Advertisment

ଡାର୍ଟି ପିକ୍‌ଚର୍ କରିବାକୁ କାହିଁକି ଡରୁଥିଲେ ବିଦ୍ୟା ବାଲାନ

ଡାର୍ଟି ପିକ୍‌ଚର୍‌ରେ ବିଦ୍ୟା ବାଲାନ୍‌ ଯେଉଁ ବୋଲ୍ଡନେସ୍ ଦେଖେଇଥିଲେ ତାହା ତାଙ୍କ ପରିଚୟକୁ ବଦଳେଇ ଦେଇଥିଲା। ସେ ତାଙ୍କ ବୋଲ୍ଡ ଅବତାରରେ ଦର୍ଶକଙ୍କ ହୃଦୟକୁ ଥରେଇ ଦେଇଥିଲେ। କିନ୍ତୁ ଏହି ସବୁ ଦୃଶ୍ୟ କରିବାକୁ ସେ ଡରୁଥିଲେ। କାହିଁକି ଜାଣନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Dirty Picture completed 10 years

Dirty Picture completed 10 years

ମୁମ୍ବାଇ : ବଲିଉଡର ଜଣେ ଦକ୍ଷ କଳାକାର ଭାବେ ବିଦ୍ୟା ବାଲାନ ବେଶ ପରିଚିତ। ୧୦ ବର୍ଷ ପୂର୍ବେ ପରଦାରେ ବିଦ୍ୟା ଯେତିକି ବୋଲ୍ଡନେସ୍ ଦେଖେଇଲେ ତାହାକୁ ନେଇ ସିନେ ନିର୍ମାତାଙ୍କ ଭାବନା ବଦଳିଯାଇଥିଲା। ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ବାୟୋପିକ୍ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ କୁହାଯାଏ ଯେ ବୋଲ୍ଡ ସିନ୍‌ କାରଣରୁ ଫିଲ୍ମକୁ କୁବେନରେ ନିଷିଦ୍ଧ କରାଯାଇଥିଲା।

Advertisment
Dirty Picture completed 10 yearsଡାର୍ଟି ପିକ୍‌ଚର୍ କରିବାକୁ କାହିଁକି ଡରୁଥିଲେ ବିଦ୍ୟା ବାଲାନ

ବିଦ୍ୟା ବାଲାନ, ନାସିରୁଦ୍ଦିନ ଶାହ ଓ ଇମରାନ ହାଶ୍ମୀ ଅଭିନୀତ ଏହି ଫିଲ୍ମ ହେଉଛି ‘ଦ ଡାର୍ଟି ପିକ୍‌ଚର୍’ । ୨୦୧୧ ଡିସେମ୍ବର ୨ରେ ଏହି ଫିଲ୍ମ ପରଦା ଉପରକୁ ଆସିଥିଲା ଓ ଦର୍ଶକଙ୍କ ହୋସ୍ ଉଡେଇଥିଲା।

ବାଲାଜୀ ମୋସନ୍ ପିକ୍ଚର୍ସ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମରେ ତୁଷାର କପୁର, ଅଞ୍ଜୁ ମହେନ୍ଦ୍ରୁ ମଧ୍ୟ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ଏକ ଚମତ୍କାର ସଂଳାପ ଥିଲା ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। ଏହା ହେଉଛି “ଫିଲ୍ମ କେବଳ୍ ତିନୋଟି ଜିନିଷକୁ ନେଇ ଚାଲେ, ତାହା ହେଉଛି ଏଣ୍ଟର୍‌ଟେନ୍‌ମେଣ୍ଟ୍, ଏଣ୍ଟର୍‌ଟେନ୍‌ମେଣ୍ଟ୍, ଏଣ୍ଟର୍‌ଟେନ୍‌ମେଣ୍ଟ୍। ଆଉ ମୁଁ ହେଉଛି ଗୋଟିଏ ଏଣ୍ଟର୍‌ଟେନ୍‌ମେଣ୍ଟ୍।” କିନ୍ତୁ ଏହି ଦୃଶ୍ୟକୁ କରିବା ନେଇ ବିଦ୍ୟାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା।

