/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627381446.jpg)
Samaresh and Tamanna
ଭୁବନେଶ୍ୱର : ଆଜିର ବ୍ୟସ୍ତ ବହୁଳ ଦୁନିଆରେ ଦୀର୍ଘ ସିରିଏଲ୍ ପ୍ରତି ଲୋକମାନେ ଧିରେ ଧିରେ ଦୂରେଇବାକୁ ବସିଲେଣି। ଏସବୁ ଜାଗାକୁ ପୂରଣ ପାଇଁ ସର୍ଟ ସିରିଜ୍ ପ୍ରସ୍ତୁତି ନେଇ ନିର୍ମାତାମାନେ ଆଗକୁ ଆସିଲେଣି। ଏହି କ୍ରମରେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଏମିତି ଏକ ନୂଆ ସର୍ଟ ୱେବ୍ ସିରିଜ୍, ଯାହାର ନାମ ରହିଛି ‘ଏତେ ଭଲ ପାଏ ତତେ’। ଏହି ସିରିଏଲ୍ଟି ଅଗଷ୍ଟ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଦର୍ଶକମାନେ ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୯ଟା ୩୦ରେ ଦେଖିବାର ସୁଯୋଗ ପାଇପାରିବେ। ଏହି ସିରିଏଲ୍ ଉଭୟ ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ପ୍ରସାରଣ ହେବ।
Also Read
ଏହି ସିରିଏଲ୍ଟି ଉଭୟ ପ୍ରେମ ଓ ପ୍ରତିଶୋଧର କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ବର୍ତ୍ତମାନ ସମୟର କଥା କହିବ। ଦର୍ଶକ ଏଥିରେ ମିଷ୍ଟ୍ରୀ ଓ ଥ୍ରୀଲର ପାଇବେ। କାହାଣୀଟି ଦୁଇ ବିପରୀତ ବ୍ୟକ୍ତିଙ୍କ ପ୍ରେମର କଥାକୁ ପରିବେଷଣ କରିବ। ସିରିଏଲ୍ଟିରେ ହଠାତ ଦୁଇ ବ୍ୟକ୍ତି ଯେଉଁମାନେ କି ପରସ୍ପର ଠାରୁ ଭିନ୍ନ ସଂଯୋଗବଶତଃ ପରସ୍ପରଙ୍କ ସଂସ୍ପର୍ଶରେ ଚାଲିଆସନ୍ତି। ସେମାନଙ୍କ ଭିତରେ ତିଆରି ହୋଇଯାଏ ଗଭୀର ପ୍ରେମ। ଦୁହେଁ ଏପରି ବନ୍ଧନରେ ବାନ୍ଧି ହୋଇଯାଆନ୍ତି ଯେ କେହି କାହା ବିନା ବଞ୍ଚି ପାରନ୍ତି ନାହିଁ। ତେଣୁ ଦର୍ଶକମାନେ ଏହି ସିରିଏଲରେ ଏକ ରୋମାଞ୍ଚକର ପ୍ରେମ କାହାଣୀ ପାଇ ପାରିବେ ଓ ସେମାନଙ୍କ କେମେଷ୍ଟ୍ରୀକୁ ନିଶ୍ଚିତ ପସନ୍ଦ କରିବେ। ସିରିଏଲଟି ମଧ୍ୟ ଗୋଟେ ବାପ-ଝିଅର ସଂପର୍କକୁ ନେଇ ଗତି କରିବ। ଝିଅର ମୁହଁରେ ହସ ଟିକିଏ ଦେଖିବା ପାଇଁ ବାପା ନିଜ ବ୍ୟବସାୟରେ କ୍ଷତି ସହିବାକୁ ମଧ୍ୟ ପଛାଏ ନାହିଁ। ଝିଅ ହିଁ ହେଉଛି ବାପାର ସବୁ କିଛି। ଗୋଟିଏ ବାପା ତା ଝିଅକୁ କେତେ ଭଲ ପାଏ, ଝିଅ ପାଇଁ କ’ଣ କ’ଣ କରିପାରେ ତାହା ଦର୍ଶକ ଏଥିରେ ପାଇବେ।
ଏହି ସର୍ଟ ୱେବ୍ ସିରିଜରେ ସମରେଶ ବାପା ଭୂମିକାରେ ଅଭିନୟ କରୁଥିବା ବେଳେ ତମନ୍ନା ତାଙ୍କ ଝିଅ ଭୂମିକାରେ ଅଛନ୍ତି। ଏହାଛଡା ଏଥିରେ ଜୟଜୀତ ମଧ୍ୟ ନଜର ଆସିବେ। ସିରିଏଲ୍ଟରେ ୨୪ଟି ଏପିସୋଡ୍ ଥିବା ବେଳେ ଶେଷ ପର୍ଯ୍ୟନ୍ତ ରହସ୍ୟରେ ଭରପୂର। ତେଣୁ ଦର୍ଶକେ ଏହାକୁ ମିସ୍ ନ କରି ଦେଖିବାର ସୁଯୋଗ ନିଅନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)