Advertisment

ଦୁଇ ଡୋଜ୍ ଟିକା ପରେ ବି ଫରାହ ଖାନ୍ ହେଲେ କରୋନା ପଜିଟିଭ୍

ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର ତଥା ଡାଇରେକ୍ଟର ଫରାହ ଖାନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍‌ ଆସିଛି। ବର୍ତ୍ତମାନ ଫରାହ ଜୀ ଟିଭିରେ ଆସିବାକୁ ଥିବା କମେଡୀ ଶୋରେ ଜଜ ଭୂମିକାରେ ନଜର ଆସୁଥିଲେ। ଏହା ଛଡା ଫରାହ ଆହୁରି କିଛି ରିଏଲିଟି ଶୋରେ ମଧ୍ୟ ବ୍ୟସ୍ତ ଥିଲେ। କିଛି ଦିନ ପୂର୍ବରୁ ସେ ତାଙ୍କ ସାଙ୍ଗ ଶିଳ୍ପା ଶେଟ୍ଟୀଙ୍କ ସହ ଡ୍ୟାନ୍ସ ରିଏଲିଟି ଶୋ ‘ସୁପର୍ ଡ୍ୟାନ୍ସର ୪’ ସେଟ୍‌ରେ ସୁଟିଂ କରୁଥିବା ଅବସରରେ ମଧ୍ୟ ନଜର ଆସିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Farah Khan Covid Positive

Farah Khan Covid Positive

ମୁମ୍ବାଇ : ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର ତଥା ଡାଇରେକ୍ଟର ଫରାହ ଖାନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍‌ ଆସିଛି। ବର୍ତ୍ତମାନ ଫରାହ ଜୀ ଟିଭିରେ ଆସିବାକୁ ଥିବା କମେଡୀ ଶୋରେ ଜଜ ଭୂମିକାରେ ନଜର ଆସୁଥିଲେ। ଏହା ଛଡା ଫରାହ ଆହୁରି କିଛି ରିଏଲିଟି ଶୋରେ ମଧ୍ୟ ବ୍ୟସ୍ତ ଥିଲେ। କିଛି ଦିନ ପୂର୍ବରୁ ସେ ତାଙ୍କ ସାଙ୍ଗ ଶିଳ୍ପା ଶେଟ୍ଟୀଙ୍କ ସହ ଡ୍ୟାନ୍ସ ରିଏଲିଟି ଶୋ ‘ସୁପର୍ ଡ୍ୟାନ୍ସର ୪’ ସେଟ୍‌ରେ ସୁଟିଂ କରୁଥିବା ଅବସରରେ ମଧ୍ୟ ନଜର ଆସିଥିଲେ। ଏହା ଛଡା ଅମିତାଭ ବଚ୍ଚନଙ୍କ କ୍ୱିଜ୍ ଶୋ ‘କୌନ୍ ବନେଗା କରୋଡ୍‌ପତି’ର ସୀଜନ ୧୩ର ଏକ ସ୍ୱତନ୍ତ୍ର ଏପିଶୋଡର ମଧ୍ୟ ସୁଟିଂ କରିଥିଲେ।

Advertisment

‘ମେ ହୁଁ ନା’ର ନିର୍ଦ୍ଦେଶକ ଫରାହ ଖାନ୍ ପଜିଟିଭ ହୋଇଥିବା ଖବର ସେଟ୍‌ରେ ଥିବା ସମସ୍ତଙ୍କୁ ଜଣେଇ ଦେଇଛନ୍ତି। ଯାହା ଫଳରେ ସେଟ୍‌ରେ ଥିବା ସମସ୍ତ ଲୋକ ସତର୍କ ହୋଇଯାଇଛନ୍ତି। ଫରାହ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ସେ କୋଭିଡର ଦୁ‍ଇଟି ଯାକ ଡୋଜ୍ ନେଇସାରିଛନ୍ତି। ଏହାପରେ ମଧ୍ୟ ସେ କୋଭିଡ୍ ପଜିଟିଭ୍ ହୋଇଯିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହା ବ୍ୟତିତ ଯେଉଁ ସହକର୍ମୀମାନଙ୍କ ସହିତ ସେ କାମ କରୁଥିଲେ ସେମାନେ କେହି ବି ପଜିଟିଭ ନ ଥିଲେ। ତଥାପି ଫରାହ ପଜିଟିଭ ହେବା ଆଶ୍ଚର୍ଯ୍ୟ କରିଛି। ପଜିଟିଭ୍ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଫରାହ ଟେଷ୍ଟ କରିବା ସହିତ ସାବଧାନ ରହିବା ନେଇ ପରାମର୍ଶ ଦେଇଛନ୍ତି।

Advertisment

ତେବେ କମେଡୀ ଶୋର ଆଗାମୀ ଏପିଶୋଡ୍‌ରେ ଫରାହ ଖାନଙ୍କ ବଦଳରେ ସିଙ୍ଗର ମିକା ସିଂ ନଜର ଆସିବେ। ସଂକ୍ରମଣ କାରଣରୁ ଫରାହ ବର୍ତ୍ତମାନ କିଛି ଦିନ ପାଇଁ ସୁଟିଂରୁ ଦୂରରେ ରହିବେ। ତେବେ ଫରାହ ଖାନ୍ ‘ସୁପର ଡ୍ୟାନ୍ସର ୪’ର ସେଟ୍‌ରୁ ଶିଳ୍ପା ଶେଟ୍ଟୀ, କୋରିଓଗ୍ରାଫର୍ ଗୀତା କପୁର ଓ ଶୋ’ର ହୋଷ୍ଟ୍ ଋତ୍ୱିକ୍ ଧନଜାନୀ, ପରିତୋଷ ତ୍ରିପାଠୀଙ୍କ ସହ ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓରେ ଫରାହ ସେମାନଙ୍କ ସହ ଠୁମ୍‌କା ଦେଉଥିବା ଦେଖାଯାଆନ୍ତି।

ପ୍ରକାଶଥାଉ ଯେ ଫରାହ କୋଭିଡର ଦୁଇଟି ଯାକ ଟିକା ନେଇସାରିବାର ପାଖାପାଖି ୧ ମାସ ପରେ କମେଡୀ ଶୋ’ର ସୁଟିଂ ଆରମ୍ଭ କରିଥିଲେ। ବର୍ତ୍ତମାନ ଫରାହ ଛୋଟ ପରଦାରେ କିଛି ନା କିଛି ଶୋ’ରେ ଜଜ ଭାବେ ନଜର ଆସୁଛନ୍ତି। ପୂର୍ବରୁ ଫରାହ ଅନେକ ଶୋ’ର ହୋଷ୍ଟ ଓଅ ଜଜ୍ କରିସାରିଛନ୍ତି। ଫରାହ ଖାନ୍ ‘ବିଗ୍ ବସ୍‌’ରେ ହୋଷ୍ଟ ମଧ୍ୟ କରିଛନ୍ତି। ସେ ବିଗ୍‌ ବସ୍ର ଜଣେ ଜବରଦସ୍ତ ପ୍ରଶଂସକ।

Entertainment Farah Khan
Advertisment
Advertisment