Advertisment

ସାବତ ଭାଇ ଅର୍ଜୁନଙ୍କୁ ବେଷ୍ଟ ଭାଇ କହିଲେ ଜାହ୍ନଭୀ

ଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ପ୍ରକାଶ କରିଛନ୍ତି ଯେ ତାଙ୍କ ଧରମ ଭଉଣୀ ଜାହ୍ନଭୀ କପୁରଙ୍କ ସହ ଥିବା ତାଙ୍କ ସମ୍ପର୍କରେ କିପରି ପରିବର୍ତ୍ତନ ହୋଇଛି। ଅର୍ଜୁନ ଓ ଜାହ୍ନଭୀ ହେଉଛନ୍ତି ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ପିଲା। ଅର୍ଜୁନ ଏବଂ ଅଂଶୁଲା ବୋନିଙ୍କ ପ୍ରଥମ ପତ୍ନୀ ମୋନାଙ୍କ ପିଲା ହୋଇଥିବାବେଳେ ଜାହ୍ନଭୀ ଓ ତାଙ୍କ ଭଉଣୀ ଖୁସି କପୁର ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପିଲା।

author-image
Pramod Behera
ସାବତ ଭାଇ ଅର୍ଜୁନଙ୍କୁ ବେଷ୍ଟ ଭାଇ କହିଲେ ଜାହ୍ନଭୀ

Arjun Kapoor and Jahnavi Kapoor

ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ପ୍ରକାଶ କରିଛନ୍ତି ଯେ ତାଙ୍କ ଧରମ ଭଉଣୀ ଜାହ୍ନଭୀ କପୁରଙ୍କ ସହ ଥିବା ତାଙ୍କ ସମ୍ପର୍କରେ କିପରି ପରିବର୍ତ୍ତନ ହୋଇଛି। ଅର୍ଜୁନ ଓ ଜାହ୍ନଭୀ ହେଉଛନ୍ତି ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ପିଲା। ଅର୍ଜୁନ ଏବଂ ଅଂଶୁଲା ବୋନିଙ୍କ ପ୍ରଥମ ପତ୍ନୀ ମୋନାଙ୍କ ପିଲା ହୋଇଥିବାବେଳେ ଜାହ୍ନଭୀ ଓ ତାଙ୍କ ଭଉଣୀ ଖୁସି କପୁର ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପିଲା। ୨୦୧୮ରେ ଶ୍ରୀଦେବୀଙ୍କ ହଠାତ୍ ମୃତ୍ୟୁ ପରେ ଅର୍ଜୁନ ଓ ଅଂଶୁଲା ସେମାନଙ୍କର ସାବତ ଭଉଣୀମାନଙ୍କ ଦାୟିତ୍ୱ ନେଇଥିଲେ। ସେମାନେ ମଧ୍ୟ ତାଙ୍କ ପିତାଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କ ପାଖରେ ଠିଆ ହୋଇଥିଲେ।

Advertisment
ସାବତ ଭାଇ ଅର୍ଜୁନ ବେଷ୍ଟ ଭାଇ

ନିକଟରେ ଏକ ସାକ୍ଷାତକାରରେ ଅର୍ଜୁନ ଓ ଜାହ୍ନଭୀ କପୁର ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି କରିଛନ୍ତି। ଅର୍ଜୁନ କହିଛନ୍ତି ଯେ ଆମ ମଧ୍ୟରେ ବହୁତ ଦୂରତା ଥିଲା। ଆମେ ପରସ୍ପରଙ୍କୁ ଭେଟୁଥିଲୁ କିନ୍ତୁ ଆମ ମଧ୍ୟରେ ସେପରି କୌଣସି କଥାବାର୍ତ୍ତା ହେଉ ନ ଥିଲା। ସେହିପରି ଏହି କଥାକୁ ନେଇ ଜାହ୍ନଭୀ କହିଛନ୍ତି ଯେ “ମୁଁ ମୋ ପରିବାରଠାରୁ ବହୁତ କିଛି ଶିଖିଛି। ଆମର ବାପା ହେଉଛନ୍ତି ଜଣେ, ଆମ ଭିତରେ ଗୋଟିଏ ହିଁ ରକ୍ତ ବହୁଛି। ଏ ସଂପର୍କ ଏପରି ଯେ ଯାହାକୁ କେହି ଆମଠାରୁ ଛଡ଼ାଇ ନେଇ ପାରିବେ ନାହିଁ। ଏହା ନୁହେଁ ଯେ ଆମେ ପ୍ରତିଦିନ ପରସ୍ପରର ଘରକୁ ଯାଉ, କିମ୍ବା ପରସ୍ପରର ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରତ୍ୟେକ ଛୋଟମୋଟ କଥା ଜାଣୁ, କିନ୍ତୁ ଅର୍ଜୁନ ଭାଇ ଓ ଅଂଶୁଲା ଦିଦିଙ୍କ ସହ ମୁଁ ବହୁତ ସହଜରେ ମିଶିପାରେ। ମୁଁ କେବଳ ଏତିକି କହିପାରେ ଯେ ସେ ଯାହା ହେଉନା କାହିଁ ଅର୍ଜୁନ ଭାଇ ଓ ଅଂଶୁଲା ଦିଦି ସବୁବେଳେ ଆମ ସହିତ ଅଛନ୍ତି। ମୁଁ ଏହି କଥା ମୋ ଜୀବନରେ ଆଉ କାହା ପାଇଁ କହି ପାରିବି ନାହିଁ।”

