• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୨୫ ଲକ୍ଷର ପୁରଷ୍କାର ରାଶି ଜିତିଲେ ଦିବ୍ୟା ଅଗ୍ରୱାଲ

ମୁମ୍ବାଇ: ସମସ୍ତଙ୍କୁ ପଛରେ ପକାଇ ଦିବ୍ୟା ଅଗ୍ରୱାଲ ହେଲେ ବିଗ୍‌ ବସ୍ ଓଟିଚିର ବିଜେତା । ବିଜେତା ଭାବେ ଦିବ୍ୟା ଅଗ୍ରୱାଲଙ୍କୁ ଟ୍ରଫି ସହ ୨୫ ଲକ୍ଷର ପୁରଷ୍କାର ରାଶି ପ୍ରଦାନ କରାଯାଇଛି । ପ୍ରତିଯୋଗିତାରେ ନିଶାନ୍ତ ଭଟ୍ଟ ପ୍ରଥମ ରନର୍ସ ଅଫ୍ ହୋଇଥିବା ବେଳେ ଓ ସମିତା ସେଟ୍ଟି ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି । ଦିବ୍ୟା ପ୍ରତିଯୋଗିତାର ଆରମ୍ଭରୁ ନିଜକୁ ଏକ ଦୃଢ ସ୍ଥିତିରେ ରଖିଥିଲେ, ଯଦିଓ ତାଙ୍କୁ ବେଳେବେଳେ ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡୁଥିଲା । ପ୍ରଥମେ ସେ ଶୋ’ରେ କାହା ସହିତ ବିଶେଷ  କନେକସନ୍ ହୋଇ ପାରିନଥିଲେ । ଏହି କାରଣରୁ ସେ ପ୍ରଥମ ଦିନରୁ ଶୋ' ରୁ ବେଘର୍ ହେବା ପାଇଁ ମନୋନିତ କରାଯାଇଥିଲା ।

first winner of Bigg Boss OTTFirst winner of Bigg Boss OTT

ବିଗ୍‌ ବସ୍ ଓଟିଟିର ଟ୍ରଫି ଜିତିବା ପରେ ଦିବ୍ୟା ତାଙ୍କର ମନକଥା କହିଛନ୍ତି । ସେ କହିଛନ୍ତି ଯେ ବିଗବସ୍ ଜିତିବା ତାଙ୍କର ସ୍ୱପ୍ନ ଥିଲା ,ଯାହା ଆଜି ପୂରଣ ହୋଇଛି । ବିଗବସ୍ ଓଟିଟିର ଅଗଷ୍ଟ ୮ରେ ଆରମ୍ଭ ହୋଇଥିବା ବେଳେ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ଶୋ' ର ହୋଷ୍ଟ କରିଥିଲେ । ଶୋ' ର ଫିନାଲେ ଅବସରରେ ଅଭିନେତା ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା ଶୋ' ରେ କରଣ ଜୋହରଙ୍କ ସାଥ୍ ଦେଇଥିଲେ । ଶୋ' ରେ ଟ୍ରଫି ଜିତିବା ପାଇଁ ୫ ଜଣ ଫାଇନାଲିଷ୍ଟ ଥିଲେ । ସମିତା ସେଟ୍ଟୀ,ଦିବ୍ୟା ଅଗ୍ରୱାଲ,ରାକେଶ ୱାପତ୍,ପ୍ରତୀକ ସହଜପାଲ ଓ ନିଶାନ୍ତ ଭଟ୍ଟ ଫାଇନାଲିଷ୍ଟ ଭାବେ ରହିଥିଲେ । ପ୍ରତୀକ ସହଜପାଲ ନିଜକୁ ଫାଇନାଲରୁ ବାହାର କରିନେଇଥିଲେ ।

ଦିବ୍ୟା ଆଗ୍ରୱାଲ

ଦିବ୍ୟାଙ୍କ ପାଇଁ ବିଗ୍‌ ବସ୍ ଓଟିଟି ହେଉଛି ତୃତୀୟ ରିଆଲିଟି ଶୋ' । ଏହାପୂର୍ବରୁ ସେ ଏମ୍ ଟିଭିରେ Ace of Space ଶୋ'ର ପ୍ରଥମ ସିଜନର ବିଜେତା ହୋଇଥିଲେ । ଏହାପରେ ସେ ଏମ୍ ଟିଭି ସ୍ପ୍ଲିଟ୍ସଭିଲ୍ଲାରେ ରନର୍ ଅପ୍ ହୋଇଥିଲେ । ଦିବ୍ୟା ବିଗବସ୍ ହାଉସରେ ଭଲ ସଂପର୍କ ତିଆରି କରିଥିଲେ ମଧ୍ୟ ସମିତା ସେଟ୍ଟୀଙ୍କ ସହ ତାଙ୍କର କିଛି କାରଣରୁ ମତାନ୍ତର ହୋଇଥିଲା । ଦିବ୍ୟଙ୍କର ବାକି ସଦସ୍ୟଙ୍କ ସହିତ ସଂପର୍କ ଭଲ ରହିଥିଲା ।