Advertisment

ହସ୍ପିଟାଲରେ ଦୀପିକା ପାଦୁକୋନ : ମା’ ହେବା ନେଇ ଆଶା

ବଲିଉଡର ସବୁଠାରୁ ପ୍ରେମୀ ଦମ୍ପତି ହେଲେ ଦୀପିକା ପାଦୁକୋନ ଓ ରଣବୀର ସିଂ। ଏହି ଦୁଇ ପ୍ରେମୀ ଯୁଗଳ ନଭେମ୍ବର ୨୦୧୮ରେ ଇଟାଲୀରେ ଏକ ଗ୍ରାଣ୍ଡ୍‌ ଡେଷ୍ଟିନେସନ୍ ବିବାହ କରି ପରସ୍ପରର ହାତ ଧରିଥିଲେ। ସୋସିଆଲ ମିଡିଆରେ ଉଭୟ ଦୀପିକା ଏବଂ ରଣବୀରଙ୍କର ଅନେକ ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ସେମାନଙ୍କ ବିଷୟରେ ପ୍ରତ୍ୟେକ ଦିନ କିଛି ନା କିଛି ଜାଣିବାକୁ ଆଗ୍ରହୀ।

author-image
Pramod Behera
ହସ୍ପିଟାଲରେ ଦୀପିକା ପାଦୁକୋନ : ମା’ ହେବା ନେଇ ଆଶା

Deepika and Ranveer

ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରେମୀ ଦମ୍ପତି ହେଲେ ଦୀପିକା ପାଦୁକୋନ ଓ ରଣବୀର ସିଂ। ଏହି ଦୁଇ ପ୍ରେମୀ ଯୁଗଳ ନଭେମ୍ବର ୨୦୧୮ରେ ଇଟାଲୀରେ ଏକ ଗ୍ରାଣ୍ଡ୍‌ ଡେଷ୍ଟିନେସନ୍ ବିବାହ କରି ପରସ୍ପରର ହାତ ଧରିଥିଲେ। ସୋସିଆଲ ମିଡିଆରେ ଉଭୟ ଦୀପିକା ଏବଂ ରଣବୀରଙ୍କର ଅନେକ ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ସେମାନଙ୍କ ବିଷୟରେ ପ୍ରତ୍ୟେକ ଦିନ କିଛି ନା କିଛି ଜାଣିବାକୁ ଆଗ୍ରହୀ। ଯେତେବେଳେ ଦୀପିକା ତାଙ୍କ ସ୍ୱାମୀ ରଣବୀରଙ୍କ ସହ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ପହଞ୍ଚିଥିଲେ, ସେତେବେଳେ ପ୍ରଶଂସକଙ୍କ ଆଶା ବଢିଯାଇଥିଲା। ତେବେ ସୋସିଆଲ୍ ମିଡିଆରେ ଫଟୋ ଦେଖିବା ପରେ ଲୋକମାନେ ଅନୁମାନ କରୁଛନ୍ତି ଯେ ବୋଧହୁଏ କିଛି ଖୁସୀ ଖବର ଶୀଘ୍ର ମିଳିପାରେ।

Advertisment

ବିରଲ ଭୟାନି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦୀପିକା ପାଦୁକୋନ ଓ ରଣବୀର ସିଂ ଏକ କାର୍‌ରେ ବସିଥିବାର ନଜର ଆସିଛନ୍ତି। ଦୀପିକା ଧଳା ରଙ୍ଗର ମାସ୍କ ପିନ୍ଧିଥିବା ବେଳେ ରଣବୀର ନାଲି ରଙ୍ଗର ମାସ୍କ ପିନ୍ଧିଛନ୍ତି ଓ ଉଭୟ କଳା ଚଷମା ପିନ୍ଧିଥିବା ନଜର ଆସିଛନ୍ତି।

ମା ହେବେ କି ଦୀପିକା ପାଦୁକୋନ

ଏହି ଫଟୋ ସେୟାର କରି ବିରଲ କ୍ୟାପସନରେ ଲେଖିଛନ୍ତି ଯେ “ଏହି ଦମ୍ପତିଙ୍କ ଫଟୋ ଆଜି ଖାରର ହିନ୍ଦୁଜା ହସ୍ପିଟାଲ ବାହାରେ ନିଆଯାଇଛି, ଆଶା କରୁଛି ସବୁ ଠିକ୍ ହୋଇଯିବ।” ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା କରିବା ଆରମ୍ଭ କରିଦେଇଛନ୍ତି। ଦୀପବୀରଙ୍କ ପ୍ରଶଂସକମାନେ ନିରନ୍ତର ମନ୍ତବ୍ୟ ଦେଇ ଉଭୟ ଡାକ୍ତରଖାନାରେ ପହଞ୍ଚିବାର କାରଣ ଜାଣିବାକୁ ବ୍ୟାକୁଳ ହୋଇପଡିଛନ୍ତି।

Advertisment

ଏହି ପୋଷ୍ଟ୍‌ ଉପରେ ମନ୍ତବ୍ୟ ଦେଇ ପ୍ରଶଂସକମାନେ ନିରନ୍ତର ଅନୁମାନ କରୁଛନ୍ତି ଯେ ଦୀପିକା ପାଦୁକୋନ ଗର୍ଭବତୀ ଅଛନ୍ତି। କେହି କେହି କମେଣ୍ଟାରେ ଲେଖିଛନ୍ତି ଯେ, “ଲାଗୁଛି ଦୀପିକା ଗର୍ଭବତୀ ଅଛନ୍ତି”। ଅନ୍ୟଜଣେ ଲେଖିଛନ୍ତି ଯେ “ପୁଅ ସବୁ ଠିକ ଅଛି, ନୂଆ ସିଂ ଆସୁଛନ୍ତି, ପ୍ରସ୍ତୁତ କର”, ଆଉଜଣେ ଆଉ ଦୁଇ ପାଦ ଆଗକୁ ଯାଇ କହିଛନ୍ତି ଯେ ଦୀପିକା ଗର୍ଭବତୀ ଏବଂ ନିୟମିତ ରୁଟିନ୍ ଚେକ୍ ପାଇଁ ଡାକ୍ତରଖାନା ଆସିଛନ୍ତି। ଏହା ସହିତ ପ୍ରଶଂସକମାନେ ଉଭୟଙ୍କୁ ଜୋରଦାର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏପରିକି ଅନେକ ଲୋକ ଏହାକୁ ସାଧାରଣ ଭାବେ ଡାକ୍ତରଖାନା ଯିବା କହିଛନ୍ତି।

ଦୀପିକା ପାଦୁକୋନ୍‌ଙ୍କ କାମର କଥା ଉଠିଲେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ୍'ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଦୀପିକାଙ୍କୁ ପ୍ରଥମ ଥର ପାଇଁ ଆକ୍ସନ୍ ଦୃଶ୍ୟ କରୁଥିବା ଦେଖିବାକୁ ମିଳିବ। ଏଥିପାଇଁ ସେ ତାଲିମ ମଧ୍ୟ ନେଉଛନ୍ତି।

Deepika Padukone Ranveer Singh Bollywood
Advertisment
Advertisment