Advertisment

ବିଗ୍ ବସ୍ ଓଟିଟିରେ ରାଗିଲେ ଦିବ୍ୟା ଅଗ୍ରୱାଲ

ବିଗ୍ ବସ୍ ଓଟିଟିରେ ଦିବ୍ୟା ଅଗ୍ରୱାଲଙ୍କୁ କରଣ ଜୋହରଙ୍କ ଭୟଙ୍କର ରୂପ ସାମ୍ନା କରିବାକୁ ପଡିଥିଲା। କରଣ ଜୋହର ଦିବ୍ୟା ଅଗ୍ରୱାଲଙ୍କ ଉପରେ ଶମିତା ଶେଟ୍ଟୀ ଏବଂ ନେହା ଭାସିନଙ୍କୁ ନେଇ ଆଡୁସାଡୁ କହିଥିବା ଅଭିଯୋଗ କରିଥିଲେ । ଏହା ପରେ ଦିବ୍ୟା ଅଗ୍ରୱାଲ ଓ ଶମିତା ଶେଟ୍ଟୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ଏବଂ ବର୍ତ୍ତମାନ ସେମାନଙ୍କର ବନ୍ଧୁତା ଭାଙ୍ଗିବା ଉପରେ ଅଛି।

author-image
Pramod Behera
ବିଗ୍ ବସ୍ ଓଟିଟିରେ ରାଗିଲେ ଦିବ୍ୟା ଅଗ୍ରୱାଲ

Divya Agarwal

ମୁମ୍ବାଇ : ବିଗ୍ ବସ୍ ଓଟିଟିର ପ୍ରଥମ 'ସଣ୍ଡେ କା ୱାର୍' ବହୁତ ଧମାକାଦାର ଥିଲା। ଗୋଟିଏ ପଟେ ଶୋ’ରେ ଯେଉଁଠାରେ ବିଗ୍ ବସ୍ ୧୩ର ଲୋକପ୍ରିୟ ଯୋଡି ସିଦ୍ଧାର୍ଥ ଶୁକ୍ଲା ଓ ଶହନାଜ୍ ଗିଲ ଘରକୁ ଏଣ୍ଟ୍ରି କଲେ ଏବଂ ଅନ୍ୟପଟେ ଶୋ’ର ହୋଷ୍ଟ୍‌ କରଣ ଜୋହର ପ୍ରତିଯୋଗୀମାନଙ୍କ ସହ ଜମେଇକି କ୍ଲାସ ନେଇଥିଲେ। ଦିବ୍ୟା ଅଗ୍ରୱାଲଙ୍କୁ ମଧ୍ୟ କରଣ ଜୋହରଙ୍କ ଭୟଙ୍କର ରୂପ ସାମ୍ନା କରିବାକୁ ପଡିଥିଲା। କରଣ ଜୋହର ଦିବ୍ୟା ଅଗ୍ରୱାଲଙ୍କ ଉପରେ ଶମିତା ଶେଟ୍ଟୀ ଏବଂ ନେହା ଭାସିନଙ୍କୁ ନେଇ ଆଡୁସାଡୁ କହିଥିବା ଅଭିଯୋଗ କରିଥିଲେ । ଏହା ପରେ ଦିବ୍ୟା ଅଗ୍ରୱାଲ ଓ ଶମିତା ଶେଟ୍ଟୀଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ଏବଂ ବର୍ତ୍ତମାନ ସେମାନଙ୍କର ବନ୍ଧୁତା ଭାଙ୍ଗିବା ଉପରେ ଅଛି।