Advertisment

ଫିଲ୍ମ 'ଦ ଡାର୍ଟି ପିକ୍‌ଚର୍'ରେ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ପରଦା ପଛର କାହାଣୀ ଦେଖାଇବାକୁ ଚେଷ୍ଟା କରାଯାଇଥିଲା। ଏହି ଫିଲ୍ମରେ ବିଦ୍ୟା ବାଲାନ୍ ସିଲ୍କ ସ୍ମିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ବିଦ୍ୟାଙ୍କ ବଳିଷ୍ଠ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା। ବଲିଉଡ ଶିଳ୍ପରେ ବିଦ୍ୟା ଜଣେ ଏଭଳି ଅଭିନେତ୍ରୀ ଯିଏ ତାଙ୍କ ଚଳଚ୍ଚିତ୍ର ଜୀବନରେ ଅନେକ ପ୍ରକାରର ପରୀକ୍ଷଣ କରିଛନ୍ତି, କିନ୍ତୁ ଏହି ଚଳଚ୍ଚିତ୍ର କରିବା ତାଙ୍କ ପାଇଁ ସହଜ ନ ଥିଲା।

ବିଦ୍ୟା ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ 'ଦ ଡାର୍ଟି ପିକ୍‌ଚର୍'ରେ ସବୁଠାରୁ କଷ୍ଟକର ଭୂମିକା ଅଟେ। କାରଣ ଜଣେ ଅଭିନେତ୍ରୀ ଭାବରେ ସିଲ୍କ ଏବଂ ମୋ ମଧ୍ୟରେ ବହୁତ ପାର୍ଥକ୍ୟ ଥିଲା। ମୁଁ ଡରିଯାଇଥିଲି। ମୁଁ ନିଜକୁ କହିଥିଲି ଯେ ଯଦି ଏହି ଭୂମିକାକୁ ଖୁଲମଖୁଲା ଭାବେ ନ କରି ପାରୁଛ ତେବେ ତାହା ନ କରିବା ଭଲ। କାରଣ ସିଲ୍କ ହିଁ ସେମିତି ଜଣେ ଅଭିନେତ୍ରୀ ଥିଲେ। କିନ୍ତୁ ଉପରବାଲାଙ୍କୁ ଧନ୍ୟବାଦ ଯେ ମତେ ଏହି ଭୂମିକା ପାଇଁ ବହୁତ ଭଲ ପାଇବା ମିଳିଛି।

Dirty Picture completed 10 yearsଡାର୍ଟି ପିକ୍‌ଚର୍‌ରେ ବିଦ୍ୟା ବାଲାନ୍‌ ଓ ନାସିରୁଦ୍ଦିନ୍ ଶାହ

ବିଦ୍ୟା ବାଲାନ 'ଅନୁପମ ଖେର ଶୋ'ରେ ଏହି ଚଳଚ୍ଚିତ୍ରର ଅଫର ସହ ଜଡିତ ଏକ କାହାଣୀ କହିଥିଲେ। ବିଦ୍ୟା କହିଥିଲେ ଯେ ଫିଲ୍ମ 'ପରିଣିତା' ପରେ ମିଲାନ ଲୁଥରିଆ ମୋ ସହ କାମ କରିବାକୁ ଚାହୁଁଥିଲେ। ସେ ମୋ ପାଖକୁ ଆସି ଫିଲ୍ମର ନାମ 'ଦ ଡାର୍ଟି ପିକ୍‌ଚର୍'ରେ ହେବ ବୋଲି କହିଥିଲେ। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଗଲି, ତା’ପରେ ତାଙ୍କୁ ପଚାରିଥିଲି ଯେ ତୁମେ କ’ଣ ପ୍ରକୃତରେ ମୋ ସହିତ ଏହି ଫିଲ୍ମ କରିବାକୁ ଚାହୁଁଛ।

ସେ କହିଥିଲେ, ଯେ ହଁ ମୁଁ ନିଶ୍ଚିତ ଯେ ମୁଁ ତୁମ ସହିତ ଏହି ଫିଲ୍ମ କରିବାକୁ ଚାହୁଁଛି। ମୁଁ ପଚାରିଲି ତେବେ ଏନେଇ ମୁଁ କାହିଁକି? ସେ କହିଥିଲେ ଯେ ଫିଲ୍ମ ଶେଷ ହେବା ପରେ ମୁଁ କହିବି ଯେ କେବଳ ତୁମେ କାହିଁକି? ମୁଁ ସ୍ଲିଭଲେସ୍ ମଧ୍ୟ ପିନ୍ଧେ ନାହିଁ ଏବଂ ଏହି ଫିଲ୍ମରେ ସ୍ଲିଭ୍ ହିଁ ନ ଥିଲା।

