Advertisment

ତିଆରି ହେବ ରାନୁ ମଣ୍ଡଳଙ୍କ ବାୟୋପିକ୍

ସୋସିଆଲ ମିଡିଆ ଜୀବନର ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ରୂପରେ ଆସିଛି। ଏହା ଏପରି ଏକ ପ୍ଲାଟଫର୍ମ ଯାହା ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଉଛି। ଆପଣଙ୍କର ନିଶ୍ଚୟ ମନେଥିବ ରେଲ୍‌ୱେ ପ୍ଲାଟ୍‌ଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ କଥା। ଲତା ଲଙ୍ଗେସକରଙ୍କ ଏକ ଗୀତ “ଏକ୍ ପ୍ୟାର କା ଲଗମା” ଗାଇ ସେ ରାତାରାତି ଫେମସ୍‌ ହୋଇଯାଇଥିଲେ। ଏହା ଶୁଣି ସଂଗୀତକାର ତଥା କଣ୍ଠଶିଳ୍ପୀ ହିମେଶ ରେସ୍‌ମିୟା ତାଙ୍କୁ ଏକ ସୁଯୋଗ ଦେଇଥିଲେ।

author-image
Pramod Behera
Ranu Mandal

Ranu Mandal

ମୁମ୍ବାଇ : ସୋସିଆଲ ମିଡିଆ ଜୀବନର ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ରୂପରେ ଆସିଛି। ଏହା ଏପରି ଏକ ପ୍ଲାଟଫର୍ମ ଯାହା ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଉଛି। ଆପଣଙ୍କର ନିଶ୍ଚୟ ମନେଥିବ ରେଲ୍‌ୱେ ପ୍ଲାଟ୍‌ଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ କଥା। ଲତା ଲଙ୍ଗେସକରଙ୍କ ଏକ ଗୀତ “ଏକ୍ ପ୍ୟାର କା ଲଗମା” ଗାଇ ସେ ରାତାରାତି ଫେମସ୍‌ ହୋଇଯାଇଥିଲେ। ଏହା ଶୁଣି ସଂଗୀତକାର ତଥା କଣ୍ଠଶିଳ୍ପୀ ହିମେଶ ରେସ୍‌ମିୟା ତାଙ୍କୁ ଏକ ସୁଯୋଗ ଦେଇଥିଲେ। କିନ୍ତୁ ଏହା ପରେ ରାନୁ ମଣ୍ଡଳ ପୁଣି ଗାୟବ ହୋଇଯାଇଥିଲେ। ଏବେ ତାଙ୍କୁ ନେଇ ଏକେ ବାୟୋପିକ୍ ନିର୍ମାଣ ହେଉଥିବା ଖବର ଆସୁଛି।

Advertisment

ରାନୁ ମଣ୍ଡଳଙ୍କ ସୁମଧୁର ଗୀତ ପରେ ଏବେ ତାଙ୍କ ଜୀବନୀର କାହାଣୀକୁ ଫିଲ୍ମ ପର୍ଦାରେ ଦେଖିବାକୁ ମିଳିବ। ଫିଲ୍ମର ନାମ ‘ମିସ୍ ରାନୁ ମାରିୟା’ ହେବ ଯାହାକୁ ଋଷିକେଶ ମଣ୍ଡଳ ନିର୍ଦ୍ଦେଶିତ କରୁଥିବା ଜଣାଯାଏ। ଏହି ଫିଲ୍ମରେ ରାନୁ ମଣ୍ଡଳଙ୍କ ଭୂମିକା ବଙ୍ଗାଳୀ ଓ ହିନ୍ଦୀ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଇଶିକା ଦେ’ ନିଭେଇବେ। ଫିଲ୍ମର ସୁଟିଂ କୋଲକାତା ଓ ମୁମ୍ବାଇରେ ହେବ ବୋଲି ଇଶିକା କହିଛନ୍ତି।

Advertisment

ଇଶିକା କହିଛନ୍ତି ଯେ ରାନୁ ମଣ୍ଡଳ ବୟୋପିକ ପାଇଁ ସେ ନିର୍ମାତାଙ୍କ ପ୍ରଥମ ପସନ୍ଦ ନ ଥିଲେ। ପୂର୍ବରୁ ଶୁଣାଯାଉଥିଲା ଯେ ସୁଦୀପା ଚକ୍ରବର୍ତ୍ତୀ ଏହି ଭୂମିକାରେ ଆସିବେ, କିନ୍ତୁ ଲକଡାଉନ କାରଣରୁ ସେଡ୍ୟୁଲ୍ ଡେଟରେ ସମସ୍ୟା ଆସିବାରୁ ଇଶିକାଙ୍କୁ ନିଆଯାଇଛି। ଇଶିକା ପୂର୍ବରୁ ଫିଲ୍ମ୍ ‘ଲାଲ୍ କପ୍ତାନ୍’ ଓ ୱେବ୍ ସିରିଜ୍ ‘ସିକ୍ରେଡ୍ ଗେମ୍ସ’ରେ ନଜର ଆସିଛନ୍ତି।

ଇଶିକା ଆହୁରି କହିଛନ୍ତି ଯେ “ମୋ ନିର୍ଦ୍ଦେଶକ ମତେ କହିଛନ୍ତି ଯେ ଆମେ ହିମେଶ ରେସମିୟାଙ୍କ ସହିତ ସଂପର୍କ କରୁଛୁ। ଏବେ ତାଙ୍କ ଠାରୁ କୌଣସି ଉତ୍ତର ମିଳି ନାହିଁ। କିନ୍ତୁ ଆଶା କରାଯାଉଛି ଯେ ଉତ୍ତର ପଜିଟିଭ ହେବ। ମୁଁ ଏହି ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛି। କିନ୍ତୁ ଏହି ଫିଲ୍ମ ପାଇଁ ମତେ ପ୍ରଥମେ ୨ ମାସ ଭିତରେ ୧୦ କେଜି ଓଜନ କମେଇବାର ଅଛି।”

Entertainment Ranu Mandal
Advertisment
Advertisment