Advertisment

ରଣବୀର ଓ ଅନୁଷ୍କାଙ୍କ ଗୀତକୁ ଦେଶୀ ମୋଡ ଦେଲେ ବାଦଶାହ

ବାଦଶାହ ହେଉଛନ୍ତି ବଲିଉଡର ସେହି ରାପର୍ ଯିଏ ଆମକୁ ରାପ୍‌କୁ ଭଲ ପାଇବା ନେଇ ଶିଖେଇଛନ୍ତି। ପୂର୍ବରୁ ବାଦଶାହ ବଲିଉଡକୁ ଅନେକ ମହାନ ପାର୍ଟି ଗୀତ ଦେଇଛନ୍ତି। ତାଙ୍କର 'ତାରିଫା', 'ଗେନ୍ଦା ଫୁଲ', 'ଗର୍ମି', 'ଡିଜେ ୱାଲେ ବାବୁ', 'କାଲା ଚଶ୍ମା', 'ଲଡ୍‌କି କର ଗଇ ଚୁଲ' ଭଳି ଅନେକ ଗୀତ ଅଛି, ଯାହା ବାଜିଲା ମାତ୍ରେ ଯୁବକମାନେ ନିଜକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ। ଏହି ଗୀତଗୁଡିକ ସମସ୍ତଙ୍କ ପାଦକୁ ନଚେଇ ଦେବ।

author-image
Pramod Behera
ରଣବୀର ଓ ଅନୁଷ୍କାଙ୍କ ଗୀତକୁ ଦେଶୀ ମୋଡ ଦେଲେ ବାଦଶାହ

Badshah

ମୁମ୍ବାଇ : ବାଦଶାହ ହେଉଛନ୍ତି ବଲିଉଡର ସେହି ରାପର୍ ଯିଏ ଆମକୁ ରାପ୍‌କୁ ଭଲ ପାଇବା ନେଇ ଶିଖେଇଛନ୍ତି। ପୂର୍ବରୁ ବାଦଶାହ ବଲିଉଡକୁ ଅନେକ ମହାନ ପାର୍ଟି ଗୀତ ଦେଇଛନ୍ତି। ତାଙ୍କର 'ତାରିଫା', 'ଗେନ୍ଦା ଫୁଲ', 'ଗର୍ମି', 'ଡିଜେ ୱାଲେ ବାବୁ', 'କାଲା ଚଶ୍ମା', 'ଲଡ୍‌କି କର ଗଇ ଚୁଲ' ଭଳି ଅନେକ ଗୀତ ଅଛି, ଯାହା ବାଜିଲା ମାତ୍ରେ ଯୁବକମାନେ ନିଜକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ। ଏହି ଗୀତଗୁଡିକ ସମସ୍ତଙ୍କ ପାଦକୁ ନଚେଇ ଦେବ। ବର୍ତ୍ତମାନ ବାଦଶାହ ବଲିଉଡ ଅଭିନେତା ରଣବୀର କପୁର ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର 'ଏ ଦିଲ ହେ ମୁଶ୍କିଲ'ର ସୁପର୍‌ହିଟ୍‌ ଗୀତ ‘ଚନ୍ନା ମେରେୟା'କୁ ଏକ ଦେଶୀ ମୋଡ଼ ଦେଇଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।

Advertisment

ସୋସିଆଲ୍‌ ମିଡିଆରେ ରାପର ବାଦଶାହ ବହୁତ ଚଳଚଞ୍ଚଳ। ନିକଟରେ ସେ ‘ଏ ଦିଲ୍‌ ହୈ ମୁଶ୍କିଲ୍’ ଗୀତ ସହିତ ତାଙ୍କ ଗୀତ 'ବାୱଲା' କୁ ଏକ ଦେଶୀ ମୋଡ଼ ଦେଇଛନ୍ତି, ଯେଉଁଥିରେ ରଣବୀର ଏବଂ ଅନୁଷ୍କାଙ୍କ 'ବାୱଲା'ରେ ଏକ୍ସପ୍ରେସନ୍ ଖୁବ୍ ମ୍ୟାଚ୍‌ କରୁଛି। ଭିଡିଓ ସେୟାର କରି ବାଦଶାହ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ଏହାକୁ ମୁଁ ପ୍ରସ୍ତୁତ କରିଛି…” ଏହା ସହିତ ବାଦଶାହ ଦୀପରାଜ ଯାଦବଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ “ତୁମର ଜବ୍ ବିପଦରେ ଅଛି। ଏହା ସହିତ ବାଦଶାହ ଦୁଇଟି ହ୍ୟାସ୍‌ଟ୍ୟାଗ୍‌ ମଧ୍ୟ ବ୍ୟବହାର କରିଛନ୍ତି। # baawladance #baawlabadshah।

Advertisment

ବାଦଶାହା ଏହି ଭିଡିଓରେ ଉପଭୋକ୍ତାମାନେ ଅନେକ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଲୋକମାନେ ହାର୍ଟ ଓ ଫାୟାର୍ ଇମୋଜି ଦେଇ ନିଜ ଭାବନାକୁ ସେୟାର କରୁଛନ୍ତି। ବାଦଶାହଙ୍କ ଫ୍ୟାନ୍‌ ଓ ଫଲୋର୍ସ ସଂଖ୍ୟା ମଧ୍ୟ ଖୁବ ଅଧିକ। ବାଦଶାହ କେବଳ ଜଣେ ରାପର ଓ ଗାୟକ ନୁହଁନ୍ତି, ସେ ଜଣେ ବହୁତ ଭଲ ଅଭିନେତା ମଧ୍ୟ।

ପ୍ରକାଶଥାଉ ଯେ ନିକଟରେ ବାଦଶାହ 'ବଚ୍‌ପନ୍‌ କା ପ୍ୟାର୍‌' ଗୀତ ଗାଇଥିବା ପିଲା ସହଦେବ ସହିତ ଭିଡିଓ କଲ୍‌ରେ କଥା ହୋଇଥିଲେ। ଏନେଇ ସେ ଖୁବ ଚର୍ଚ୍ଚାରେ ମଧ୍ୟ ଥିଲେ। ସହଦେବଙ୍କ ପାଠ ପଢିବା ପାଇଁ ସେ ଆର୍ଥିକ ସହାୟତା ଦେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ସହଦେବଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ “ସହଦେବ ସଂଗୀତ ତଗତରେ ଏକ ନୂଆ ସ୍ଥାନ ହାସଲ କରିବା ଉଚିତ।”

Entertainment Raper Badshah
Advertisment
Advertisment