Advertisment
ଦିବ୍ୟା ଅଗ୍ରୱାଲ

ଏହାକୁ ନେଇ ଦିବ୍ୟା ନିଜର ସଫେଇ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ମଝିରେ ଶମିତା ଶେଟ୍ଟୀଙ୍କ ସହ ଝଗଡା ହେବାକୁ ଲାଗିଲା। ଦିବ୍ୟାଙ୍କ କହିବା କଥା, ଯଦି ସେ କାହାକୁ ବନ୍ଧୁ କରନ୍ତି, ତେବେ ସେ ଏହାକୁ ଜୀବନସାରା ପାଇଁ କରନ୍ତି। ଯଦି ଏହି ବନ୍ଧୁତ୍ୱରେ କୌଣସି ଭୁଲ୍‌ ବୁଝାମଣା ଦେଖାଦିଏ, ତେବେ ସେ ମଧ୍ୟ ଏହାକୁ କ୍ଲିଅର କରିଦେବାକୁ ଚେଷ୍ଟା କରନ୍ତି। ଏହା ପରେ ଦିବ୍ୟା କହିଛନ୍ତି ଯେ “ମୋତେ କେହି ପ୍ରଭାବିତ କରିପାରିବେ ନାହିଁ। ଭଗବାନ ମଧ୍ୟ ମୋର ଚିନ୍ତାଧାରାକୁ ପରିବର୍ତ୍ତନ କରିପାରିବେ ନାହିଁ।”

Advertisment

ଏହାକୁ ନେଇ ଶମିତା ସିଦ୍ଧାର୍ଥଙ୍କୁ କୁହନ୍ତି ଯେ “ସେ କ’ଣ କହୁଛନ୍ତି ତାହା କ’ଣ ସେ ନିଜେ ବୁଝିପାରୁଛନ୍ତି। କରଣ ତାଙ୍କୁ କ’ଣ କହିଲେ ଆଉ ସେ କ’ଣ କହୁଛନ୍ତି।” ଏହା ପରେ ଦିବ୍ୟା ରାଗିକି ନାଲି ପଡିଯାଉଥିବା ଦେଖାଯାଆନ୍ତି। ଶମିତାଙ୍କ କଥାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଦିବ୍ୟା କୁହନ୍ତି ଯେ “ସଲମାନ ଖାନ ଏବଂ କରଣ ଜୋହର ମଧ୍ୟ ତାଙ୍କ ମତ ବଦଳାଇ ପାରିବେ ନାହିଁ।”

ଯେତେବେଳେ ସିଦ୍ଧାର୍ଥ ଶୁକ୍ଲା ଦିବ୍ୟାଙ୍କୁ ପଚାରିଲେ ତାଙ୍କର କିଛି କହିବାର ଅଛି କି, ସେତେବେଳେ ଦିବ୍ୟା ସିଦ୍ଧାର୍ଥଙ୍କୁ କହିଥିଲେ ଯେ ସେ କଣ ଏହା ସ୍ପଷ୍ଟ କରିପାରିବେ ଯେ ସେ ଭୋଜପୁରୀ ଇଣ୍ଡଷ୍ଟ୍ରି ବିରୋଧରେ କେବେ କିଛି କହି ନାହାଁନ୍ତି। ଏପିସୋଡ୍ ବେଳେ, ଶହନାଜ୍ ନେହାଙ୍କୁ ଗିଦ୍ଧା କରିବାକୁ ଅନୁରୋଧ କରିଥିଲେ, ଯାହାକି ଏକ ପଞ୍ଜାବୀ ଲୋକ ନୃତ୍ୟ। ଏହା ପରେ ଘରର ସମସ୍ତ ସଦସ୍ୟ ଏହି ନୃତ୍ୟରେ ଯୋଗ ଦିଅନ୍ତି। ଶହନାଜ ପ୍ରତୀକ ସହଜପାଲ, ଅକ୍ଷରା ସିଂ ଏବଂ ନିଶାନ୍ତ ଭଟ୍ଟଙ୍କ ସମେତ ଅନ୍ୟ କେତେକ ପ୍ରତିଯୋଗୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

Shamita Shetty Neha Bhasin Divya Agarwal
Advertisment
Advertisment