Advertisment

ଧର୍ମେନ୍ଦ୍ର ଚାହୁଁ ନ ଥିଲେ, ଈଶା ଅଭିନେତ୍ରୀ ହେଉ ବୋଲି

ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ଅଭିନୟ ବଦଳରେ ପ୍ରଡ୍ୟୁସର୍ ହୋଇ ନିଜ ଯାତ୍ରା ଆରମ୍ଭ କରିଦେଇଛନ୍ତି। ସେ ତାଙ୍କ ସ୍ୱାମୀ କେ ଭରତ ତଖତାନୀଙ୍କ ସହ ଏକ ପ୍ରଡକ୍ସନ୍ ହାଉସ୍ ଲଞ୍ଚ କରିଛନ୍ତି, ଯାହାର ନାମ ରହିଛି ‘ବିଇଏଫ୍’ ଆର୍ଥାତ ‘ଭରତ ଈଶା ଫିଲ୍ମସ୍’। ‘ବିଇଏଫ୍’ ବ୍ୟାନରରେ ପ୍ରଥମ ଫିଲ୍ମ 'ଏକ ଦୁଆ' ମଧ୍ୟ ଓଟିଟି ପ୍ଲାଟ୍‌ଫର୍ମ ବୁଟ୍‌ ସଲେକ୍ଟରେ ମୁକ୍ତିଲାଭ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
ଧର୍ମେନ୍ଦ୍ର ଚାହୁଁ ନ ଥିଲେ, ଈଶା ଅଭିନେତ୍ରୀ ହେଉ ବୋଲି

Dharmendra and Esha

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ଅଭିନୟ ବଦଳରେ ପ୍ରଡ୍ୟୁସର୍ ହୋଇ ନିଜ ଯାତ୍ରା ଆରମ୍ଭ କରିଦେଇଛନ୍ତି। ସେ ତାଙ୍କ ସ୍ୱାମୀ କେ ଭରତ ତଖତାନୀଙ୍କ ସହ ଏକ ପ୍ରଡକ୍ସନ୍ ହାଉସ୍ ଲଞ୍ଚ କରିଛନ୍ତି, ଯାହାର ନାମ ରହିଛି ‘ବିଇଏଫ୍’ ଆର୍ଥାତ ‘ଭରତ ଈଶା ଫିଲ୍ମସ୍’। ‘ବିଇଏଫ୍’ ବ୍ୟାନରରେ ପ୍ରଥମ ଫିଲ୍ମ 'ଏକ ଦୁଆ' ମଧ୍ୟ ଓଟିଟି ପ୍ଲାଟ୍‌ଫର୍ମ ବୁଟ୍‌ ସଲେକ୍ଟରେ ମୁକ୍ତିଲାଭ କରିଛି। ତାଙ୍କର ଏହି ନୂଆ ଯାତ୍ରା ପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ନିକଟରେ ତାଙ୍କର ପ୍ରଥମ ଫିଲ୍ମ ସହିତ ସେ ତାଙ୍କ ବାପା ଧର୍ମେନ୍ଦ୍ରଙ୍କ ବିଷୟରେ କିଛି ଚମକେଇଲା ଭଳି ଖୁଲାସା କରିଛନ୍ତି। ସେ ତାଙ୍କ ପିତାଙ୍କୁ ସମ୍ବେଦନଶୀଳ ଏବଂ ରକ୍ଷଣଶୀଳ ବୋଲି କହିଛନ୍ତି।

Advertisment

ନିକଟରେ ଇଶା ଦେଓଲ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ବାପା ତଥା ବଲିଉଡ୍‌ର ଦିଗ୍‌ଜ ଅଭିନେତା ଧର୍ମେନ୍ଦ୍ର ଚାହୁଁ ନ ଥିଲେ ଯେ ଈଶା ବଲିଉଡରେ ପ୍ରବେଶ କରନ୍ତୁ ବୋଲି। ଇଣ୍ଡିଆନ୍ ଏକ୍ସପ୍ରେସ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ “ବାପା ଚାହୁଁ ନ ଥିଲେ ଯେ ମୁଁ ଫିଲ୍ମରେ କାମ କରେ ବୋଲି। ସେ କହୁଥିଲେ ଯେ ସେ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ରକ୍ଷଣଶୀଳ।” ଈଶା କହିଛନ୍ତି ଯେ ତାଙ୍କ ଅନୁଯାୟୀ ଝିଅମାନେ ଏହି ଦୁନିଆ (ଇଣ୍ଡଷ୍ଟ୍ରି) ଠାରୁ ଦୂରରେ ରହିବା ଉଚିତ, କାରଣ ସେ ଏହାକୁ ସୁରକ୍ଷା ଦୃଷ୍ଟିରେ ଦେଖୁଥିଲେ। ସେ ବୋଧହୁଏ ଏହା ଅନୁଭବ କରିଥିଲେ, କାରଣ ସେ ଭଲ ଭାବରେ ଜାଣିଥିଲେ ଯେ ଆମ ଶିଳ୍ପ କିପରି କାମ କରେ। କିନ୍ତୁ ଆମେ ଏହାକୁ ଭଲ ଭାବରେ ମ୍ୟାନେଜ୍ କରିଥିଲୁ।

Advertisment

ଏହି କଥାକୁ ହେମା ମାଳିନୀ ମଧ୍ୟ କହିଥିଲେ। ଥରେ କପିଲ ଶର୍ମାଙ୍କ ସୋ’ରେ ହେମା ପ୍ରକାଶ କରିଥିଲେ ଯେ ଧର୍ମେନ୍ଦ୍ର ଈଶାଙ୍କୁ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିଲେ, ଯେତେବେଳେ କି ତାଙ୍କ ଦୁଇ ପୁଅ ସନ୍ନି ଦେଓଲ ଓ ବବି ଦେଓଲ ପୂର୍ବରୁ ଫିଲ୍ମରେ କାମ କରୁଥିଲେ।

ତାଙ୍କ ଫିଲ୍ମ 'ଏକ ଦୁଆ' କୁ ନେଇ ସେ କହିଛନ୍ତି ଯେ “ମୋତେ ଏକ ଅଭିନେତ୍ରୀ ଭାବରେ ‘ଏକ ଦୁଆ’ ଅଫର ଦିଆଯାଇଥିଲା। କିନ୍ତୁ ମୁଁ ଯେତେବେଳେ ଏହାର ସ୍କ୍ରିପ୍ଟ ପଢିଲି, ସେତେବେଳେ ମୋତେ ଅଲଗା ଲାଗିଲା। କାହାଣୀ ମୋ ହୃଦୟକୁ ପୂରା ଛୁଇଁଗଲା। ମୁଁ ଜଣେ ଖାଲି ଅଭିନେତ୍ରୀ ନୁହେଁ ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ଚଳଚ୍ଚିତ୍ରର ଅଂଶ ହେବାକୁ ଚାହୁଁଥିଲି। ମୁଁ ଏହି ଫିଲ୍ମର ପ୍ରଡ୍ୟୁସର୍ ହେବାକୁ ଚିନ୍ତା କଲି। ତେଣୁ ଜଣେ ନିର୍ମାତା ଭାବରେ ଏହା ମୋର ପ୍ରଥମ ପ୍ରୋଜେକ୍ଟ ହେଲା।

Entertainment Dharmendra Deol Esha Deol
Advertisment
Advertisment