• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଆଜି ଯିଏ ସୁପରଷ୍ଟାର, ତାଙ୍କର ପ୍ରଥମ ଦରମା କେତେ ଥିଲା ଜାଣନ୍ତି !

  • ବହୁ ପରିଶ୍ରମ କରି ଏଇ ସେଲିବ୍ରେଟିମାନେ ଆଜି ସୁପରଷ୍ଟାର ହୋଇପାରିଛନ୍ତି 

ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ,  ଅମିର ଖାଁ, ଶାହରୁଖ, ସଲମାନ, ପ୍ରିୟଙ୍କା ଚୋପ୍ରା... ।  ଗ୍ଲାମର ଦୁନିଆରେ ଏମାନଙ୍କର ଚାହିଦା କାହିଁରେ କ’ଣ। ଏମାନଙ୍କ ପାଖରେ ନେମ, ଫେମ..ସବୁକିଛି ଅଛି।  ଆଜି ସୁପରଷ୍ଟାର ହୋଇଥିବା ଏହି ସେଲିବ୍ରିଟି କେତେ ଟଙ୍କା ଦରମାରେ ଆରମ୍ଭ କରିଥିଲେ କ୍ୟାରିଅର ଜାଣନ୍ତି ?   

ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ ନାଁ ଓ ଖ୍ୟାତି ଅର୍ଜନ କରିବା ସହଜ ନୁହେଁ । ବହୁ ପରିଶ୍ରମ କରି ଏଇ ସେଲିବ୍ରେଟିମାନେ ଆଜି ସୁପରଷ୍ଟାର ହୋଇପାରିଛନ୍ତି । ଇଣ୍ଡଷ୍ଟ୍ରିର ସଲମାନ ଖାନଙ୍କଠାରୁ ଆରମ୍ଭ କରି ଅମୀର ଖାନ ଓ ଅମିତାଭ ବଚ୍ଚନ ଯାଏ ଅନେକ ସୁପରଷ୍ଟାର ଯିଏ ନିଜ ଚଳଚ୍ଚିତ୍ର  ପାଇଁ କୋଟି କୋଟି ଟଙ୍କାର ଡିମାଣ୍ଡ କରିଥାନ୍ତି । କିନ୍ତୁ ଗୋଟେ ସମୟ ଏପରି ଥିଲା, ଏହି ସୁପରଷ୍ଟାର ମାନେ ମାତ୍ର ୧୦ ହଜାର ଟଙ୍କାରେ ବି କାମ କରିଛନ୍ତି । ଆସନ୍ତୁ ଜାଣିବା ଏଇ ସୁପରଷ୍ଟାରଙ୍କ ପ୍ରଥମ ସାଲେରି କେତେ ଥିଲା। 

ଶାହରୁଖ ଖାନ୍ :

ବଲିଉଡର କିଙ୍ଗ ଖାନ ଭାବେ ସୁପରିଚିତ ଶାହରୁଖ ଖାନ୍ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନ କିଣି ନେଇଛନ୍ତି । କିନ୍ତୁ ଜାଣନ୍ତି. ତାଙ୍କ ଜୀବନର ପ୍ରଥମ ସାଲେରି ମାତ୍ର ୫୦ଟଙ୍କା ଥିଲା । ଇଣ୍ଡିଆନ ଏକ୍ସପ୍ରେସର ତଥ୍ୟ ଅନୁଯାୟୀ ପଙ୍କଜ ଉଦାସଙ୍କ ଏକ କନ୍ସର୍ଟରେ 'ଉଶର' ଭାବରେ କାମ କରିବା ପାଇଁ ତାଙ୍କୁ ପ୍ରଥମ ଦରମା ଭାବରେ 50 ଟଙ୍କା ମିଳିଥିଲା।

ଅମିତାଭ ବଚ୍ଚନ :

ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ଅମିତାଭଙ୍କ ଫ୍ୟାନ ଫଲୋଇଙ୍ଗ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଅଛନ୍ତି । ତଥ୍ୟ ଅନୁଯାୟୀ, ଅମିତାଭ ହିନ୍ଦୀ ଚଳଚିତ୍ରର ସୁପରଷ୍ଟାର ହେବା ପୂର୍ବରୁ କୋଲକାତାର ସିପିଂ ଫାର୍ମ ଶୋ ଆଣ୍ଡ ୱାଲେସ ପାଇଁ କାମ କରୁଥିଲେ । ସେତେବେଳେ ତାଙ୍କୁ ୫୦୦ ଟଙ୍କା ସାଲେରି ମିଳୁଥିଲା ।

