Advertisment

ଅକ୍ଷୟ କୁମାରଙ୍କ ଠାରୁ ମାଡ ଖାଇବା ଖୁବ ମଜ୍ଜା ଥିଲା : ହୁମା କୁରେଶୀ

ବଲିଉଡର ପ୍ରତିଭାବାନ ଅଭିନେତ୍ରୀ ହୁମା କୁରେଶୀ ଯେତିକି ଭଲ କାମ କରନ୍ତି ସେତିକି ଥଟ୍ଟା ମଜ୍ଜା ବି କରନ୍ତି। ନିକଟରେ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ 'ବେଲ୍‌ ବଟମ୍‌'ର ସେଟ୍‌ରୁ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ହୁମା ଅକ୍ଷୟ କୁମାରଙ୍କ ସହ ଫାଇଟ୍ କରୁଥିବା ଏବଂ କ୍ଲାଇମାକ୍ସ ସିନରେ ମାଡ ଖାଉଥିବା ନଜର ଆସିଛନ୍ତି।

author-image
Pramod Behera
Huma Qureshi says it was fun to get beaten up by Akshay Kumar

Huma Qureshi says it was fun to get beaten up by Akshay Kumar

ମୁମ୍ବାଇ : ବଲିଉଡର ପ୍ରତିଭାବାନ ଅଭିନେତ୍ରୀ ହୁମା କୁରେଶୀ ଯେତିକି ଭଲ କାମ କରନ୍ତି ସେତିକି ଥଟ୍ଟା ମଜ୍ଜା ବି କରନ୍ତି। ନିକଟରେ ସେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ 'ବେଲ୍‌ ବଟମ୍‌'ର ସେଟ୍‌ରୁ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ହୁମା ଅକ୍ଷୟ କୁମାରଙ୍କ ସହ ଫାଇଟ୍ କରୁଥିବା ଏବଂ କ୍ଲାଇମାକ୍ସ ସିନରେ ମାଡ ଖାଉଥିବା ନଜର ଆସିଛନ୍ତି।

Advertisment
Huma Qureshi says it was fun to get beaten up by Akshay Kumarଅକ୍ଷୟ କୁମାରଙ୍କ ଠାରୁ ମାଡ ଖାଇବା ଖୁବ ମଜ୍ଜା ଥିଲା : ହୁମା କୁରେଶୀ

ଏହି ଭିଡିଓରେ ହୁମା କୁରେଶୀ ଫିଲ୍ମ 'ବେଲ୍‌ ବଟମ୍‌' ପାଇଁ ଅକ୍ଷୟ କୁମାରଙ୍କ ସହ ତାଙ୍କ ଫାଇଟିଂ ଦୃଶ୍ୟର ରିହର୍ସାଲ କରୁଛନ୍ତି। ଭିଡିଓରେ ଅକ୍ଷୟ କହିଛନ୍ତି ଯେ ହୁମାଙ୍କ ସହ ଲଢିବା ପ୍ରକୃତରେ ଭଲ ଥିଲା। ଆକ୍ସନ୍ ଦୃଶ୍ୟ ପାଇଁ ସେ ଯେଉଁ ପରିଶ୍ରମ କରିଛନ୍ତି, ତାହା ଚଳଚ୍ଚିତ୍ରକୁ ଜୀବନ୍ତ କରିଦେବ। ଅକ୍ଷୟ ଆହୁରି କହିଛନ୍ତି, 'ଏହା ଏକ ଛୋଟ ଫାଇଟ୍ ଥିଲା, କିନ୍ତୁ ଏଥିରେ ବହୁତ ଶିଖିବାକୁ ଥିଲା'।

Advertisment

ଦୃଶ୍ୟ ପଛର ଏହି ଭିଡିଓ ପୂଜା ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଦ୍ୱାରା ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍‌ କରାଯାଇଛି। ଏହି ପୋଷ୍ଟ୍‌କୁ ରିଟ୍ୱିଟ୍‌ କରିବାବେଳେ ହୁମା କୁରେଶୀ ଲେଖିଛନ୍ତି ଯେ ଅକ୍ଷୟ କୁମାରଙ୍କ ଠାରୁ ମାଡ ଖାଇବାରେ କି ମଜ୍ଜା ଆସିଲା! ସାର୍, ଆପଣଙ୍କ ସହ ଫାଇଟ୍ ଟ୍ରେନିଂ କରିବା ଏକ ମଜାଦାର ଅନୁଭୂତି ଥିଲା। ହୁମା ଏକ ଫନୀ ଇମୋଜି ମଧ୍ୟ ଶେୟାର କରିଛନ୍ତି।

ହୁମା କୁରେଶି ଏବଂ ଅକ୍ଷୟ କୁମାରଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଇଛି। ଲୋକମାନେ ନିଜ ଷ୍ଟାରମାନଙ୍କ ଭରପୂର ମସ୍ତିକୁ ରିଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ଦେଉଛନ୍ତି।

Huma Qureshi says it was fun to get beaten up by Akshay Kumarଅକ୍ଷୟ କୁମାରଙ୍କ ଠାରୁ ମାଡ ଖାଇବା ଖୁବ ମଜ୍ଜା ଥିଲା : ହୁମା କୁରେଶୀ

ଅକ୍ଷୟ ଏବଂ ହୁମାଙ୍କ ବ୍ୟତୀତ ବାଣୀ କପୁର ଏବଂ ଲାରା ଦତ୍ତ ମଧ୍ୟ ବେଲ୍‌ ବଟମ୍‌ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅକ୍ଷୟ କୁମାର ସାହସର ସହିତ କରୋନା ଭାଇରସ୍ ଦ୍ୱିତୀୟ ଲହର ପରେ ପ୍ରେକ୍ଷାଳୟରେ ଏହାକୁ ମୁକ୍ତିଲାଭ କରିଥିଲେ। ତେବେ ଅଧିକାଂଶ ପ୍ରେକ୍ଷାଳୟ ବନ୍ଦ ଥିବାରୁ ଫିଲ୍ମ ସେତେଟା ସଫଳତା ପାଇ ନ ଥିଲା। ଯେତେବେଳେ ଏହି ଫିଲ୍ମ ରିଲିଜ୍ ହେଲା ସେତେବେଳେ ମହାରାଷ୍ଟ୍ରର ସିନେମା ହଲ୍ ମଧ୍ୟ ବନ୍ଦ ଥିଲା। ଯେତେବେଳେ ମହାରାଷ୍ଟ୍ର ସରକାର ରାଜ୍ୟରେ ସିନେମା ହଲ ଖୋଲିବାକୁ ଘୋଷଣା କଲେ, ସେତେବେଳେ ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ପାଞ୍ଚଟି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିଥିଲେ। ଖୁବ୍ ଶୀଘ୍ର ତାଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ ' ରିଲିଜ୍ ହେବାକୁ ଯାଉଛି।

Akshay Kumar Huma Qureshi Bollywood
Advertisment
Advertisment