• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭ୍ୟାକେସନର ଏକ ପରଫେକ୍ଟ ଫଟୋ ସେୟାର କଲେ କରୀନା

ଏବେ କରୀନାଙ୍କୁ ନେଇ ବେଶୀ ଚର୍ଚ୍ଚା । ସବୁବେଳେ କରୀନା ବି ଟାଉନରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ମାଲଦ୍ୱୀପରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନଙ୍କ ଜନ୍ମଦିନ ପାଳିଛନ୍ତି କରୀନା କପୁର। ଏ ନେଇ କରୀନା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ସୂଚନା ଅନୁସାରେ କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ ମାଲଦ୍ୱୀପରେ ଅଛନ୍ତି। ସେଠାରେ କରୀନା ସ୍ୱାମୀ ସୈଫ୍ଙ୍କର ୫୧ତମ ଜନ୍ମଦିନ ପାଳିଛନ୍ତି ଏବଂ ଏହି ଭ୍ୟାକେସନର ଏକ ପରଫେକ୍ଟ ଫଟୋ ସେୟାର କରିଛନ୍ତି । ଏହି ଖାସ୍‌ ଦିନରେ କରୀନା, ସୈଫ୍‌ଙ୍କ ସହିତ ପରଫେକ୍ଟ ଫଟୋ ପୋଜ୍‌ ଦେଇଥିବାର ନଜର ଆସିଛନ୍ତି । ଫଟୋରେ ତାଙ୍କ ସହିତ ତାଙ୍କ ଦ୍ୱିତୀୟ ପୁଅ ଜେହ ସହ ତୈମୁର ମଧ୍ୟ ନଜର ଆସିଛନ୍ତି।

ତେବେ ଆଉ ଏକ ଫଟୋରେ ସୈଫ୍‌ ଓ କରୀନା ପୁଲରେ ଏଞ୍ଜୟ କରୁଥିବାର ଦେଖିବାକୁ ମିଳିଛି । ଜନ୍ମଦିନର ଏହି ଖାସ୍ ଅବସରରେ କରୀନା, ସୈଫ୍‌ଙ୍କୁ ଶୁଭେଚ୍ଛା ଜଣାଇ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି କି, ‘ହ୍ୟାପି ବର୍ଥଡେ ଟୁ ଲଭ୍‌ ଅଫ୍‌ ମାଇ ଲାଇଫ୍‌ । ସବୁବେଳେ ଆପଣଙ୍କ ସହିତ। ବାସ୍‌, ଏହା ହିଁ ମୁଁ ଚାହୁଁଛି’ । ୧୪ ଅଗଷ୍ଟକୁ ସୈଫ୍‌ ଓ କରୀନା ଏହି ସୁନ୍ଦର ଫ୍ୟାମିଲି ଭ୍ୟାକେସନରେ ଯାଇଛନ୍ତି।

ସୂଚନା ଅନୁସାରେ, ସୈଫ୍‌ ଚଳିତବର୍ଷ ନିଜ ଜନ୍ମଦିନରେ ଫ୍ୟାମିଲି ସହିତ ସମୟ ବିତାଉଛନ୍ତି । କର୍ମମୟ ଜୀବନରୁ ଥକ୍କାପଣକୁ ଦୂର କରିବା ପାଇଁ ଏହି ଭ୍ୟାକେସନର ପ୍ଲାନ କରିଥିଲେ କରୀନା । ବହୁତ ଦିନ ପରେ ସୈଫ୍ ଓ କରୀନା ବାହାରକୁ  ଭ୍ୟାକେସନରେ ଯାଇଥିବା କୁହାଯାଉଛି ।