• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମୁମ୍ବାଇ : ‘କୋଇ ମେରେ ଦିଲ୍ ସେ ପୁଛେ’ ଫିଲ୍ମ ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିବା ଈଶା ଦେଓଲ ୨୦୧୨ରେ ବିବାହ ଓ ପରେ ମା ହେବା ପରେ ସିନେ ଦୁନିଆରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ। ବର୍ତ୍ତମାନ ଈଶା ପୁନର୍ବାର ଅଭିନୟ ଦୁନିଆକୁ ଫେରୁଛନ୍ତି। ଈଶା ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଏକ ଫିଲ୍ମର ମଧ୍ୟ ପ୍ରଯୋଜନା କରିଛନ୍ତି। ଏହାର ଟାଇଟଲ ‘ଏକ ଦୁଆ’ ଥିଲା। ଏହାର ପ୍ରିମିୟର ମଧ୍ୟ ଓଟିଟି ପ୍ଲାଟ୍‌ଫର୍ମରେ ହୋଇଥିଲା।

Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା

ପ୍ରକାଶଥାଉ ଯେ ‘ଏକ ଦୁଆ’ରେ ଈଶା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିକଟରେ ଏକ ସାକ୍ଷାତକାରରେ ସେ ଡିଜିଟାଲ ସ୍ପେସ୍, ଫିଟ୍‌ନେସ୍ ଓ ଅନ୍ୟ ବିଷୟକୁ ନେଇ କଥା ହୋଇଛନ୍ତି। ସେ କହିଛନ୍ତି ଯେ ଆଜିକାଲିର ସମୟରେ ମତେ ଯଦି ଡେବ୍ୟୁ କରିବାକୁ ହୋଇଥାନ୍ତା ତେବେ ମୁଁ ନିଶ୍ଚିତ ଏକ ଆକ୍ସନ ଫିଲ୍ମ ହିଁ ବାଛିଥାନ୍ତି।

Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ

ଓଟିଟି ପ୍ଲାଟ୍‌ଫର୍ମର ଲୋକପ୍ରିୟତାକୁ ନେଇ ସେ କହିଛନ୍ତି ଯେ ଏ କ୍ଷେତ୍ରରେ ମଧ୍ୟ କାମର କମ ନାହିଁ। ଏହି କ୍ଷେତ୍ରକୁ ମଧ୍ୟ ଯେ କେହି ବାଛି ପାରିବ ବୋଲି ସେ କହିଛନ୍ତି। ଈଶା ତାଙ୍କର ଏକ ପୁରୁଣା ସ୍ମୃତିକୁ ମଧ୍ୟ ମନେପକେଇଛନ୍ତି ଯେତେବେଳେ ତାଙ୍କ ମା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଏ କ୍ଷେତ୍ରରେ କିଛି ଅଦ୍ଭୁତ କାମ କରିଥିଲେ।

Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ

ଈଶା ଦେଓଲ୍ ଆହୁରି କହିଛନ୍ତି ଯେ ଓଟିଟି ପ୍ଲାଟ୍‌ଫର୍ମ ଫଳଫୁଲରେ ଭରା ଓ ଏଥିରେ ଆଗକୁ ଅଧିକ ସୁଯୋଗ ମଧ୍ୟ ଅଛି। ଆପଣ ଯେଉଁପ୍ରକାର କାମ କରୁଛନ୍ତି ଏହାକୁ ମଧ୍ୟ ବାଛି ପାରିବେ। ଏହା ଅଭିନେତାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ଏକ ନୂଆ ଯୁଗ ନେଇକି ଆସିଛି। ମତେ ଲାଗୁଛି ଏଠି କିଛି ଭଲ କାମ ହେଉଛି। ଯଦି ନାରୀକୈନ୍ଦ୍ରୀକ ଫିଲ୍ମ କଥା ଉଠେ, ତେବେ ମୋ ମା ମଧ୍ୟ ବହୁତ ଭଲ ନାରୀକୈନ୍ଦ୍ରୀକ ଫିଲ୍ମ କରିଛନ୍ତି। ଏନେଇ ମତେ ଲାଗୁଛି ଯେ ଓଟିଟିରେ ଅନେକ ବିବିଧତା ରହିଛି। ଏନେଇ ଏହା ଖୁବ ଭଲ।

Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ

ପ୍ରକାଶଥାଉ ଯେ ‘କୋଇ ମେରେ ଦିଲ୍ ସେ ପୁଛେ’ ଫିଲ୍ମ ପାଇଁ ଈଶା ଦେଓଲଙ୍କୁ ଫିଲ୍ମଫେୟାର୍ ବେଷ୍ଟ୍ ଫିମେଲ୍ ଡେବ୍ୟୁ ପୁରସ୍କାର ମିଳିଥିଲା। ଏହା ପରେ ସେ ‘ନା ତୁମ୍ ଜାନୋ ନା ହମ’, ‘ଧୁମ୍’ ଓ ‘କାଲ୍’ରେ ମଧ୍ୟ ସେ କାମ କରିଛନ୍ତି। ଈଶା ଦେଓଲ ତାଙ୍କର ଡିଜିଟାଲ୍ ଡେବ୍ୟୁ ଅଜୟ ଦେବଗନଙ୍କ ଆଗାମୀ ସିରିଜ୍ ‘ରୁନ୍ଦ୍ର : ଦ ଏଜ୍ ଅଫ୍ ଡାର୍କନେସ୍’ରୁ ଆରମ୍ଭ କରିବାକୁ ଯାଉଛନ୍ତି।

Esha Deol excited about digital debutଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ

ଦୀର୍ଘ ସମୟ ଧରି ସିନେ ଦୁନିଆରୁ ଉଭାନ ଥିବା ଈଶା ଦେଓଲ୍ ଏହି ୱେବ୍ ସିରିଜ୍‌ରୁ ଅଭିନୟ ଦୁନିଆକୁ ଫେରୁଛନ୍ତି। ଏହି ସିରିଜ୍‌ରେ ଈଶା ଅଜୟ ଦେବଗନଙ୍କ ପ୍ରେମିକା ଭୂମିକାରେ ନଜର ଆସିବେ।

Other Stories

  • soumya and Bidyabharti
    Crime ସୌମ୍ୟ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ୍ !

    ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

  • Chilika MLA Prashant Jagddeb
    Crime ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

    ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

  • India-Nepal Railway
    National ଭାରତର ପ୍ରତ୍ୟେକ ସହରକୁ କାଠମାଣ୍ତୁକୁ ଗଡିବ ଟ୍ରେନ୍!

    ଭାରତ ଏବଂ ନେପାଳ ମଧ୍ୟରେ ରେଳ ଯୋଗାଯୋଗ ପାଇଁ ଏକ ନୂଆ ପ୍ରସ୍ତାବ ଗୃହୀତ ହୋଇଛି। ନିକଟରେ ଭାରତର ରକ୍ସୋଲ ଠାରୁ ନେପାଳର କାଠମାଣ୍ଡୁ ଯାଏଁ ରେଳ ଚଳାଚଳ ନେଇ ଏକ ବୈଠକ ବଅସିଥିଲା। ଯେଉଁଥିରେ ଭାରତ ନେପାଳ...

  • Sunny Leone dances on Madhuban Mein Radhika
    Entertainment ଭାଇରାଲ ହେଲା ସନ୍ନୀ ଲିଓନଙ୍କ ନୂଆ ଭିଡିଓ

    ସନ୍ନୀ ଲିଓନ୍ ବଲିଉଡର ଜଣେ ନାମୀଦାମି ଅଭିନେତ୍ରୀ। ସେ ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବେଳେ ନିଜ ପ୍ରଶଂସକମାନଙ୍କ ସହିତ ନିଜର ଷ୍ଟାଇଲିସ୍ ଫଟୋ ଓ ମଜ୍ଜାଳିଆ ଭିଡିଓ ମଧ୍ୟ ଶେୟାର କରନ୍ତି। ନିକଟରେ ସେ...