• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ‘ଦିନ ଆସିବ ମୋତେ ନେଇ ଗର୍ବ କରିବେ’:ଆର୍ୟ୍ୟନ ଖାନ୍

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନ ଡ୍ରଗ୍ସ କେସ୍‌ରେ ଜେଲରେ ଅଛନ୍ତି। ଆର୍ୟନଙ୍କ ଜାମିନ ଆବେଦନ ଉପରେ ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି । ଆର୍ୟ୍ୟନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ରେ ରହିବାକୁ ପଡିବ। ଏହା ମଧ୍ୟରେ ଆର୍ୟ୍ୟନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀଙ୍କୁ କହିଛନ୍ତି ଯେ, ସେ ଜେଲ୍‌ରୁ ବାହାରିବା ପରେ ଗରିବଙ୍କ ସାହାଯ୍ୟ କରିବେ ।

ପିଟିଆଇର ରିପୋର୍ଟ ଅନୁଯାୟୀ, ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖେଡେ ନିଜ ଦଳ ସହ ନିକଟରେ ଆର୍ୟ୍ୟନ ଖାନଙ୍କ କାଉନସେଲିଂ କରିଥିଲେ । ଏହି ସମୟରେ ଆର୍ୟ୍ୟନ ତାଙ୍କୁ କହିଛନ୍ତି, ଜେଲ୍‌ରୁ ବାହାରିବା ପରେ ସେ ଗରିବ ଏବଂ ଦୁର୍ବଳ ବର୍ଗଙ୍କ ସାହାଯ୍ୟ କରିବେ ।

କାଉନସେଲିଂ ସମୟରେ ଆର୍ୟ୍ୟନ କହିଛନ୍ତି, ସେ କେବେ ଆଉ ଏମିତି କିଛି ଭୁଲ୍ କରିବେ ନାହିଁ, ଯାହାଦ୍ଵାରା ସେ ପୁନର୍ବାର ଚର୍ଚ୍ଚାରେ ରହିବେ । ମୁଁ ଗୋଟିଏ ଦିନ ଏମିତି କାମ କରିବି, ଯାହାକୁ ନେଇ ଆପଣ ମୋ ଉପରେ ଗର୍ବ କରିବେ ବୋଲି ଆର୍ୟ୍ୟନ ଏନସିବି ଅଧିକାରୀଙ୍କୁ କହିଛନ୍ତି ।

ସୂଚନା ଅନୁଯାୟୀ, ଆର୍ୟ୍ୟନ ଖାନଙ୍କ କଏଦୀ ନମ୍ଵର ହେଉଛି ଏନ୯୫୬ । ଜେଲ୍‌ରେ କାହାରିକୁ ନାମରେ ନୁହେଁ ବରଂ ନମ୍ଵର ଆଧାରରେ ଡକାଯାଇଥାଏ । ଆର୍ୟ୍ୟନ ଖାନଙ୍କୁ ମଧ୍ୟ କଏଦୀ ନମ୍ବରରେ ଡକାଯାଉଛି । ଆର୍ୟ୍ୟନ ଜେଲ୍‌ରେ ବହୁତ ଚିନ୍ତିତ ଜଣା ପଡିଛନ୍ତି । ସେ ଠିକ୍‌ରେ ଖାଉ ନଥିବା ଜଣାପଡିଛି । ଏହାଛଡ଼ା ଜେଲ୍‌ରେ ବାହାର ଖାଦ୍ୟକୁ ଅନୁମତି ନାହିଁ । ଆର୍ୟ୍ୟନ୍ ଏବେ ଜେଲ୍‌ ପୋଷାକ ନୁହେଁ, ଘରୁ ଆସିଥିବା ପୋଷାକ ପିନ୍ଧୁଛନ୍ତି ।

ସୂଚନା ଅନୁସାରେ, ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜ ଉପରେ ଏନ୍‌ସିବି ଚଢ଼ାଉ କରିଥିଲା । ଏହି ସମୟରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ମଧ୍ୟ ଏନ୍‌ସିବି ହାତରେ ଧରାପଡିଥିଲେ। ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ପଚରାଉଚରା ବେଳେ ସେ ଡ୍ରଗ୍ସ ସେବନ କରୁଥିବା ନେଇ ଏନ୍‌ସିବି ଆଗରେ ସ୍ୱୀକାର କରିଥିଲେ ।