Advertisment

କଙ୍ଗନାଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କୁ ଝଟ୍‌କା। ଗୀତିକାର ଜାଭେଦ ଅଖତର୍‌ଙ୍କ ଦ୍ୱାରା ଦାୟର କରାଯାଇଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିବା ଲାଗି କଙ୍ଗନା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kangana Ranaut

Kangana Ranaut

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ପଙ୍ଗା କ୍ୱିନ୍ କଙ୍ଗନା ରଣୱତଙ୍କୁ ଝଟ୍‌କା। ଗୀତିକାର ଜାଭେଦ ଅଖତର୍‌ଙ୍କ ଦ୍ୱାରା ଦାୟର କରାଯାଇଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିବା ଲାଗି କଙ୍ଗନା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ପରେ ଅଭିନେତ୍ରୀ କଙ୍ଗନା ଜାଭେଦଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ଏନେଇ ଜାଭେଦ, କଙ୍ଗନାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ। 

Advertisment

ଏକ ଟିଭି ସାକ୍ଷାତକାରରେ କଙ୍ଗନା ତାଙ୍କ ବିରୋଧରେ ଅପମାନଜନକ ଓ ଭିତ୍ତିହୀନ ମନ୍ତବ୍ୟ ଦେଇଥିଲେ ବୋଲି ଜାଭେଦ ଅଭିଯୋଗ ଆଣିଥିଲେ। ଏନେଇ ଗତବର୍ଷ ନଭେମ୍ବରରେ ଅନ୍ଧେରୀ ମେଟ୍ରୋପୋଲିଟନ୍‌ ମାଜିଷ୍ଟ୍ରେଟଙ୍କ ନିକଟରେ କଙ୍ଗନାଙ୍କ ବିରୋଧରେ ଜାଭେଦ ଅଖତର୍‌ ଅପରାଧିକ ଅଭିଯୋଗ କରିଥିଲେ। ଏହାକୁ ରଦ୍ଦ କରିବା ପାଇଁ କଙ୍ଗନା କୋର୍ଟରେ ଆବେଦନ କରିଥିଲେ। ହେଲେ କଙ୍ଗନାଙ୍କ ଏହି ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଜାଭେଦ ଅଖତର୍‌ ଆଣିଥିବା ଅଭିଯୋଗ ଓ ଏକ ଟିଭି ସାକ୍ଷାତକାରରେ ଜାଭେଦଙ୍କ ବିରୋଧରେ କଙ୍ଗନା ଦେଇଥିବା ଅପମାନଜନକ ମନ୍ତବ୍ୟ ଉପରେ ପୋଲିସ୍‌ ତଦନ୍ତ ପାଇଁ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଜାଭେଦଙ୍କ କାଉନସିଲ୍‌ କୋର୍ଟଙ୍କୁ କହିଥିଲେ। 

Advertisment

ସୂଚନାଥାଉ କି, କଙ୍ଗନାଙ୍କ ବିରୋଧରେ ଜାଭେଦ ଆଣିଥିବା ଅଭିଯୋଗର ତଦନ୍ତ କରିବାକୁ ୨୦୨୦ ଡିସେମ୍ବରରେ କୋର୍ଟ ଜୁହୁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଙ୍ଗନାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା ଓ ଚଳିତ ବର୍ଷ ଫେବୃଆରୀରେ ତାଙ୍କୁ ସମନ କରାଯାଇଥିଲା। 

Kangana Ranaut Bombay High Court Javed Akhtar
Advertisment
Advertisment