ଅମୀର ଖାନ୍ :

ବଲିଉଡ ଇଣ୍ଡଷ୍ଟ୍ରିର ମିଷ୍ଟର ପର୍ଫେକ୍ଟ ଅମିର ଖାନ ନିଜର ଗୋଟେ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କାର ଡିମାଣ୍ଡ ରଖିଥାନ୍ତି । ରିପୋର୍ଟ ଅନୁସାରେ, ଅମୀରଖାନ ପ୍ରଥମେ ୧୧ ହଜାର ଟଙ୍କା ପାଉଥିଲେ । ଏହି ବିଷୟରେ ଅମୀର ଖାନ ଏକ ନ୍ୟୁଜ ଏଜେନ୍ସିକୁ କହିଥିଲେ, ‘ ମୋତେ ପ୍ରଥମ ଫିଲ୍ମ ‘କୟାମତ ସେ କୟାମତ ତକ୍‌’ ପାଇଁ ୧୧ ହଜାର ଟଙ୍କା ମିଳିଥିଲା । ’

ପ୍ରିୟଙ୍କା ଚୋପ୍ରା:

ଇଣ୍ଟରନ୍ୟାଶନାଲ ଆକ୍ଟ୍ରେସ ପ୍ରିୟଙ୍କା ଚୋପ୍ରା ଏବେ କୋଟି କୋଟି ସମ୍ପତ୍ତିର ମାଲିକାଣୀ । ପ୍ରିୟଙ୍କା ନିଜ ପରିଶ୍ରମ ବଳରେ ଇଣ୍ଡଷ୍ଟ୍ରିରେ ଏକ ବଡ ସ୍ଥାନ ହାସଲ କରିଛନ୍ତି । ଫିଲ୍ମ ଫେୟାରର ଏକ ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଯେତେବେଳେ ୨୦୦୦ ମସିହାରେ ମିସ୍ ୱାର୍ଲଡ ସମ୍ମାନ ଜିତିଥିଲେ ସେତେବେଳେ ତାଙ୍କୁ ନିଜ ପ୍ରଥମ ଆସାଇନମେଣ୍ଟ ପାଇଁ ୫ ହଜାର ଟଙ୍କା ମିଳିଥିଲା । କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ବଲିଉଡଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ସବୁଠି ରାଜ୍‌ କରୁଛନ୍ତି ।

ଅକ୍ଷୟ କୁମାର :

ଆକ୍ସନ ଷ୍ଟାର ଅକ୍ଷୟ କୁମାର ବଲିଉଡ ଇଣ୍ଡଷ୍ଟ୍ରିର ଏକ ବଡ ସୁପରଷ୍ଟାର । ଫିଲ୍ମ ଫେୟାରର ତଥ୍ୟ ଅନୁଯାୟୀ, ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ଅକ୍ଷୟ କୁମାର ବ୍ୟାଙ୍କକ୍‌ରେ ୱେଟର ଭାବେ କାମ କରୁଥିଲେ । ସେଥିରୁ ସେ ମାତ୍ର ୧୫୦୦ ଟଙ୍କା ରୋଜଗାର କରୁଥିଲେ । ବର୍ତ୍ତମାନ ଅକ୍ଷୟ କୁମାର  ହାଇୟେଷ୍ଟ ପେଡ୍ ଆକ୍ଟରଙ୍କ ମଧ୍ୟରେ ଜଣେ ।

ସଲମାନ୍‌ ଖାନ୍ :

ବଲିଉଡର ଦବଙ୍ଗ ଆକ୍ଟର ସଲମାନ ଖାନ୍‌ଙ୍କ ଚଳଚ୍ଚିତ୍ରରୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଇନକମ୍ ହୋଇଥାଏ । କିନ୍ତୁ ଆପମମାନେ ଜାଣିଛନ୍ତି କି ସଲମାନ ଖାନଙ୍କ ପ୍ରଥମ ସାଲେରି କେତେ ଥିଲା ? ଗୋଟେ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ସଲମାନ ଖାନ୍‌ ପ୍ରଥମେ ୧୧ ହଜାର ଟଙ୍କା ପାଉଥିଲେ । ତାଙ୍କ ଡେବ୍ୟୁ ଫିଲ୍ମ ‘ବିବି ହୋ ତୋ ଐସି’ ପାଇଁ ସଲମାନ ଖାନ୍‌ଙ୍କୁ ଏହି ପଇସା ମିଳିଥିଲା । ଏହି ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ଛୋଟ ରୋଲ ଥିଲା ।