Advertisment

ବଢିଲା କଙ୍ଗନାଙ୍କ ଅଡ଼ୁଆ, କଙ୍ଗନାଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ପିଟିସନ୍‌

କଙ୍ଗନା ରାଣାଓ୍ଵତଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ପିଟିସନ୍‌, ସବୁ ପୋଷ୍ଟରକୁ ସେନ୍ସର ଘୋଷଣା କରିବାକୁ ଦାବି । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ସେୟାର କରି ହଟହଟା ହୋଇଛନ୍ତି କଙ୍ଗନା । ତେବେ ଏନେଇ ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍‌ କରିବାକୁ ଦାବି ହୋଇଛି।

author-image
Pallipuspa Samal
Supreme Court against Kangana Ranaut

Supreme Court against Kangana Ranaut

କଙ୍ଗନାଙ୍କୁ ବଡ଼ ଝଟକା । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଯେଉଁଥିରେ ଭବିଷ୍ୟତରେ ତାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟ ଉପରେ ସେନ୍ସର ଲଗାଇବା ପାଇଁ ଦାବି କରାଯାଇଛି । ସୁପ୍ରିମକୋର୍ଟର ଓକିଲ ଚରଣଜିତ ସିଂହ ଚନ୍ଦ୍ରପାଲ ନିଜେ ଏହି ଆବେଦନ ଦାଖଲ କରିଛନ୍ତି ।

Advertisment

କଙ୍ଗନା ରଣାୱତଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟରୁ ସେ ଗଭୀର ଆଘାତ ପାଇଛନ୍ତି, ଯେଉଁଥିରେ ଅଭିନେତ୍ରୀ ଶିଖ ଚାଷୀଙ୍କୁ ଖାଲିସ୍ତାନୀ ଆତଙ୍କବାଦୀ ସହ ବର୍ଣ୍ଣନା କରିଥିଲେ ବୋଲି ଆବେଦନରେ ସୁପ୍ରିମକୋର୍ଟର ଏହି ଓକିଲ କହିଛନ୍ତି ।

ତେବେ ଆବେଦନରେ କୁହାଯାଇଛି, କଙ୍ଗନାଙ୍କ ଏଭଳି ବୟାନର ଉଦ୍ଦେଶ୍ୟ ହେଉଛି ଦଙ୍ଗା ସୃଷ୍ଟି କରିବା ଏବଂ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା। କଙ୍ଗନାଙ୍କ ପୋଷ୍ଟରେ ଶିଖମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଜାତୀୟ ବିରୋଧୀ ଢ଼ଙ୍ଗରେ ଚିତ୍ରଣ କରାଯାଇଛି ବୋଲି ଚାନ୍ଦ୍ରପାଲ କହିଛନ୍ତି । କଙ୍ଗନା କୃଷକଙ୍କ ବିରୋଧରେ କରିଥିବା ଏକ ପୋଷ୍ଟ ତାଙ୍କୁ ଖୁବ୍‌ ବ୍ୟଥିତ କରିଛି ।

Advertisment

ଏହି ପୋଷ୍ଟରେ କଙ୍ଗନା ଶିଖ୍‌ କୃଷକଙ୍କୁ ‘ଖଲିସ୍ତାନୀ ଆତଙ୍କବାଦୀ’ ବୋଲି ସମ୍ବୋଧିତ କରିଛନ୍ତି। କଙ୍ଗନାଙ୍କ ଏହି ମନ୍ତବ୍ୟକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଓକିଲ ଚରଣଜିତ ସିଂହ ଚନ୍ଦ୍ରପାଲ ଏହି ପିଟିସନ୍‌ ଦାଖଲ କରିଛନ୍ତି ।

ଓକିଲ କହିଛନ୍ତି, ଅଭିନେତ୍ରୀଙ୍କ କାର୍ଯ୍ୟକଳାପକୁ ଅଣଦେଖା କରି ହେବ ନାହିଁ କି କ୍ଷମା କରି ହେବ ନାହିଁ। ଏଣୁ ସାରା ଦେଶରେ କଙ୍ଗନାଙ୍କ ବିରୋଧରେ ଯେତେ ସବୁ ମାମଲା ରୁଜୁ ହୋଇଛି, ତାହାକୁ ମୁମ୍ବାଇର ଖାର ପୋଲିସ ଷ୍ଟେସନ୍‌କୁ ଟ୍ରାନ୍ସଫର କରିବାକୁ ଦାବି କରାଯାଇଛି।

କଙ୍ଗନା ରାଣାୱତଙ୍କ ମନ୍ତବ୍ୟ ଦେଶର ଏକତା ବିରୋଧୀ ଏବଂ ଅଭିନେତ୍ରୀ ଆଇନ ଅନୁଯାୟୀ କଠୋର ଦଣ୍ଡ ପାଇବା ଯୋଗ୍ୟ। ଅଭିନେତ୍ରୀଙ୍କ କାର୍ଯ୍ୟକୁ ଅସ୍ୱୀକାର କରାଯାଇପାରିବ ନାହିଁ କି ସମାଲୋଚନା କରାଯାଇପାରିବ ନାହିଁ ବୋଲି ଓକିଲ କହିଛନ୍ତି।

Kangana Ranaut
Advertisment
Advertisment