• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମୁମ୍ବାଇ : ସିଦ୍ଧାର୍ଥ ଶୁଳ୍କାଙ୍କ ମୃତ୍ୟୁ ଖାଲି ଯେ କେବଳ ତାଙ୍କ ପରିବାରକୁ ଦୁଃଖ ଦେଇଛି ତାହା ନୁହେଁ ବରଂ ତାଙ୍କ ପ୍ରଶଂସକ ଓ ବନ୍ଧୁମାନଙ୍କୁ ମଧ୍ୟ ଗଭୀର ମର୍ମାହତ କରିଛି। ନିଜର କଥାବର୍ତ୍ତା ଓ ଅଭିନୟରେ ଲୋକଙ୍କ ହୃଦୟ ଜିତି ପାରୁଥିବା ସିଦ୍ଧାର୍ଥଙ୍କ ମୃତ୍ୟୁରେ ଟିଭି ତାରକାମାନେ ବହୁର ଦୁଃଖରେ ଥିବା ଦେଖାଯାଏ। ନିକଟରେ ବିଗ୍ ବସ୍ ୧୪ର ପ୍ରତିଯୋଗୀ ଥିବା ଇଜାଜ୍ ଖାନ୍ ଅଭିନେତାଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ୍‌ ସେୟାର କରି ଅଭିନେତାଙ୍କୁ କ୍ଷମା ମାଗିଛନ୍ତି।

ଦୁଃଖ ପ୍ରକାଶ କରି ଏଜାଜ ଖାନ ଲେଖିଛନ୍ତି ଯେ “ମୁଁ ଟୋକନ ଗେଶ୍ଚରେ ବିଶ୍ୱାସ କରେ ନାହିଁ। ମୁଁ ତୁମ ସହିତ କିଛି କଥା ହେବାକୁ ଥିଲା, ଚାହେଁ ଯାହା ଅଧୁରା ରହିଗଲା। ବର୍ତ୍ତମାନ ମୁଁ ଏହା କିପରି କହିବି ବୁଝିପାରୁ ନାହିଁ। ପ୍ରଥମେ ମୁଁ ତୁମକୁ କ୍ଷମା ମାଗିବାକୁ ଚାହୁଁଛି। ମୁଁ ତୁମକୁ ଫୋନ କରିବାକୁ କିମ୍ବା ଭେଟିବାକୁ ଚେଷ୍ଟା କଲି ନାହିଁ। ଏହାର କାରଣ କ’ଣ ଜାଣି ନାହିଁ। ବୋଧହୁଏ ମୁଁ ମୋର କାମରେ ବ୍ୟସ୍ତ ଥିଲି। ମୁଁ ଭାବିଲି ଦୁହେଁ କୋଉଠି ନ କୋଉଠି ତ ନିଶ୍ଚୟ ଭେଟାଭେଟି ହୋଇଯିବା। ବର୍ତ୍ତମାନ ମୁଁ ଜାଣେ ନାହିଁ ଏଥିପାଇଁ ମୁଁ ନିଜକୁ କିପରି କ୍ଷମା କରିବି।”

ସିଦ୍ଧାର୍ଥ ଶୁକ୍ଲାଙ୍କୁ ସ୍ମରଣକରି ସେ ଆହୁରି ଲେଖିଥିଲେ ଯେ “ସେଠାରେ ବିଗ୍ ବସ୍ ଘରେ ତୁମକୁ ପ୍ରେମ ହୋଇଯାଇଥିଲା ଭାଇ। ମୁଁ ମୋ ଜୀବନରେ କାହାକୁ ଏତେ ଘନିଷ୍ଠ ଭାବରେ ଦେଖି ନାହିଁ। କେବଳ ତୁମେ ମୋତେ ବିଗ୍ ବସ୍ ଘରେ ବହୁତ ଭଲ ଭାବରେ ବୁଝିଥିଲ। ତୁମର ନୀତି, ତୁମର ଖୋଲା କଥା, ସବୁ କଥାରେ ତୁମର ଜିଦ୍… ଏହିସବୁ କଥାରେ ତୁମେ ଶିଖଉଥିଲ ଯେ ତୁମେ ଜିତିବା ପର୍ଯ୍ୟନ୍ତ ହାର ନାହିଁ। ନିଜ କାମକୁ ସବୁବେଳେ ନିଜ ପଦ୍ଧତିରେ ହିଁ ବୁଝୁଥିଲ।”

Ejjaj Khanଏଜାଜ ଖାନ୍

ଏଜାଜ ଖାନ ଆହୁରି ଏକ ଭାରି ହୃଦୟରେ ଲେଖିଛନ୍ତି ଯେ “ତୁମେ ମୋତେ ବୁଝାଇବା ଉଚିତ ଯେ ଚରିତ୍ରର ଶକ୍ତି କେତେ ଗୁରୁତ୍ୱପୂର୍ଣ୍ଣ। ତୁମର ସତ୍ୟକୁ ଅନ୍ୟ କାହା ସାମ୍ନାରେ ରଖିବା ଏବଂ ତା’ପରେ ଏହାକୁ ନିଶ୍ଚିତ କରାଇବା, ତୁମ ପରି ଆଉ କେହି ହୋଇପାରନ୍ତି ନାହିଁ। ମୁଁ ଚେଷ୍ଟା କଲି । ଧନ୍ୟବାଦ ଭାଇ…”

ସେ ତାଙ୍କ ପୋଷ୍ଟରେ ଆହୁରି ବି ଲେଖିଛନ୍ତି, “ତୁମକୁ ଯେତିକି ଭଲ ପାଉଥିଲି ଆହୁରି ସେତିକି ଭଲ ପାଇବା ନେଇ ମନ କଛୁଥିଲା। ଏହି ଜୀବନରେ, ଗୋଟିଏ ବୟସ ପରେ କୌଣସି ଭଲ ବନ୍ଧୁତା ମିଳେ ନାହିଁ କାରଣ କାହା ସହିତ ଏତେ ସମୟ ଅତିବାହିତ କରିବାର ସୁଯୋଗ ମିଳେ ନାହିଁ। କିନ୍ତୁ ମତେ ଏହି ସମ୍ମାନ ମିଳିଥିଲା ଯେ ତୁମକୁ ଖାଦ୍ୟ, ସାଲାଡ ଓ ପ୍ରୋଟିନ୍ ସେକ୍ କେତେ ଭଲ ଲାଗେ, ତୁମେ କିପରି ବ୍ୟାୟାମ କରୁଥିଲ ଏବଂ କେଉଁ ଗୀତ ଆପଣଙ୍କର ପ୍ରିୟ ଥିଲା ମୁଁ ଜାଣିଥିଲି। ତୁମେ ସତରେ ଅଦ୍ଭୁତ।”

“ମୋ ପ୍ରେରଣାରେ ତୁମେ ମୋର ଭାଇ। ମୋର ଆଦର୍ଶ। ତୁମେ ଥରେ ମତେ ଯେଉଁ କଥା କହିଥିଲ, ଏଥିରୁ ଏବେ ବି ମୁଁ ଶକ୍ତି ପାଏ। ମୁଁ କଥା ଦେଉଛି ତୁମର ସ୍ମୃତି ଆଉ ଶିକ୍ଷାକୁ ହୃଦୟରେ ରଖିବି। ତୁମେ ମୋ ଜୀବନରେ ଆସିଥିବାରୁ ଧନ୍ୟବାଦ।”