• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏଥରେ ଫେରିଆସ । ବଲିଉଡ୍‌କୁ ପୁଣି ଫେରିଆସ ପ୍ରିୟଙ୍କା ! ହଲିଉଡ ବଲିଉଡ୍ ଅଭିନେତ୍ରୀ ତଥା ସୁନ୍ଦରୀ ପ୍ରିୟଙ୍କା ଚୋପଡ଼ା ଏବେ ପୁଣି ଚର୍ଚ୍ଚାରେ । ଏମିତିରେ ବି ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ହେଲେ ଏବେ ସେ ପୁଣି ଥରେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଫ୍ୟାନ୍ସମାନେ ତାଙ୍କ ପୋଷ୍ଟରେ ଧୁମ୍‌ କମେଣ୍ଟ କରୁଛନ୍ତି । ଆଉ ପୁଣି ଥରେ ବଲିଉଡ୍‌କୁ ଫେରିଆସିବାକୁ କହିଛନ୍ତି । ହେଲେ କାହିଁକି ? ହଠାତ୍‌ ପ୍ରିୟଙ୍କାଙ୍କୁ କାହିଁକି ତାଙ୍କ ଫ୍ୟାନ୍ସମାନେ ବଲିଉଡ୍‌କୁ ରିଟର୍ଣ୍ଣ କରିବାକୁ କହୁଛନ୍ତି । କ’ଣ ରହିଛି କାରଣ ?

ଆସନ୍ତୁ ଜାଣିବା..

ପ୍ରିୟଙ୍କା ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି । ସ୍ପେନ୍‌ର ଏକ ଗଳି ରାସ୍ତାରେ ଉଠାଯାଇଥିବା ସେହି ଫଟୋରେ ସେ ଅତ୍ୟନ୍ତ ଦୁଃଖି ଥିବା ଭଳି ଜଣାପଡ଼ୁଛନ୍ତି । ଖାଲି ସେତିକି ନୁହେଁ ଫଟୋରେ ସେ ଅନ୍ୟମନସ୍କ ଥିବା ଭଳି ମଧ୍ୟ ଦେଖାଯାଉଛନ୍ତି । ପ୍ରିୟଙ୍କା ଏବେ ନିଜ ଅପ୍‌କମିଂ ଫିଲ୍ମ ‘ସିଟାଡେଲ୍‌’ର ସୁଟିଂ ପାଇଁ ସ୍ପେନ୍‌ରେ ରହୁଛନ୍ତି । ପ୍ରିୟଙ୍କା ଏହି ଫଟୋରେ ଜୀବନରେ ଆଗକୁ ବଢ଼ିବାର ମେସେଜ୍‌ ଦେଇଛନ୍ତି । ତେବେ ବଲିଉଡ୍‌ ତଥା ହଲିଉଡ୍‌ରେ ନିଜର ଦମ୍‌ ଦେଖାଇ ପରିଚୟ ସୃଷ୍ଟି କରିଥିବା ଏହି ଅଭିନତ୍ରୀଙ୍କ ଏମିତି ଦୁଃଖି ଫଟୋ ଦେଖି ଫ୍ୟାନ୍ସମାନେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଛନ୍ତି । ସେମାନେ ପ୍ରିୟଙ୍କାଙ୍କ ଏଭଳି ଫଟୋକୁ ସହଜରେ ହଜମ କରିପାରୁ ନାହାନ୍ତି ।

Priyanka ChopraPriyanka Chopra

ପ୍ରିୟଙ୍କା ହେଉଛନ୍ତି ସେହି ଅଭିନେତ୍ରୀମାନଙ୍କ ମଧ୍ୟର ଜଣେ । ଯିଏ ନିଜର ପ୍ରତ୍ୟେକ କାର୍ଯ୍ୟକଳାପ ଫ୍ୟାନ୍ସମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅପ୍‌ଡେଟ୍‌ କରିଥାନ୍ତି । ଏବେ ଯେଉଁ ଫଟୋଟି ସେ ସେୟାର କରିଛନ୍ତି, ସେଥିରେ ସେ ବ୍ଲୁ-କଲର ହାପ୍‌ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିଛନ୍ତି । ଆଉ ହାତରେ ଏକ ଖାଲି କାଚ ବୋତଲ ଧରିଛନ୍ତି । ସ୍ପେନ୍‌ର କୌଣସି ଏକ ଗଳି ରାସ୍ତାରେ ଥିବା ଖୁମ୍ବରେ ଆଉଜି ରହିଛନ୍ତି । ଆଉ ସେହି ପୋଷ୍ଟରେ ଲେଖିଛନ୍ତି ‘ଯଦି ଆପଣ ଆଗକୁ ନ ବଢ଼ୁଛନ୍ତି ତେବେ ପଛରେ ରହିଯାଉଛନ୍ତି ।’

ପ୍ରିୟଙ୍କାଙ୍କ ଏହି ପୋଷ୍ଟରେ କିଛି ଫ୍ୟାନ୍ସ ତାଙ୍କ ଦଃଖି ହେବାର କାରଣ ଜାଣିବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଫ୍ୟାନ୍ସ ତାଙ୍କୁ ପ୍ରଂଶସା କରିଛନ୍ତି । ଜଣେ ଫ୍ୟାନ୍‌ ତାଙ୍କୁ ଖୁବ୍‌ ମିସ୍‌ କରୁଛନ୍ତି ବୋଲି ମଧ୍ୟ ଲେଖିଛନ୍ତି । ଆଉ ବଲିଉଡ୍‌କୁ ଫେରି ଆସ ବୋଲି କହିଛନ୍ତି।