Advertisment

ପ୍ରକାଶଥାଉ ଯେ ନିକଟରେ ପାଳନ କରାଯାଇଥିବା ଅର୍ଜୁନ କପୁରଙ୍କ ଜନ୍ମଦିନ ପାର୍ଟୀରେ ଅର୍ଜୁନଙ୍କ ଭଉଣୀ ଅଂଶୁଲା ଓ ଜାହ୍ନଭୀ-ଖୁସୀ ମଧ୍ୟ ପହଞ୍ଚିଥିଲେ। ଶ୍ରୀଦେବୀ କନ୍ୟା ଜାହ୍ନଭୀ କପୁର ଓ ଖୁସି କପୁର ତାଙ୍କ ଭାଇଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାବେଳେ ସେମାନଙ୍କ ସଂପର୍କକୁ ନେଇ ପ୍ରକାଶ କରିଥିଲେ। ଅର୍ଜୁନଙ୍କ ସହ ତାଙ୍କ ଫଟୋ ସେୟାର କରି ଅଭିନେତ୍ରୀ ଜହ୍ନଭୀ ଲେଖିଥିଲେ ଯେ “ଆଜି ତୁମର ଜନ୍ମଦିନ, ଏବଂ ଏହା ତୁମର ବର୍ଷ। ମୋତେ ଏତେ ଶୀଘ୍ର ବହୁତ କିଛି ଶିକ୍ଷା ଦେଇଥିବାରୁ ଧନ୍ୟବାଦ। ତୁମ ପରି ବଡ ଭାଇ ପାଇ ଆମେ କେତେ ଖୁସି। ସବୁବେଳେ ଜ୍ଞାନ ବାଣ୍ଟିବା ପାଇଁ ଧନ୍ୟବାଦ କିନ୍ତୁ ଏହାଠାରୁ ଅଧିକ ଧନ୍ୟବାଦ ରିଏଳିଟି ଚେକ୍ କରିବା ଓ ଖାଦ୍ୟ ପୋଷ୍ଟ କରିବା ପାଇଁ।

ସାବତ ଭାଇ ଅର୍ଜୁନ ବେଷ୍ଟ ଭାଇ

ୱାର୍କ ଫ୍ରଣ୍ଟ୍‌ ବିଷୟରେ କହିବାକୁ ଗଲେ ଅର୍ଜୁନ କପୁରଙ୍କ ଫିଲ୍ମ 'ଭୁତ ପୁଲିସ' ଏବଂ 'ଏକ ଭିଲେନ ରିଟର୍ଣ୍ଣ୍ସ' ରିଲିଜ ହେବାକୁ ଯାଉଛି। ସେହିପରି ଜାହ୍ନଭୀ କପୁରଙ୍କୁ 'ଗୁଡ୍ ଲକ୍ ଜେରୀ' ଓ 'ଦୋସ୍ତାନା ୨'ରେ ଦେଖିବାକୁ ମିଳିବ।

Bollywood Actor Janhvi Kapoor Arjun Kapoor Bollywood
Advertisment
Advertisment