Advertisment

ଗୀତା ବସ୍ରା ଦ୍ୱିତୀୟ ଥର ମା’ ହେବା ବହୁ କଷ୍ଟ ଥିଲା

ଅଭିନେତ୍ରୀ ଗୀତା ବସ୍ରା ଓ ତାଙ୍କ ସ୍ୱାମୀ କ୍ରିକେଟର ହରଭଜନ ସିଂ ଜୁଲାଇ ଆରମ୍ଭରେ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ଏହି ଦୁନିଆକୁ ସ୍ୱାଗତ କରିଛନ୍ତି। ଏହି ଦମ୍ପତିଙ୍କର ପୂର୍ବରୁ ଏକ ଝିଅ ଅଛି, ଯାହାର ନାମ ହିନାୟା। ଜୁଲାଇ ୧୦ରେ ଦୁହେଁ ଏକ ଶିଶୁପୁତ୍ରକୁ ସ୍ୱାଗତ କରିଥିଲେ। ଆଜିକାଲି ଗୀତା ପୁଅର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସୂଚନା ମୁତାବକ, ଗୀତାଙ୍କୁ ପୁଣିଥରେ ମା’ ହେବା ସେତେ ସହଜ ନ ଥିଲା।

author-image
Pramod Behera
ଗୀତା ବସ୍ରା ଦ୍ୱିତୀୟ ଥର ମା’ ହେବା ବହୁ କଷ୍ଟ ଥିଲା

Geeta Basra and Harbajan

ମୁମ୍ବାଇ: ଅଭିନେତ୍ରୀ ଗୀତା ବସ୍ରା ଓ ତାଙ୍କ ସ୍ୱାମୀ କ୍ରିକେଟର ହରଭଜନ ସିଂ ଜୁଲାଇ ଆରମ୍ଭରେ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ଏହି ଦୁନିଆକୁ ସ୍ୱାଗତ କରିଛନ୍ତି। ଏହି ଦମ୍ପତିଙ୍କର ପୂର୍ବରୁ ଏକ ଝିଅ ଅଛି, ଯାହାର ନାମ ହିନାୟା। ଜୁଲାଇ ୧୦ରେ ଦୁହେଁ ଏକ ଶିଶୁପୁତ୍ରକୁ ସ୍ୱାଗତ କରିଥିଲେ। ଆଜିକାଲି ଗୀତା ପୁଅର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସୂଚନା ମୁତାବକ, ଗୀତାଙ୍କୁ ପୁଣିଥରେ ମା’ ହେବା ସେତେ ସହଜ ନ ଥିଲା। ନିକଟରେ ସେ ତାଙ୍କ ଗର୍ଭଧାରଣ ବିଷୟରେ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି।

Advertisment

ଇଟାଇମ୍ସ ସହିତ ଆଲୋଚନା କରୁଥିବାବେଳେ ଗୀତା ବସ୍ରା ପ୍ରକାଶ କରିଛନ୍ତି ଯେ ତାଙ୍କର ଦ୍ୱିତୀୟ ସନ୍ତାନ ଦୁଇ ଥର ଗର୍ଭପାତ ପରେ ଜନ୍ମ ହୋଇଛି। ପ୍ରଥମ ଗର୍ଭପାତ ୨୦୧୯ରେ ଏବଂ ଦ୍ୱିତୀୟଟି ୨୦୨୦ରେ ହୋଇଥିଲା। ଏହି ଦୁ‍ଇ ଥର ଯାକ ହରଭଜନ ତାଙ୍କ ସହିତ ଥିଲେ। ସେ ଏ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ “ଯେତେ ଶୀଘ୍ର ହେଉ ନା କାହିଁକି, ଯଦି ଏହା ପ୍ରଥମ ତ୍ରୟମାସିକରେ ହୋଇଯାଏ, ତେବେ ମା ଅନ୍ୟମାନଙ୍କ ଅପେକ୍ଷା ଅଧିକ ଆଘାତ ପାଇଥାଏ। କାରଣ ମା ହିଁ କେବଳ ନିଜ ସନ୍ତାନ ସହିତ ଜଡିତ ରହିଥାଏ।

Advertisment

ଗୀତା କହିଛନ୍ତି ଯେ ଆଜି ମୁଁ କଥା ହେବାକୁ ଚାହୁଁଛି। ମୁଁ ସେହି ମହିଳାମାନଙ୍କୁ କହିବାକୁ ଚାହେଁ, ଯେଉଁମାନଙ୍କର ଗର୍ଭପାତ ହୋଇଛି ଏବଂ ଯେଉଁମାନେ ଭରସା ହରାଇଛନ୍ତି। ସେମାନେ ହାରିଯିବା ଉଚିତ ନୁହେଁ କି ନୀରବ ରହି ନିଜର ଯନ୍ତ୍ରଣାକୁ ଲୁଚେଇ ଲୁଚେଇ ସହିଯିବା ଜରୁରୀ ନୁହେଁ। ଏହା ସତ ଯେ ଗର୍ଭପାତ ଆପଣଙ୍କ ଉପରେ ଏକ ଭୟଙ୍କର ପ୍ରଭାବ ପକାଇପାରେ ଯେଉଁଥିରୁ ଆପଣଙ୍କୁ ବାହାରକୁ ଆସିବାକୁ ବହୁତ ସମୟ ନେଇପାରେ। ମୋର କିଛି ବନ୍ଧୁମାନଙ୍କର ମଧ୍ୟ ଗର୍ଭପାତ ହୋଇଛି। କିନ୍ତୁ ଆମେ ସେସବୁକୁ ଛାଡି ଆଗକୁ ବଢିବା ଉଚିତ।”

ଗୀତା ବସ୍ରା ତାଙ୍କ କଥାକୁ ଜାରି ରଖି ପୁଣି କହିଛନ୍ତି ଯେ “ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗତ ଦୁଇ ବର୍ଷ ମୋ ପାଇଁ ଯନ୍ତ୍ରଣାଦାୟକ ଥିଲା, କିନ୍ତୁ ମୁଁ ଭାଙ୍ଗି ନ ପଡି ନିଜକୁ ନିଜେ ରକ୍ଷା କରିଲି। ଗର୍ଭପାତ ପରେ ମହିଳାଙ୍କ ହରମୋନ୍ ସ୍ତରରେ ବଡ଼ ପରିବର୍ତ୍ତନ ଆସିଥାଏ, ଯେଉଁଥିପାଇଁ ତାଙ୍କୁ ନିଜକୁ ସମ୍ଭାଳିବା କଷ୍ଟକର ହୋଇପଡେ। ମୁଁ ଯେତେବେଳେ କମଜୋର ହୋଇଯାଉଥିଲି ମୁଁ ମୋର ଯତ୍ନ ନେଉଥିଲି। ପ୍ରକାଶଥାଉ ଯେ ହରଭଜନ ସିଂହ ଓ ଗୀତା ବସ୍ରା ଦୀର୍ଘ ଦିନ ଧରି ପରସ୍ପରଙ୍କୁ ଡେଟ୍‌ କରିବା ପରେ ୨୯ ଅକ୍ଟୋବର ୨୦୧୫ରେ ବିବାହ କରିଥିଲେ।

Geeta Basra Harbhajan Singh Bollywood
Advertisment
Advertisment