Advertisment

ରାମ ରାବଣ ଭୂମିକାରେ ହ୍ରିତିକ୍ ଓ ରଣବୀର, ଫିଲ୍ମର ବଜେଟ୍ ୭୫୦ କୋଟି

ରାମ ରାବଣ ଭୂମିକାରେ ଅଭିନୟ କରିବେ ବଲିଉଡର ୨ ହ୍ୟାଣ୍ଡସମ୍ ହଙ୍କ୍ ଅଭିନେତା ହ୍ରିତିକ୍ ରୋଶନ ଓ ରଣବୀର କପୁର । ହ୍ରିତିକ୍ ରୋଶନ ଓ ରଣବୀର କପୁର ନିଜ ଅଭିନୟ କ୍ୟାରିୟରରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏବଂ ଦମଦାର ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଦୁଇ ଅଭିନେତା ରାମ ଏବଂ ରାବଣ ଭୂମିକାରେ ନଜର ଆସିବେ। ନିର୍ଦ୍ଦେଶକ ନିତେଶ ତିଓ୍ଵାରୀ ଫିଲ୍ମ ‘ରାମାୟଣ’ ନିର୍ମାଣ କରିବାକୁ ଯାଉଛନ୍ତି ।

author-image
Pallipuspa Samal
Hrithik and Ranbir

Hrithik and Ranbir

ମୁମ୍ବାଇ: ରାମ ରାବଣ ଭୂମିକାରେ ଅଭିନୟ କରିବେ ବଲିଉଡର ୨ ହ୍ୟାଣ୍ଡସମ୍ ହଙ୍କ୍ ଅଭିନେତା ହ୍ରିତିକ୍ ରୋଶନ ଓ ରଣବୀର କପୁର । ହ୍ରିତିକ୍ ରୋଶନ ଓ ରଣବୀର କପୁର ନିଜ ଅଭିନୟ କ୍ୟାରିୟରରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏବଂ ଦମଦାର ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଦୁଇ ଅଭିନେତା ରାମ ଏବଂ ରାବଣ ଭୂମିକାରେ ନଜର ଆସିବେ। ନିର୍ଦ୍ଦେଶକ ନିତେଶ ତିଓ୍ଵାରୀ ଫିଲ୍ମ ‘ରାମାୟଣ’ ନିର୍ମାଣ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ଫିଲ୍ମକୁ ତିନି ଭାଗରେ ପ୍ରସ୍ତୁତ କରାଯିବ । ଏହି ଫିଲ୍ମର ବଜେଟ୍ ୭୫୦ କୋଟି ଟଙ୍କା ରଖାଯାଇଛି । ଏବେ ରିତିକ ଏବଂ ରଣବୀରଙ୍କ ଫି କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସୂଚନା ଅନୁସାରେ, ଫିଲ୍ମଟିକୁ ୩ଟି ଭାଗରେ ପ୍ରସ୍ତୁତ କରାଯିବ। ଉକ୍ତ ଫିଲ୍ମର ବଜେଟ୍‌ ୭୫୦ କୋଟି ଟଙ୍କା ରଖାଯାଇଛି। ଏବେ ଫିଲ୍ମର ବଜେଟ ଏତେ ରହିଥିବା ବେଳେ ହ୍ରିତିକ୍‌ ଓ ରଣବୀରଙ୍କର ଫିସ୍‌କୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଦୁହିଁଙ୍କୁ ରାମ ଓ ରାବଣ ଭୂମିକା ପାଇଁ ପାଖାପାଖି ୧୫୦ କୋଟି ଅର୍ଥାତ୍ ରଣବୀରଙ୍କୁ ୭୫ କୋଟି ଏବଂ ହ୍ରିତିକଙ୍କୁ ୭୫ କୋଟି ଟଙ୍କା ମିଳିବ।

Advertisment

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଅନେକ ଥର ‘ରାମାୟଣ’କୁ ଅନେକ ଚଳଚ୍ଚିତ୍ର ନିର୍ମାତା ନିଜ ଢଙ୍ଗରେ ନିର୍ମାଣ କରିଛନ୍ତି। ମାତ୍ର କେହି ବି ରାମାନନ୍ଦ ସାଗରଙ୍କ ପରି ‘ରାମାୟଣ’ ପ୍ରସ୍ତୁତ କରି ପାରି ନାହାନ୍ତି କି ଲୋକପ୍ରିୟତା ପାଇ ପାରି ନାହାନ୍ତି। ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଡିଡି ନ୍ୟାସନାଲରେ ପ୍ରସାରଣ ହେଉଥିଲା। ଏହି ଶୋ ଏତେ ଲୋକପ୍ରିୟ ଥିଲା ଯେ, ଲକ୍‌ଡାଉନ୍‌ ସମୟରେ ଏହାକୁ ପୁନର୍ବାର ପ୍ରସାରଣ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା। ଏବେ ଏହାକୁ ନିର୍ମାଣ କରିବାର ଭାର ‘ଦଙ୍ଗଲ’ ନିର୍ଦ୍ଦେଶକ ନିତେଶ ତିଓ୍ଵାରୀ ସମ୍ଭାଳିଛନ୍ତି।

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ହ୍ରିତିକ୍‌ ରୋଶନ ଓ ରଣବୀର କପୁର ରାବଣ ଏବଂ ରାମ ଚରିତ୍ରରେ ନଜର ଆସିବେ। ନିତେଶ ତିଓ୍ଵାରୀ ଏବଂ ତାଙ୍କ ଟିମ୍ ସୀତା ଚରିତ୍ରରେ ଅଭିନୟ ପାଇଁ ଅଭିନେତ୍ରୀଙ୍କ ସନ୍ଧାନ କରୁଛନ୍ତି। କରିନା କପୁର ଖାନଙ୍କୁ ଏହି ସୀତା ଚରିତ୍ରରେ ଅଭିନୟ ପାଇଁ ଅଫର ଦିଆଯାଇଥିଲା। ମାତ୍ର ସୂତ୍ର ମୁତାବକ ଏହା ମାର୍କେଟିଂ ଟିମ୍ ଦ୍ଵାରା ଷ୍ଟୋରୀ ପ୍ଲାଣ୍ଟ କରାଯାଇଥିଲା। ବାସ୍ତବରେ କରୀନା ଏହି ରୋଲ୍‌ ପାଇଁ ଫିଟ୍ ନୁହନ୍ତି ବୋଲି କୁହାଯାଇଛି।

Advertisment
Hrithik And Ranbir Entertainment News
Advertisment
Advertisment