍କ ଲୋକପ୍ରିୟତାର କାରଣ କେବଳ ତାଙ୍କ ଚଳଚ୍ଚିତ୍ର ନୁହେଁ। ଏଥିରେ ତାଙ୍କ ଟିଭି ଶୋ 'କୌନ୍‌ ବନେଗା କରୋଡ୍‌ପତି'ର ମଧ୍ୟ ବହୁତ ଅବଦାନ ଦେଇଛନ୍ତି। ଶୋ’ର ନୂଆ ସିଜନ୍ ୨୩ ଅଗଷ୍ଟରୁ ସୋନି ଟିଭିରେ ଟେଲିକାଷ୍ଟ୍‌ ଆରମ୍ଭ ହେବ। କେବିସି ସପ୍ତାହରେ ପାଞ୍ଚ ଦିନ ପାଇଁ ଅର୍ଥାତ ସୋମବାରରୁ ଶୁକ୍ରବାର ରାତି ୯ଟାରେ ପ୍ରସାରିତ ହେବ।

Advertisment

ଶୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଯାଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ତେବେ ସେୟାର ହୋଇଥିବା ପ୍ରୋମୋର ଅଂଶ ହେଉଛି ଶୋ’ର ତୃତୀୟ ଭାଗ। ଏହି ଭିଡିଓକୁ ସେୟାର କରିବାବେଳେ ଏହାର କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ ଯାହା ପ୍ରଥମ ଓ ଦ୍ୱିତୀୟ ଭାଗରେ ଜବରଦସ୍ତ ପ୍ରତିକ୍ରିୟା ପାଇଁ ଧନ୍ୟବାଦ। ବର୍ତ୍ତମାନ ଆମେ ଆପଣଙ୍କ ପାଇଁ ତୃତୀୟ ଭାଗ # KBCFilmSammaanPart3 ର ଫାଇନ୍ ସିରିଜ୍ ସେୟାର କରୁଛୁ! ଅଗଷ୍ଟ ୨୩, ରାତି ୯ଟା, କେବଳ ସୋନିରେ।

କେବିସିର ପ୍ରମୋସନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା 'ସମ୍ମାନ' ମଧ୍ୟପ୍ରଦେଶରେ ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ଓମକାର ଦାସ ମାଣିକପୁରୀ ଅଛନ୍ତି। କେବିସି ପ୍ରତ୍ୟେକ ସାଧାରଣ ଲୋକଙ୍କ ଜୀବନରେ ନିକଟତର ହେବା ପାଇଁ ଶୋ ନିର୍ମାତାମାନେ ଏହି ପ୍ରୋମୋ ପ୍ରସ୍ତୁତ କରିଛନ୍ତି। ଏହି ଚଳଚ୍ଚିତ୍ରର ବିଶେଷତ୍ୱ ​​ହେଉଛି ସ୍ଥାନୀୟ ପ୍ରତିଭାବାନ ଲୋକଙ୍କୁ ଏଥିରେ ଅଭିନୟ କରିବାର ସୁଯୋଗ ଦିଆଯାଇଛି।

‘କୌନ୍‌ ବନେଗା କରୋଡପତି’ ଏହାର ୨୧ ବର୍ଷର ଯାତ୍ରା ସମାପ୍ତ କରୁଛି। ଶୋ ପ୍ରଥମେ ୨୦୦୦ରେ ଷ୍ଟାର୍ ପ୍ଲସ୍‌ରେ ଆରମ୍ଭ ହୋଇଥିଲା।

Entertainment Amitabh Bachchan Bollywood
Advertisment
Advertisment