Advertisment

ବିବାହ କରିବେ ଜାହ୍ନବୀ କପୁର; ଜାଣନ୍ତୁ କିପରି ହେବ ବାହାଘର?

ବର୍ତ୍ତମାନ ସମୟରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ତାଲିକା ଯଦି ଦେଖାଯାଏ ତେବେ ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ବାଦ ପଡିବେ ନାହିଁ। ଜାହ୍ନବୀ ଏପର୍ଯ୍ୟନ୍ତ ୪ ଟି ଫିଲ୍ମ କରିଛନ୍ତି ଏବଂ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ସେ ପ୍ରସ୍ତୁତ ହେଉଥିବା ଜଣାଯାଏ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରତି ଧ୍ୟାନ ଦେଉ ନାହାଁନ୍ତି। ଜାହ୍ନଭୀ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ସହ ନିଜ ବିବାହ ସବୁ ଯୋଜନାର କରିବାରେ ମଧ୍ୟ ଲାଗିପଡିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
ବିବାହ କରିବେ ଜାହ୍ନବୀ କପୁର; ଜାଣନ୍ତୁ କିପରି ହେବ ବାହାଘର?

Janhvi Kapoor

ମୁମ୍ବାଇ: ବର୍ତ୍ତମାନ ସମୟରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ତାଲିକା ଯଦି ଦେଖାଯାଏ ତେବେ ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ବାଦ ପଡିବେ ନାହିଁ। ପ୍ରଶଂସକଙ୍କ ଅନୁସରଣ କ୍ଷେତ୍ରରେ, ଜାହ୍ନବୀ କପୁର ଅନେକ ବରିଷ୍ଠ ଅଭିନେତ୍ରୀଙ୍କୁ ମଧ୍ୟ ଟକ୍କର ଦେଉଥିବା ଦେଖାଯାଏ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ତାଙ୍କ ବୃତ୍ତିଗତ ଜୀବନ ଓ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଜାହ୍ନବୀ ଏପର୍ଯ୍ୟନ୍ତ ୪ ଟି ଫିଲ୍ମ କରିଛନ୍ତି ଏବଂ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ସେ ପ୍ରସ୍ତୁତ ହେଉଥିବା ଜଣାଯାଏ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରତି ଧ୍ୟାନ ଦେଉ ନାହାଁନ୍ତି। ଜାହ୍ନବୀ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ସହ ନିଜ ବିବାହ ସବୁ ଯୋଜନାର କରିବାରେ ମଧ୍ୟ ଲାଗିପଡିଛନ୍ତି।

Advertisment

ନିକଟରେ ଜାହ୍ନବୀ କପୁର ନିଜ ବିବାହ ଯୋଜନା ବିଷୟରେ ସମସ୍ତଙ୍କୁ ଜଣେଇଛନ୍ତି। ଜାହ୍ନବୀଙ୍କ ଅନୁଯାୟୀ ସେ ବ୍ୟାଚ୍‌ଲେଟ୍ ପାର୍ଟୀରୁ ନେଇ ବିବାହ ଉତ୍ସବ ପର୍ଯ୍ୟନ୍ତ ଯୋଜନା କ’ଣ ସବୁ ଯୋଜନା କରିଛନ୍ତି ତାହା ଜଣେଇଛନ୍ତି। ଜାହ୍ନବୀ ଏକ ସରଳ ଏବଂ ସୁନ୍ଦର ବିବାହ ଚାହୁଁଛନ୍ତି ବୋଲି କହିଛନ୍ତି। ସେ ଚାହୁଁଛନ୍ତି ଯେ ଏହି ବିବାହ ସାଧାରଣ ଭାବେ ଅଧିକ ଦିନ ଧରି ଅନୁଷ୍ଠିତ ନ ହୋଇ ସମସ୍ତ କାର୍ଯ୍ୟକ୍ରମ କେବଳ ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବା ଉଚିତ। ଏସବୁ ବିଷୟରେ ସେ ନିଜେ ପ୍ରକାଶ କରିଛନ୍ତି।

Advertisment

ଜାହ୍ନଭୀ ପିକକ୍ ମାଗାଜିନକୁ ସାକ୍ଷାତକାର ଦେବା ସମୟରେ ତାଙ୍କ ବିବାହ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ଅଭିନେତ୍ରୀ କହିବା କଥା ସେ ଚାହୁଁଛନ୍ତି ଯେ ତାଙ୍କ ବ୍ୟାଚ୍‌ଲେଟ୍‌ ପାର୍ଟି କ୍ରେପିରେ ଚା’ ସହିତ ଅନୁଷ୍ଠିତ ହେଉ। ସେହିପରି ମେହେନ୍ଦୀ ଓ ସଂଗୀତ ଉତ୍ସବ ମୟଲାପୁରରେ ତାଙ୍କ ମା’ ତଥା ବଲିଉଡର ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପୈତୃକ ଘରେ ଅନୁଷ୍ଠିତ ହେବା ଉଚିତ। ସେହିପରି ବିବାହରେ ଜଡିତ ଥିବା ସପ୍ତଘେରା ପରମ୍ପରା ତିରୁପତିରେ ହେବା ନେଇ ସେ ଚାହୁଁଛନ୍ତି।

ଜାହ୍ନବୀଙ୍କ କହିବାନୁସାରେ, ରିସେପସନକୁ ନେଇ ତାଙ୍କର କୌଣସି ଉତ୍ସାହ ନାହିଁ। ଜାହ୍ନବୀ କୁହନ୍ତି ଯେ “ରିସେପସନ କ’ଣ ଏତେ ଜରୁରୀ କି? ନୁହେଁ ନା, ତେବେ ରିସେପସନ କଥା ଛାଡିଦିଅ।ସେହିପରି ଡେକୋରେସନର କଥା ଉଠେଇ ଜାହ୍ନଭୀ କହିଛନ୍ତି ଯେ “ବିବାହ ଡେକୋରେସନ୍ ଅତି ସରଳ କିନ୍ତୁ ପାରମ୍ପରିକ ହେବା ଉଚିତ। ମୋଗ୍ରା ଏବଂ ମହମବତୀ ଦ୍ୱାରା ସାଜସଜ୍ଜା ହେବା ଉଚିତ, ବିବାହ ୨ ଦିନରେ ସମ୍ପୂର୍ଣ୍ଣ ହେବା ଉଚିତ। କନ୍ୟା ସହଚରୀ ଭାଏ ସେ ଭଉଣୀ ଖୁସି, ଅଂଶୁଲା ଏବଂ ବେଷ୍ଟ୍ ଫ୍ରେଣ୍ଡ୍ ତନିଶାଙ୍କ ନାମ ନେଇଛନ୍ତି।

Janhvi Kapoor Mumbai Bollywood
Advertisment
Advertisment