Dirty Picture completed 10 yearsଡାର୍ଟି ପିକ୍‌ଚର୍‌ରେ ବିଦ୍ୟା ବାଲାନ୍‌

ଏହି ଫିଲ୍ମକୁ ହଁ କହିବା ପାଇଁ ବିଦ୍ୟା ପ୍ରାୟ ଏକ ମାସ ସମୟ ନେଇଯାଇଥିଲେ। ସେ ତାଙ୍କ ପିତାମାତାଙ୍କଠାରୁ ମଧ୍ୟ ପରାମର୍ଶ ନେଇଥିଲେ। ସେମାନଙ୍କର ସବୁଜ ସଙ୍କେତ ପାଇବା ପରେ ହିଁ ସେ ଏହି ଫିଲ୍ମ କରିଥିଲେ। ଯେତେବେଳେ ଫିଲ୍ମ ରିଲିଜ୍ ହେଲା, ବିଦ୍ୟା ନିଜର ବୋଲ୍ଡନେସ ଓ ଦମଦାର ସଂଳାପ ସହିତ ପରଦାରେ ଯେଉଁ ଯାଦୁ ଦେଖେଇଲେ ତାହାକୁ ଦର୍ଶକେ ୧୦ ବର୍ଷ ପରେ ମଧ୍ୟ ଭୁଲି ପାରି ନାହାନ୍ତି। ଫିଲ୍ମକୁ ୧୦ ବର୍ଷ ପୂରିଥିବା ବେଳେ ବିଦ୍ୟା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ଭିଡିଓ ଶେୟାର କରିଛନ୍ତି।

ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମିଲନ୍ ଲୁଥରିଆ ବିଦ୍ୟାଙ୍କ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ଏହି ଅଫର୍ ଦେଇଥିଲେ। କିନ୍ତୁ ଫିଲ୍ମର କାହାଣୀ ଶୁଣିବା ପରେ କଙ୍ଗନା ସିଧା ମନା କରିଦେଇଥିଲେ। ଏକ ସାକ୍ଷାତକାରରେ, ଯେତେବେଳେ କଙ୍ଗନାଙ୍କୁ ପଚରାଯାଇଥିଲା ଯେ ସେ ଏହି ଚଳଚ୍ଚିତ୍ର ନ କରିଥିବାରୁ ଦୁଃଖିତ କି? କଙ୍ଗନା କହିଥିଲେ, “ପ୍ରକୃତରେ ନା, ମତେ ଲାଗୁଛି ଯେ ମୁଁ ଏହି ଫିଲ୍ମକୁ ବିଦ୍ୟା ବାଲାନଙ୍କ ଅପେକ୍ଷା ଭଲ କରିପାରି ନ ଥାନ୍ତି। ସେ ଏଥିରେ ବହୁତ ଭଲ କାମ କରିଥିଲେ।” ବେଳେବେଳେ ମୁଁ ଅନୁଭବ କରେ ଯେ ମୁଁ ଏହି ଚଳଚ୍ଚିତ୍ରରେ ସେହି ସମ୍ଭାବନାକୁ ଦେଖିପାରି ନ ଥିଲି, ତେବେ ଏହାକୁ ଅସ୍ୱୀକାର କରିବା ପାଇଁ ମୋର କୌଣସି ଦୁଃଖ ନାହିଁ।

ଚଳଚ୍ଚିତ୍ରର ସଂଳାପ ଏବଂ ଗୀତଗୁଡ଼ିକ ଏତେ ସୁପର୍‌ହିଟ୍ ହୋଇଥିଲା ଯେ ଲୋକଙ୍କ ସ୍ମରଣରେ ଆଜିଯାଏ ବି ରହିଯାଇଛି। ଲୋକେ ଆଜି ବି ବାପ୍ପି ଦା’ଙ୍କ 'ଉ ଲା ଲା ... ଉ ଲା ଲା' ଗୀତରେ ନାଚି ଉଠନ୍ତି।

Bollywood
Advertisment
Advertisment