Advertisment

ଦିଲ୍ ଲୁଟୁଛି 'ଦିଲ୍‌ ଲୌଟା ଦୋ'

ନିଜ ରୋମାଣ୍ଟିକ୍ ସ୍ୱରର ଅନ୍ଦାଜରେ ଲୋକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ର ଜଣାଶୁଣା ଗାୟକ ଜୁବିନ୍ ନୌଟିୟାଲଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ବଲିଉଡକୁ ଅନେକ୍ ହିଟ୍ ଗୀତ ଭେଟି ଦେଇଥିବା ଜୁବିନ୍ ବର୍ତ୍ତମାନ ତାଙ୍କର ନୂଆ ଗୀତ ‘ଦିଲ୍ ଲୌଟା ଦୋ’ ନେଇ ଆସିଛନ୍ତି।

author-image
Pramod Behera
ଦିଲ୍ ଲୁଟୁଛି 'ଦିଲ୍‌ ଲୌଟା ଦୋ'

Dil Lauta Do

ମୁମ୍ବାଇ : ନିଜ ରୋମାଣ୍ଟିକ୍ ସ୍ୱରର ଅନ୍ଦାଜରେ ଲୋକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ର ଜଣାଶୁଣା ଗାୟକ ଜୁବିନ୍ ନୌଟିୟାଲଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ବଲିଉଡକୁ ଅନେକ୍ ହିଟ୍ ଗୀତ ଭେଟି ଦେଇଥିବା ଜୁବିନ୍ ବର୍ତ୍ତମାନ ତାଙ୍କର ନୂଆ ଗୀତ ‘ଦିଲ୍ ଲୌଟା ଦୋ’ ନେଇ ଆସିଛନ୍ତି। ଏହି ଗୀତ ଇଣ୍ଟରନେଟ୍‌ରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। କଥା କଣ କି ଏହି ଗୀତଟି ଜୁଲାଇ ୨୮ ଅର୍ଥାତ୍ ଆସନ୍ତା କାଲି ରିଲିଜ୍ ହେବାର ଥିଲା। କିନ୍ତୁ ଏହାର ନିର୍ମାତା ଲୋକଙ୍କୁ ସର୍ପାଇଜ୍ ଦେବା ନେଇ ଗୋଟିଏ ଦିନ ପୂର୍ବରୁ ରିଲିଜ୍ କରିଦେଇଛନ୍ତି।

Advertisment

ଜୁବିନ୍ ନୌଟିୟାଲ ଓ ପାୟଲ ଦେବଙ୍କ ଦ୍ୱାରା ଗୀତ 'ଦିଲ ଲୌଟା ଦୋ' ବୋଲା କରାଯାଇଛି। ଗୀତର କାହାଣୀ ନିଶ୍ଚିତ ଭାବରେ ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ। କିଛି ଘଣ୍ଟା ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ଗୀତଟି ଏ ପର୍ଯ୍ୟନ୍ତ(ଖବର ଲେଖା ହେବା ଯାଏ) ୪ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ବର୍ତ୍ତମାନ ଏହା ୟୁଟ୍ୟୁବ୍‌ର ଟ୍ରେଣ୍ଡ୍‌ ତାଲିକାରେ ଏକ ନମ୍ବରରେ ରହିଛି। ଏହି ଗୀତଟି ପାୟଲ ଦେବଙ୍କ ଦ୍ୱାରା କମ୍ପୋଜ୍ ହୋଇଥିବା ବେଳେ କୁନାଲ ବର୍ମାଙ୍କ ଦ୍ୱାରା ଲେଖାଯାଇଛି। ଏହି ଗୀତଟିକୁ ଲେହର ବିଭିନ୍ନ ପାହାଡ ପର୍ବତ ଘେରା ପ୍ରାକୃତିକ ପରିବେଶରେ ସୁଟିଂ କରାଯାଇଛି।

Advertisment

ଏହି ମ୍ୟୁଜିକ୍ ଭିଡିଓରେ ପ୍ରଥମ ଥର ପାଇଁ ସନ୍ନି କୌଶଲ ଓ ସାୟାମି ଖେର ଏକାଠି ନଜର ଆସିଛନ୍ତି। ଭୂଷଣ କୁମାରଙ୍କ ଟି-ସିରିଜ୍‌ରେ ମୁକ୍ତିଲାଭ କରିଥିବା ଏହି ଗୀତକୁ ଦର୍ଶକମାନେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି। ଏହାର ରିଲିଜ୍ ଉପରେ ସୂଚନା ଦେଇ ଗାୟକ ଜୁବିନ୍ ନୌଟିୟାଲ୍ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ଏହି ଟ୍ରାକ୍‌ର ମଧୁରତାକୁ ଲୋକେ ଯୁଗ ଯୁଗ ଧରି ସ୍ମରଣରେ ରଖିବେ। ଆପଣମାନେ ମଧ୍ୟ #Dil Lauta Do ଗୀତର ସୁନ୍ଦର ଲିରିକ୍ସରେ ନିଜକୁ ସାମିଲ କରନ୍ତୁ। ଏହି ଗୀତ ରିଲିଜ୍ ହୋଇଛି। ବର୍ତ୍ତମାନ ଟ୍ୟୁନ୍ କରନ୍ତୁ।”

Entertainment Dil Lata Do
Advertisment
Advertisment