Advertisment

ଭିଡିଓ ଶେୟାର କଲେ ବିଗ୍ ବି, ଭାବୁକ ହୋଇଗଲେ ଅଭିଷେକ

ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି ବିଗ ବି ଅମିତାଭ ବଚ୍ଚନ । ନିକଟରେ ପୁଅ ଅଭିଷେକ ବଚ୍ଚନଙ୍କୁ ନେଇ ଏକ କବିତା ମାଧ୍ୟମରେ ସେ ଏକ ଭିଡ଼ିଓ ଶେୟାର କରିଛନ୍ତି । ପ୍ରେମ ଓ ବିଶ୍ୱାସରେ ଭରା ଏହି ଭିଡ଼ିଓ ଦେଖିବା ପରେ ଅଭିଷେକ ବଚ୍ଚନ ଭାବୁକ ହୋଇ ପଡିଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Amitabh Bachchan shares video

Amitabh Bachchan shares video

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ଜଣେ ଦକ୍ଷ ଅଭିନେତା ସହ ଜଣେ ଆଦର୍ଶ ପିତା ମଧ୍ୟ । ସେ ବହୁ ସମୟରେ ନିଜ ପିତା ପ୍ରସିଦ୍ଧ କବି ହରିବଂଶ ରାୟ ବଚ୍ଚନଙ୍କୁ ମନେପକାନ୍ତି । ପାରିବାରିକ ମୂଲ୍ୟବୋଧ ଉପରେ ବିଶ୍ୱାସ କରୁଥିବା ଅମିତାଭ ବଚ୍ଚନ ନିଜ ପୁଅ ଓ ଝିଅଙ୍କୁ ମଧ୍ୟ ସେହି ସଂସ୍କାର ଦେଇଛନ୍ତି ।ସବୁ ପିତା ଭଳି ସେ ମଧ୍ୟ ନିଜ ପୁଅ ଠାରୁ କିଛି ଆଶା ରଖିଛନ୍ତି ଏବଂ ବେଳେବେଳେ ସେ ତାଙ୍କୁ ଗାଇଡ଼ ମଧ୍ୟ କରନ୍ତି ।

Advertisment

ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିବା ବିଗ ବି ଏକ କବିତା ପଢି ଅଭିଷେକଙ୍କ ଉପରେ ଭରସା ଦର୍ଶାଇଛନ୍ତି।  କବିତା ଶୁଣି ଅଭିଷେକ ଭାବୁକ ହୋଇଯାଇଛନ୍ତି । ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କବିତା ପଢ଼ୁଥିବା ନଜର ଆସିଛନ୍ତି ।

ଭିଡିଓ ସେୟାର କରି ବିଗ ବି ପ୍ରେମ ଓ ବିଶ୍ୱାସରେ ଭରା ନିଜ ପିତା ହରିବଂଶ ରାୟ ବଚ୍ଚନଙ୍କ ପଂକ୍ତି କ୍ୟାପ୍ସନରେ ଲେଖିଛନ୍ତି, ‘ମୋ ପୁଅ, ପୁଅ ହେବାରୁ ମୋର ଉତ୍ତରାଧିକାରୀ ହେବନାହିଁ । ଯିଏ ମୋର ଉତ୍ତରାଧିକାରୀ ହେବ ସେ ମୋ ପୁଅ ହେବ। ମୋ ପୁଅ, ମୋ ଉତ୍ତରାଧିକାରୀ ମୋ ଅଭିମାନ।’ ପିତାଙ୍କ ଏହି ପଂକ୍ତି ଶୁଣି ଅଭିଷେକ ବଚ୍ଚନ ଉତ୍ତର ଦେଇଛନ୍ତି, ସ୍ପିଚଲେସ, ଥାଙ୍କ ୟୁ ପାପା । ଏସବୁ ମୋ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ।

Advertisment
Amitabh and AbhisekAmitabh and Abhisek

ଅଭିଷେକ ଅମିତାଭ ବଚ୍ଚନଙ୍କ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରି ବିଗ ବିଙ୍କ ଅନ୍ଦାଜରେ ନିଜ ଜେଜେବାପା ହରିବଂଶ ରାୟ ବଚ୍ଚନଙ୍କ କବିତା ‘ଅଗ୍ନିପଥ’କୁ କୋଟ କରି ରିପ୍ଲାଏ ଦେଇଛନ୍ତି, ଆଉ କଣ ଦରକାର। କିନ୍ତୁ 'ତୁ ନା ଥକେଗା କଭୀ, ତୁ ନା ରୁକେଗା କଭୀ, ତୁ ନା ମୁଡେଗା କଭୀ, କର ଶପଥ, କର ଶପଥ, କର ଶପଥ, ଅଗ୍ନିପଥ, ଅଗ୍ନିପଥ, ଅଗ୍ନିପଥ' ।

ସୂଚନା ଅନୁସାରେ ଅମିତାଭ ବଚ୍ଚନ ଅଭିଷେକଙ୍କ ଆଗାମୀ ଚଳଚ୍ଚିତ୍ର ( Bob Biswas) ବବ୍ ବିଶ୍ୱାସ ଉପରେ ଏହି ଭିଡିଓଟି କବିତା ମାଧ୍ୟମରେ ସେୟାର କରିଛନ୍ତି। କାହାନି ସ୍ପିନ୍ ଅଫ୍ ଟାଇଟଲ୍ ଭୂମିକାରେ ଅଭିଷେକ ବଚ୍ଚନ ଏଥିରେ ଅଭିନୟ କରଛନ୍ତି ।

Amitabh Bachchan Bollywood
Advertisment
Advertisment