• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜେଲରେ ରାଜ କୁନ୍ଦ୍ରା ।

  • ରିମାଣ୍ଡରେ ନେଇଛି ମୁମ୍ପାଇ ପୋଲିସ ।

  • କୁନ୍ଦ୍ରାଙ୍କ ବିରୋଧରେ ବଢ଼ୁଛି ଅଭିଯୋଗ ଫର୍ଦ୍ଦ ।

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ମୋବାଇଲ ଆପ୍ ମାଧ୍ୟମରେ ବିତରଣ । ଏଭଳି ସାଂଘାତିକ ଅଭିିଯୋଗକୁ ନେଇ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ପର୍ନୋଗ୍ରାଫିକ୍ ଫିଲ୍ମ ରାକେଟ୍‌ର ରାଜ୍‌ଙ୍କ ସଂପୃକ୍ତି ନେଇ ପର୍ଯ୍ୟାପ୍ତ ପ୍ରମାଣ ଥିବା କହିଛନ୍ତି ମୁମ୍ବାଇ ପୋଲିସ କମିଶନର ।

ଗତ ଫେବ୍ରୁଆରୀ ମାସରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚରେ ରୁଜୁ ମାମଲା ଆଧାରରେ ରାଜ୍‌ଙ୍କୁ ଗିରଫ କରାଯାଇଛି । ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଆଗୁଆ ଜାମିନ ଆବେଦନ କରିଥିଲେ ମଧ୍ୟ ରାଜ୍‌ଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କହିଛନ୍ତି ମୁମ୍ବାଇ ପୋଲିସ କମିଶନର ହେମନ୍ତ ନାଗ୍ରାଲେ । ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଅନ୍ୟ ଏକ ମାମଲାର ତଦନ୍ତ ବେଳେ ସାମନାକୁ ଆସିଥିଲା ରାଜ୍ କୁନ୍ଦ୍ରାଙ୍କ ନାଁ ।

ଅଶ୍ଳୀଳ ଫିଲ୍ମ ସୁଟ୍ କରି ଏହାକୁ ନିଜ ୱେବସାଇଟ୍‌ରେ ଅପଲୋଡ୍ କରିବା ନେଇ ଅଭିନେତ୍ରୀ ଗେହନା ବଶିଷ୍ଟଙ୍କୁ ଗିରଫ କରିବା ସହ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା ମୁମ୍ବାଇ ପୋଲିସ । ଏହି ଫିଲ୍ମ ନିର୍ମାଣ ଓ ବିତରଣରେ ଏକ ବ୍ରିଟିଶ୍ ପ୍ରଡକ୍ସନ କଂପାନୀ କେନ୍‌ରିନ୍‌ର ସଂପୃକ୍ତି ଥିବା ତଦନ୍ତରୁ ଜଣାପଡିଥିଲା । କଂପାନୀର କାର୍ଯ୍ୟନିର୍ବାହୀ ଉମେଶ କାମଥ, ରାଜ୍‌ଙ୍କ ପୂର୍ବତନ କର୍ମଚାରୀ ହୋଇଥିବା ବେଳେ ଏଥିରେ ରାଜ କୁନ୍ଦ୍ରାଙ୍କର ମଧ୍ୟ ଅଂଶଧନ ଥିବା ସୂଚନା ମିଳିଛି । ସେହିପରି ବିତରକ ସଂସ୍ଥା କେନ୍‌ରିନ୍‌ର ମାଲିକ ପ୍ରଦୀପ ବକ୍ସିଙ୍କ ସହ ରାଜ୍ କୁନ୍ଦ୍ରାଙ୍କ ହ୍ୱାଟ୍‌ସଆପ୍‌ ଚାଟ୍‌ରୁ ଲକ୍ଷ ଲକ୍ଷ ଟଙ୍କାର ନେଣଦେଣ ନେଇ ସୁରାକ୍ ମିଳିଛି ।

ଅଶ୍ଳୀଳ ଫିଲ୍ମ ସୁଟିଂ ଓ ଏହାକୁ ନିଜ ୱେବ୍‌ସାଇଟରେ ଅପଲୋଡ୍ କରିବା ନେଇ ପୂର୍ବରୁ ଅଭିନେତ୍ରୀ ଗେହନା ବଶିଷ୍ଟଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।   ସେହିପରି ବଳପୂର୍ବକ ଅଶ୍ଳୀଳ ଫିଲ୍ମ ସୁଟିଂ କରାଇବା ନେଇ ମଧ୍ୟ ତାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଥିଲେ ଜଣେ ୨୪ ବର୍ଷୀୟ ମଡେଲ୍ । ତାଙ୍କ ବିନା ଅନୁମତିରେ ଗେହନା ଏହି ଫିଲ୍ମ ସୁଟିଂ କରିଥିବା ଦାବି କରିବା ସହ ସେ ଗଣଦୁଷ୍କର୍ମ ଅଭିଯୋଗ ବି ଆଣିିଥିଲେ । ଏପଟେ ରାଜ୍ କୁନ୍ଦ୍ରା ଗିରଫ ହେବା ପରେ ମୁହଁ ଖୋଲିଛନ୍ତି ଆଉ ଜଣେ ଯୁବତୀ । ଅଶ୍ଳୀଳ ଫିଲ୍ମରେ ଅଭିନୟ ଲାଗି ତାଙ୍କୁ କୁନ୍ଦ୍ରାଙ୍କ କଂପାନି ତରଫରୁ ପ୍ରଲୋଭିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ରାଜ୍ କୁନ୍ଦ୍ରାଙ୍କ ଗିରଫଦାରି ପରେ ତାଙ୍କର ଏକ ପୁରୁଣା ଟୁଇଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ପର୍ଣ୍ଣ ଓ ପ୍ରୋଷ୍ଟିଚ୍ୟୁସନ୍‌କୁ ତୁଳନା କରି ପର୍ଣ୍ଣ କାହିଁକି ଆଇନସମ୍ମତ ବୋଲି କୁନ୍ଦ୍ରା ପ୍ରଶ୍ନ କରିଥିଲେ ଓ ଲେଖିଥିଲେ ଯେ ଅଭିନେତା କ୍ରିକେଟ୍ ଖେଳୁଛନ୍ତି, କ୍ରିକେଟର୍ ରାଜନୀତି କରୁଛନ୍ତି, ରାଜନେତା ପର୍ଣ୍ଣ ଦେଖୁଛନ୍ତି ଓ ପର୍ଣ୍ଣଷ୍ଟାରମାନେ ଅଭିନୟକୁ ଆସୁଛନ୍ତି ବୋଲି ଲେଖାଥିଲା । ୨୦୧୩ରେ ରାଜ୍‌ଙ୍କ ନାଁରେ ଆଇପିଏଲ୍ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ମଧ୍ୟ ଆସିଥିଲା । ସେ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲ୍ସର ଅଂଶୀଦାର ଥିଲେ ମଧ୍ୟ, ମ୍ୟାଚ୍ ଫିକସିଂ ଅଭିଯୋଗକୁ ନେଇ ପୋଲିସ ତାଙ୍କୁ ପଚରାଉଚରା କରିଥିଲା ।